ଭୁବନେଶ୍ୱର, ଆଜି ପରିବେଶ ସଂକ୍ରାନ୍ତୀୟ ଗୃହ କମିଟି ବୈଠକ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜଙ୍ଗଲ ଓ ପରିବେଶ, ଗୃହ ଓ ନଗର ଉନ୍ନୟନ ବିଭାଗର ଶାସନ ସଚିବଙ୍କ ସହ ବିଭାଗୀୟ ପଦାଧୁକାରୀମାନେ ଯୋଗଦେଇ ଅନୁପାଳନ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ବିଭାଗୀୟ କାର୍ଯ୍ୟକ୍ରମ ଉପରେ କମିଟି ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧୀନରେ ୭୩୦୦ଟି ଶିଳ୍ପ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ ଥିବା ସ୍ଥଳେ ତନ୍ମଧ୍ୟରୁ ୧୭ଟି ଅତ୍ୟନ୍ତ ପ୍ରଦୂଷଣଯୁକ୍ତ ଶିଳ୍ପ ପ୍ରତିଷ୍ଠାନ ଏବଂ ୧୧୮୯ଟି ବର୍ଜ୍ୟଜଳ ନିଷ୍କାସନ କରନ୍ତି ।
ସାଧାରଣତଃ ତାପଜ ବିଦ୍ୟୁତ ସାର କାରଖାନା, ଚିନି କାରଖାନା, କାଗଜକଳ, ଲୁହା ଓ ଇସ୍ପାତ କାରଖାନା, ଚାଉଳ ଗଳ ଇତ୍ୟାଦିର ପ୍ରଚୁର ପରିମାଣରେ ବର୍ଜ୍ୟବସୁ ନିଷ୍କାସିତ ହୁଏ ଏବଂ ଏଥିରେ ପ୍ରାୟ ୬୦୦ ଲକ୍ଷ ଲିଟର ଦୂଷିତ ଜଳ ନିଷ୍କାସିତ ହୁଏ, ଯେଉଁଥିରୁ ୧୦୦ ଲକ୍ଷ ଲିଟର ଜଳ ନଦୀ ସହିତ ମିଶେ । ରାଜ୍ୟର ୨୯ଟି ଜିଲ୍ଲାରେ ୬୦୦ଟି ଚାଉଳ କଳ ଥିବା ସ୍ଥଳେ ସେଥିରୁ ୨୪ ଲକ୍ଷ ଲିଟର ବର୍ଜ୍ୟଜଳ ନିଷ୍କାସିତ ହେଉଛି । ତା. ୩୧ ଡିସେମ୍ବର ୨୦୨୦ ସୁଦ୍ଧା ୧୧୪୫ଟି ଶିଳ୍ପ ସଂସ୍ଥା ବର୍ଜ୍ୟଜଳର ବିଶୁଦ୍ଧିକରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ନିୟମକୁ ମାନୁ ନଥୁବା ୨୯ଟି ଶିଳ୍ପ ପ୍ରତିଷ୍ଠାନକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ୧୧ଟି ଶିଜ୍ଞାନୁଷ୍ଠାନକୁ ବିଭାଗ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ୧୧ଟି ପ୍ରମୁଖ ନଦୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କୋଲାବ, ବଂଶଧାରା, ଇନ୍ଦ୍ରାବତୀ ଏବ ବହୁଳା ନଦୀର ୧୨୯ଟି ସ୍ଥାନରେ ୩୬ଟି ମାନଦଣ୍ଡ ନିର୍ଦ୍ଧାରଣ କରି ସଜାଗ ଦୃଷ୍ଟି ରଖୁଛନ୍ତି । ତେବେ ଫାକର ପାୱାର ପ୍ଲାଣ୍ଟ ଯୋଗୁ ଶାଳନ୍ଦୀ ନଦୀ ପ୍ରଦୂଷିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦର୍ଶାଇବା ସହ ଏହି ନଦୀକୁ ମଧ୍ୟ ପ୍ରଦୂଷିତ ନଦୀ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଥିଲେ । ଅଧୁକାରୀମାନେ କ୍ଷେତ୍ରକୁ ଯାଇ ଅନୁଧ୍ୟାନ କରି ବାସ୍ତବ ସ୍ଥିତିର ରିପୋର୍ଟ କରିବା ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ ପରାମର୍ଶ ଦେଇଥିଲେ । ନାଲ୍କୋ, ଜିନ୍ଦଲ ଏବଂ ତାପଜ ବିଦ୍ୟୁତ କେନ୍ଦ୍ର ତାଳଚେର ଇତ୍ୟାଦି ଶିଳ୍ପାନୁଷ୍ଠାନରୁ ନିଷ୍କାସିତ ହେଉଥିବା ବର୍ଜ୍ୟବସୁ ଯୋଗୁଁ ହେଉଥିବା ପ୍ରଦୂଷଣ ଉପରେ ବିଧାୟକ ବ୍ରଜ କିଶୋର ପ୍ରଧାନ ଦୃଷ୍ଟି ଆକର୍ଷଣ କରିଥିଲେ ।
ଆସ୍ପଣ୍ଡ ଯୋଗୁଁ ଟିକିରିଆ ନାଳ ଦେଇ ବ୍ରାହ୍ମଣୀ ନଦୀକୁ ନିଷ୍କାସିତ ହେଉଥିବା ବର୍ଜ୍ୟଜଳ ନଦୀକୁ ପ୍ରଦୂଷିତ କରିଛି ବୋଲି ମଧ୍ୟ ସେ ମତ ରଖୁଥିଲେ । ନଦୀ ପ୍ରଦୂଷଣ ରୋକିବା ପାଇଁ ଅନ୍ଲାଇନ୍ ମନିଟରିଂ ବ୍ୟବସ୍ଥା ଗ୍ରହଣ କରିବାକୁ ଭାରତୀୟ ଜନତା ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝା ଦାବି କରିଥିଲେ । ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପରିମଳ ଓ ବର୍ଜ୍ୟ ବସୁ ନିଷ୍କାସନ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ସହରାଞ୍ଚଳ ଉନ୍ନୟନ ବିଭାଗ ତରଫରୁ ସ୍ନାଇଡ୍ ମାଧ୍ୟମରେ ସ୍ୱଚ୍ଛ ମିଶନ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦିଆଯାଇଥିଲା ।
ଏହି ବୈଠକରେ ପାନୀୟ ଜଳ, ଗୃହ ଓ ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଉପବାଚସ୍ପତି ରଜନୀକାନ୍ତ ସିଂ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝା, ଭାରତୀୟ ଜାତୀୟ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଅମର ପ୍ରସାଦ ଶତପଥୀ, ବଦ୍ରିନାରାୟଣ ପାତ୍ର, ପ୍ରଣବ କୁମାର ବଳବନ୍ତରାୟ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବ୍ରଜକିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସରୋଜ କୁମାର ମେହେର, ମିନାକ୍ଷୀ ମହନ୍ତ, ପ୍ରକାଶ ସୋରେନ୍ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।
ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ପରିବେଶ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବେସନ୍ ପ୍ଲା ମୁଖ୍ୟ ଯନ୍ତ୍ରୀ ବି.ଏମ୍. ଆଚାର୍ଯ୍ୟ ପ୍ରମୁଖଙ୍କ ସହ ବିଭାଗୀୟ ଅଧୁକାରୀମାନେ ଯୋଗଦେଇଥିଲେ ।
Post a Comment