loading...

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ରାଜ୍ୟର କୃଷି ଓ କୃଷକଙ୍କ ବୃହତ୍ତର ସ୍ୱାର୍ଥ ରକ୍ଷାପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ପିସିସ କିଷାନ କଂଗ୍ରେସ ପକ୍ଷରୁ

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ନୂଆଦିଲ୍ଲୀ, ରାଜ୍ୟର କୃଷି ଓ କୃଷକଙ୍କ ବୃହତ୍ତର ସ୍ୱାର୍ଥ ରକ୍ଷାପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ପିସିସ କିଷାନ କଂଗ୍ରେସ ପକ୍ଷରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଏକ ୮ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । 

ଉକ୍ତ ସ୍ମାରକପତ୍ରରେ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାର ଏମଏସପିର ଆଇନଗତ ଗ୍ୟାରେଣ୍ଟି ବ୍ୟବସ୍ଥା, ସ୍ବାମୀନାଥନ କମିଟି ସୁପାରିଷ ଆଧାରରେ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ, ପ୍ରତି ରାଜ୍ୟରେ କୃଷକ ଅଧୁକାର ଆଇନ ପ୍ରଣୟନ, ଫସଲବୀମା କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ପରିବର୍ତ୍ତେ ପ୍ରତି ରାଜସ୍ବ ଗ୍ରାମକୁ ଏକକ ଫସଲବୀମା ୟୁନିଟ ଭାବେ ଗ୍ରହଣ, ଅଧୁକ ଅମଳକ୍ଷମ ଫସଲକୁ ବୀମାଭୁକ୍ତ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯାଉଥିବା ପ୍ରଚଳିତ କୃଷି ଇନ୍‌ପୁଟ୍ ସହାୟତାର ୨ ଗୁଣା ବୃଦ୍ଧି ଏବଂ ପି.ଏମ୍. କିଷାନ ଯୋଜନାରେ ଓଡ଼ିଶାର ତେତିଶ ଲକ୍ଷ ଚାଷୀଙ୍କ ପରିବର୍ତ୍ତେ ତେପନ ଲକ୍ଷ ଚାଷୀ ପରିବାରକୁ ଅନ୍ତର୍ଭୁକ୍ତ କରିବା ଏବଂ ଧାରା ୧୩ ଅନୁଯାୟୀ ଏଫ୍.ସି.ଆଇ ସିଧାସଳଖ ରାଜ୍ୟର ଚାଷୀଙ୍କଠାରୁ ସମସ୍ତ ବଳକା ଧାନ କ୍ରୟ କରିବାକୁ ଉଲ୍ଲେଖ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget