loading...

ପେଟ୍ରୋଲ, ଡିଜେଲ୍, ଜାଳେଣୀ ଗ୍ୟାସ ଓ ପିଆଜର ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ପିଆଜ ଓ ଖାଇବା ତେଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି

ପେଟ୍ରୋଲ, ଡିଜେଲ୍, ଜାଳେଣୀ ଗ୍ୟାସ ଓ ପିଆଜର ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ପିଆଜ ଓ ଖାଇବା ତେଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ତିନିଜଣିଆ ପ୍ରତିନିଧ ଦଳ ରାଜଭବନ ଯାଇ ମାନ୍ୟବର ରାଜ୍ୟପାଳଙ୍କୁ ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବା ଦାବିରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ପେଟ୍ରୋଲ୍ ଲିଟର ପିଛା ଆଜି ୯୧.୬୬ ପଇସା, ଡିଜେଲ୍ ୮୮ ଟଙ୍କା ୩୯ ପଇସା, ଖାଇବା ତେଲ ଲିଟର ପିଛା ୧୪୫ ଟଙ୍କା, ରନ୍ଧନଗ୍ୟାସ ୧୪.୦୨.କି.ଗ୍ରା ସିଲିଣ୍ଡର ପିଛା ୭୯୫ ଟଙ୍କା ଓ ପିଆଜ କିଲୋପଛା ୬୦ ଟଙ୍କାରେ ପହଞ୍ଚିଲାଣି । 

ସରକାରଙ୍କର ପେଟ୍ରୋଲ, ଡିଜେଲ୍‌ ଉପରେ ଅତିରିକ୍ତ ଉତ୍ପାଦନ ଶୁଳ୍କ ବୃଦ୍ଧି, ବିଭିନ୍ନ ଆଳରେ ସେସ୍ ଲଗାଇବା ଯୋଗୁଁ ପେଟ୍ରୋଲ, ଡିଜେଲ୍ ଦର ଅହେତୁକ ଭାବରେ ବୃଦ୍ଧି ପାଇଛି । ଯାହାର ପ୍ରଭାବ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦରଦାମ୍ ଉପରେ ମଧ୍ୟ ପରୋକ୍ଷ ଭାବରେ ପଡୁଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ଗୋଟିଏ ଗରିବ ଲୋକ କିମ୍ବା ନିମ୍ନ ମଧ୍ୟବିତ୍ତ ପରିବାର ଓଳିଏ ଖାଇଲେ ଓଳିଏ ଓପାସ ରହିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ କୃଷି ଆଇନର ଫାଇଦା ଉଠାଇ ବଡ଼ ବଡ଼ ବେପାରୀମାନେ ପିଆଜ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଅସିମିତ ପରିମାଣର ମହଜୁଦ୍ କରି ରଖୁଥିବାରୁ ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହୋଇଛି । ଯାହାଫଳରେ ପିଆଜ ଆଜି ୬୦ ଟଙ୍କା କିଲୋପିଛା ବିକ୍ରି ହେଉଛି । 

ଗୋଟିଏପଟେ ଓଡ଼ିଶାରେ ପିଆଜ ଓ ଆଳୁର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଉତ୍ପାଦନ ସମୟରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିଲା ବେଳେ ତିରୋଟ ସମୟରେ ଖାଉଟିମାନେ ଅତ୍ୟଧୁକ ଦାରେ ପିଆଜ, ଆଳୁ ଭଳି ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି । ସରକାର ତୁରନ୍ତ ଅସାଧୁ ବେପାରୀ ଓ ମହଜୁଦ୍ରିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ । ସେହିଭଳି ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ ଉପରୁ ରାଜ୍ୟ ସରକାର ନେଉଥିବା ୩୨% ଓ ୨୭% ଭାକୁ କମ୍ କରିବା ପାଇଁ ସମାଜବାଦୀ ପାଟି ଦାବି କରିଛି । 

କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ଓ ଅନ୍ୟାନ୍ୟ ପେଟ୍ରୋଲିୟମଜାତ ପଦାର୍ଥକୁ ଜି.ଏସ୍.ଟି. ଅନ୍ତର୍ଭୁକ୍ତ କରିବା ପାଇଁ ପାଟି ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ଏହି ସ୍ମାରକପତ୍ରରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧକ୍ଷ ସଂଜୟ ନାୟକ, ବରିଷ୍ଠ ନେତା ବିଜୟ ବେହେରା, ନାରୀନେତ୍ରୀ ରୀତା ପଟ୍ଟନାୟକ, ଯୁବନେତା ସୁବ୍ରତ ଲେଙ୍କା, ଦୀପଦାସ ଯାଦବ, ନାରୀ ନେତ୍ରୀ ସାବିତ୍ରୀ ବେହେରା ପ୍ରମୁଖ ଏହି ଗଣବିକ୍ଷୋଭର ନେତୃତ୍ବ ନେଇଥିଲେ । ଶତାଧୁକ ଦଳୀୟ କର୍ମୀ ରାଜଭବନ ସମ୍ମୁଖରେ ଏକାଠି ହୋଇଇ ଗାଁସ, ସିଲିଣ୍ଡର ମୁଣ୍ଡାଇ ଓ ଟ୍ରଲି ଉପରେ ସ୍କୁଟି ରଖ୍ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନଗ୍ୟାସ୍ ବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget