loading...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ଦକ୍ଷ୍ୟତା ତାଲିମକୁ ଶାଣିତ କରାଯିବ

ବିଗତ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କଲାପରେ ରାଜ୍ୟର ଏହି ଦକ୍ଷତାକୁ ଅଧୁକ ଶାଣିତ ଏବଂ ବ୍ୟାପକ କରିବା

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ଦକ୍ଷ୍ୟତା ତାଲିମକୁ ଶାଣିତ କରାଯିବ

ଭୁବନେଶ୍ୱର, ବିଗତ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କଲାପରେ ରାଜ୍ୟର ଏହି ଦକ୍ଷତାକୁ ଅଧୁକ ଶାଣିତ ଏବଂ ବ୍ୟାପକ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ (ଓସଡେମା) ତରଫରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓସଡେମା ପରିଚାଳନା ବୈଠକରେ ଏ ବିଷୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପଭିମାନ ନିଆଯାଇଛି, ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଏ ସମ୍ବନ୍ଧୀୟ ପ୍ରସ୍ତାବମାନ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଅଧୁକ ଫଳପ୍ରଦ ଏବଂ ବ୍ୟାପକ କରିବା ନିମନ୍ତେ ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ବ ଆରୋପ କରିଥିଲେ । ଏଥପାଇଁ ଗ୍ରାମ ସମୁଦାୟ, ପଞ୍ଚାୟତିରାଜ ପ୍ରତିନିଧୁ ଏବଂ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବର୍ଷର ବିଭିନ୍ନ ସମୟରେ ନିୟମିତ ତାଲିମ୍ ଓ ଅନୁପ୍ରେରଣା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ପରିବର୍ତ୍ତିତ ସମୟରେ ନୂତନଭାବେ ସୃଷ୍ଟି ହୋଇଥିବା ଅଗ୍ନି ବିପର୍ଯ୍ୟୟ, ମହାମାରୀ, ରସାୟନ ବିପର୍ଯ୍ୟୟ, ଶିଳ୍ପ ବିପର୍ଯ୍ୟୟ ଆଦି ନିମନ୍ତେ ଓସଡେମାର ଦକ୍ଷତା ବୃଦ୍ଧି କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । 

ଗ୍ରାମ, ବ୍ଲକ ଓ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା । ଯୋଜନା ପ୍ରସ୍ତୁତ କରି ସେସବୁର ନିୟମିତ ଅଦ୍ୟତନ ଓ ସଠିକ୍ କାର୍ଯ୍ୟାନ୍ବୟନ ଉପରେ ଶ୍ରୀ ମହାପାତ୍ର ଗୁରୁତ୍ବ ଆରୋପ କରିଥିଲେ । ବିଭିନ୍ନ ସ୍ତରର ଅକାରୀ ମାନଙ୍କ ନିମନ୍ତେ କାର୍ଯ୍ୟପନ୍ଥା (ଏସ୍.ଓ.ପି) ନିର୍ଦ୍ଦିଷ୍ଟ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସମୁଦ୍ର ଜୁଆର ରୋକିବା ପାଇଁ ଲୁଣାଘେରି ଗୁଡ଼ିକରେ ଯୁବା ବିଭିନ୍ନ ଶୂନ୍ୟସ୍ଥାନ ଚିହ୍ନଟ କରି ତଦନୁଯାୟୀ ସେଗୁଡ଼ିକର ଦୃଢିକରଣ କରିବାକୁ ମୁଖ୍ୟ ଶାସନ ସଚିବ ଜଳ ସଂପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବହୁମୁଖୀ ଆଶ୍ରୟସ୍ଥଳୀ ମାନଙ୍କୁ ଯୋଗାଇ ଦିଆଯାଇଥିବା ଉଦ୍ଧାର ଓ ଜରୁରୀ କାଳୀନ ଯନ୍ତ୍ରପାତୀ ଆଦିର ଉତ୍ତମ ରକ୍ଷଣାବେକ୍ଷଣ ନିମନ୍ତେ ନିକଟସ୍ଥ ଅଗ୍ନିଶ୍ରମ ସଂସ୍ଥାରେ ସେଗୁଡ଼ିକୁ ମହଜୁଦ ରଖୁବା ପାଇଁ ନିଷ୍ପତ୍ତି ହୋଇଥିଲା । 

ବିପର୍ଯ୍ୟୟ ନଥିବା ସମୟରେ ଯନ୍ତ୍ରପାତୀ ଗୁଡ଼ିକର ନିୟମିତ ଯାଞ୍ଚକରି ସେଗୁଡ଼ିକୁ କାର୍ଯ୍ୟକ୍ଷମ ଅବସ୍ଥାରେ ରଖୁବା ଏବଂ ବିପର୍ଯ୍ୟୟ ସୂଚନା ମିଳିବା ମାତ୍ରେ ଆଶ୍ରୟସ୍ଥଳରେ ପହଞ୍ଚାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅଗ୍ନିଶ୍ରମ ସଂସ୍ଥା ମହା ନିର୍ଦ୍ଦେଶକଙ୍କୁ କହିଲେ । ଉନ୍ନୟନ କମିଶନର ତଥା ସ୍ଵତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଜେନା ଆଗାମୀ ଦିନ ପାଇଁ ଓସ୍ ଡେମାର ନୂଆ କାର୍ଯ୍ୟକ୍ରମ ବିଷୟରେ ସୂଚନାଦେଇ କହିଲେ ଯେ ରାଜ୍ୟରେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ସମ୍ଭାବନା ର ଆକଳନ କରାଯିବ । ସେସବୁର ମୁକାବିଲା ପାଇଁ ଥିବା ପ୍ରସ୍ତୁତିର ଅଡିଟ୍ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ କଟକ ଓ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଅଗ୍ନି ନିରାପତ୍ତା ଯୋଜନା ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏଥପାଇଁ  ସଂପୃକ୍ତ ସଂସ୍ଥାମାନଙ୍କ ସହ ଦୁଇ ପର୍ଯ୍ୟାୟ ଆଲୋଚନା ସରିଛି । 

ଯୋଜନାର ଏକ ପ୍ରାଥମିକ ପ୍ରିଣ୍ଟ ପ୍ରସ୍ତାବ ସଂପୃକ୍ତ ସଂସ୍ଥାମାନଙ୍କର ମତାମତ ନିମନ୍ତେ ପଠାଯାଇଛି । “ ଆର ଇଣ୍ଡିଆ'ସଂସ୍ଥା ସହ ମିଳିତ ଭାବେ ବିଦ୍ୟାଳୟ ମାନଙ୍କରେ ନିରାପଦ ଓ ବିପର୍ଯ୍ୟୟ ନିରୋଧୂକ ଭିତ୍ତିଭୂମି ନିର୍ମାଣ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ଶ୍ରୀ ଜେନା ଜଣାଇଥିଲେ । ଏସୀୟ ମହାଦେଶ ବିପର୍ଯ୍ୟୟ ପ୍ରସ୍ତୁତି କେନ୍ଦ୍ର ସହ ମିଳିତ ଭାବେ ଜରୁରୀ କାଳୀନ ସହାୟତା ରେସ୍ ) ଦକ୍ଷତା ବୃଦ୍ଧି, ସରକାରୀ ଏବଂ ସେଚ୍ଛାସେବୀ ଓ ଅଣସରକାରୀ ସଂସ୍ଥା ମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ଓ ବିପର୍ଯ୍ୟୟ-ପରବର୍ତ୍ତୀ ଆବଶ୍ୟକତା ଆକଳନ ପାଇଁ ଦକ୍ଷତା ବୃଦ୍ଧି ପଦକ୍ଷେପ ଆରମ୍ଭ କରାଯାଇଛି ବୋଲି ଶ୍ରୀ ଜେନା କହିଲେ ।

ବୈଠକର ଆଲୋଚନାରୁ ଜଣାପଡ଼ିଥୁଲା ଯେ ଇତି ମଧ୍ୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଯାଇଛି । ଏହାର ଗୁଣାତ୍ମକ ମାନ ବଜାୟ ରଖୁବା ନିମନ୍ତେ ପ୍ରତି ପର୍ଯ୍ୟାୟରେ ତୃତୀୟ ପକ୍ଷ ଅଡ଼ିଟ୍ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ପୁର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ, ଓସଡେମାର ମୁଖ୍ୟ କାର୍ଯ୍ୟ ନିର୍ବହୀ ଅଧୁକାରୀ ଶ୍ରୀ କମଳ ମିଶ୍ରଙ୍କ ସମେତ ପରିଚାଳନା ପରିଷଦର ସଦସ୍ୟମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget