loading...

ସପ୍ତମ ଦିନରେ ଆଦିବାସୀ ମେଳା କଟକଣା କମାଇ ପାରିନାହିଁ ଦର୍ଶକଙ୍କ ଆଗ୍ରହ

ଗତ ସାଧାରଣତନ୍ତ୍ର ଦିବସରୁ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ରାଜଧାନୀବାସୀଙ୍କର ଅତି ପରିଚିତ ଆଦିବାସୀ ମେଳା ଆଜି ସପ୍ତମ ଦିନରେ ପହଁଚିଛି

ସପ୍ତମ ଦିନରେ ଆଦିବାସୀ ମେଳା କଟକଣା କମାଇ ପାରିନାହିଁ ଦର୍ଶକଙ୍କ ଆଗ୍ରହ

ଭୁବନେଶ୍ୱର, ଗତ ସାଧାରଣତନ୍ତ୍ର ଦିବସରୁ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ରାଜଧାନୀବାସୀଙ୍କର ଅତି ପରିଚିତ ଆଦିବାସୀ ମେଳା ଆଜି ସପ୍ତମ ଦିନରେ ପହଁଚିଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖ୍ କିଛିଟା କଡ଼ା କଟକଣା ମଧ୍ୟରେ ଏ ବର୍ଷର ମେଳା ଆୟୋଜିତ ହୋଇଥିଲେ ହେଁ ତାହା ଦର୍ଶକଙ୍କ ଆଗ୍ରହକୁ କୌଣସି ପ୍ରକାରେ କମାଇ ପାରି ନାହିଁ । ପ୍ରତିଦିନ ଆବାଳ-ବୃଦ୍ଧ-ବନିତାଙ୍କ ସୁଅ ଛୁଟି ଚାଲିଛି । ମେଳା ପରିସରରେ ଖୋଲିଥିବା ମଣ୍ଡପ ଆଡ଼କୁ । 

ଗତ ସାତ ଦିନର କାରବାରକୁ ସମୀକ୍ଷା କଲେ ମନେ ହେଉଛି ଯେପରି ଦିନକୁ ଦିନ ଦର୍ଶକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ମେଳାର ଅକାଂଶ ଷ୍ଟଲରେ ସମନ୍ଦିତ । ଆଦିବାସୀ ଉନ୍ନୟନ ସଂସ୍ଥା ଅଧୁନସ୍ଥ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଜୋର୍ ଧରିଥିବା ବେଳେ ଆଦିବାସୀ କଳାବସ୍ତୁ ପ୍ରଦର୍ଶନ ଓ ବିକ୍ରି ମଧ୍ୟ କିଛି କମ୍ ହେଉ ନାହିଁ । ଆଦିବାସୀମାନଙ୍କ ଦ୍ଵାରା ସଂଗୃହୀତ ତଥା ପ୍ରସ୍ତୁତ ସାମଗ୍ରୀର ମୌଳିକ ଗୁଣବତା ଯୋଗୁଁ ତାହାକୁ କିଣିବା ଲାଗି ଗୃହିଣୀଙ୍କ ମଧ୍ୟରେ ଅଧୁକ ଆଗ୍ରହ ଦେଖିବାକୁ ମିଳୁଛି । ମେଳା ବୁଲିବାକୁ ଆସିଥବା ଜଣେ ଗୃହିଣୀ ତାଙ୍କର ଭାବନା ପ୍ରକାଶ କରି କହିଲେ । ‘ବିନା କୌଣସି ଅପମିଶ୍ରଣରେ ବିଭିନ୍ନ ସାମଗ୍ରୀ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଛି । 

ତେଣୁ ଏହାର ମାନ ବଜାରରେ ମିଳୁଥିବା ଅପମିଶ୍ରିତ ସାମଗ୍ରୀ ଠାରୁ ବହୁତ ଉନ୍ନତ ରହୁଛି । ଜିନିଷ ଗୁଡିକର ମୂଲ୍ୟ ମଧ୍ୟ କମ୍ ରହୁଛି । ଏହାଛଡ଼ା ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ଏକ ସ୍ଵତନ୍ତ୍ର ସ୍ଵାଦ ରହିଛି । ସେଥପାଇଁ ପ୍ରତିବର୍ଷ ଏହି ମେଳାରୁ ଆମେ ହଳଦୀ, ସୋରିଷ, ବଡ଼ି, ଆଚାର ଆଦି କିଣିଥାଉ । ବିଭିନ୍ନ ଗହଣା ସାମଗ୍ରୀ, ଟସର ଖୋସାରୁ ପ୍ରସ୍ତୁତ ମଠାଶାଢ଼ୀ, କାଠରେ ଅଙ୍କିତ ବିଭିନ୍ନ କଳାକୃତି, ବାଉଁଶ ଓ ପଥର ତିଆରି ସାମଗ୍ରୀ, ଲୌହ ଶିଳ୍ପକଳା ଓ ଟେରାକୋଟା ସାମଗ୍ରୀକୁ ଦର୍ଶକ ପସନ୍ଦ କରୁଛନ୍ତି । ଭିନ୍ନ ଭିନ୍ନ ଜନଜାତିଙ୍କ ଜୀବନ ଶୈଳୀ ମେଳାର ଷ୍ଟଲ ଗୁଡିକରେ ପ୍ରତିଫଳିତ ହୋଇଥିବା ବେଳେ ସେମାନଙ୍କ କଳା ପ୍ରାଣତାର ପରିଚୟ ମଧ୍ୟ ମିଳିପାରୁଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget