loading...

ମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ

ମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ । ରାଷ୍ଟ୍ରିୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନିରଜ କୁନ୍ଦନଜୀ ଯୋଗଦେବେ

ମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ

ଭୁବନେଶ୍ୱର, ମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ । ରାଷ୍ଟ୍ରିୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନିରଜ କୁନ୍ଦନଜୀ ଯୋଗଦେବେ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ନିରଜ କୁନ୍ଦନଜୀ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ରୋସନଲାଲ ବିଟୁ ଯୋଗଦେବେ । 

ଶ୍ରୀ କୁନ୍ଦନଜୀ ପ୍ରଥମେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଦିନ ୧୧ ଘଟା ସମୟରେ ଉଦ୍‌ବୋଧନ ଦେବେ । ଏହା ପରେ ଦିନ ୧୨ ଘଟା ସମୟରେ କଂଗ୍ରେସ ଭବନରୁ ଏକ ବିକ୍ଷୋଭ ରାଲି ନବୀନ ନିବାସ ଅଭିମୁଖେ ଯିବ । ଏଥିରେ ମଧ୍ୟ ଶ୍ରୀ କୁନ୍ଦନଜୀ ଯୋଗଦେବେ । ରାଜ୍ୟର ବିଭିନ୍ନ ଜିଲ୍ଲା ଛାତ୍ର କଂଗ୍ରେସର ପ୍ରତିନିଧ ଏବଂ ସମର୍ଥକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଶ୍ରୀ ନୱାଜ ଅନୁରୋଧ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget