loading...

ପିସିସି କିଷାନ କଂଗ୍ରେସର ଆସନ୍ତା ୭ରୁ ଢେଙ୍କାନାଳ ଜିଲ୍ଲା ଭୁବନଠାରୁ ଚାଷୀ ମହାପଞ୍ଚାୟତ ଆରମ୍ଭ କରିବ

କୃଷି ଆଇନ୍ ପ୍ରତ୍ୟାହାର ଦାବୀ ନେଇ ପିସିସି କିଷାନ କଂଗ୍ରେସର ଆସନ୍ତା ୭ରୁ ଢେଙ୍କାନାଳ ଜିଲ୍ଲା ଭୁବନଠାରୁ ଚାଷୀ ମହାପଞ୍ଚାୟତ ଆରମ୍ଭ

ପିସିସି କିଷାନ କଂଗ୍ରେସର ଆସନ୍ତା ୭ରୁ ଢେଙ୍କାନାଳ ଜିଲ୍ଲା ଭୁବନଠାରୁ ଚାଷୀ ମହାପଞ୍ଚାୟତ ଆରମ୍ଭ କରିବ

ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ପ୍ରଣୀତ ତିନୋଟି କଳା କୃଷି ଆଇନର ତୁରନ୍ତ ପ୍ରତ୍ୟାହାର ଦାବୀରେ କୃଷକମାନଙ୍କ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ଚାଷୀମାରଣ ନୀତିର ପ୍ରତିବାଦରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଆସନ୍ତା ୭ ତାରିଖ ରବିବାର ଦିନ ୧୦ ଘଟିକା ସମୟରେ ଏସିୟା ମହାଦେଶର ସର୍ବବୃହତର ଗ୍ରାମ ଢେଙ୍କାନାଳ ଜିଲ୍ଲାର ଭୂବନଠାରେ ଚାଷୀ ମହାପଞ୍ଚାୟତ ଅନୁଷ୍ଠିତ ହେବ । 

ଏହି ପଞ୍ଚାୟତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଗଣୀ ଚାଷୀ ପ୍ରତିନିମାନେ ଯୋଗଦେଇ ସ୍ଥାନୀୟ କୃଷି ଓ କୃଷକଙ୍କ ସମସ୍ୟା ସହ କଳା କୃଷି ଆଇନର ପ୍ରତ୍ୟାହାର ପାଇଁ ଯୁକ୍ତିଯୁକ୍ତ ମତ ଉପସ୍ଥାପନ କରିବେ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଓ ଢେଙ୍କାନାଳ ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ବିପ୍ରବର ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । 

ଏହି ପରିପ୍ରେକ୍ଷୀରେ ପର୍ଯ୍ୟାୟକ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲା ଓ ପ୍ରତି ନିର୍ବାଚନ ମଣ୍ଡଳୀ ଓ ବ୍ଲକସ୍ତରରେ ଚାଷୀପଞ୍ଚାୟତ ଆୟୋଜନ କରାଯାଇ କୃଷି ଓ କୃଷକଙ୍କ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ଚିଠା ପ୍ରସ୍ତାବ ଗ୍ରହଣ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତି ବିରୁଦ୍ଧରେ ପ୍ରତିବାଦ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget