loading...

‘ପ୍ରଜ୍ଵାଳା ହାଣ୍ଡବୁକ୍ସ ଅନ ହ୍ୟୁମାନ ଟ୍ରାଫିକିଙ୍ଗ’ ଉନ୍ମୋଚିତ, ଆଧ୍ୟାତ୍ମିକ ଭାବରେ ଅଭାବ ହିଁ ଅପରାଧର କାରଣ

ମାନବ ତସ୍କରି ପୃଥିବୀରେ ଭୟଙ୍କର ଭାବରେ କାୟା ବିସ୍ତାର କରିଚାଲିଛି । ଏହା ମାନବ ସଭ୍ୟତା ପାଇଁ ଏକ ଲଜ୍ଜା ଓ କଳଙ୍କ

‘ପ୍ରଜ୍ଵାଳା ହାଣ୍ଡବୁକ୍ସ ଅନ ହ୍ୟୁମାନ ଟ୍ରାଫିକିଙ୍ଗ’ ଉନ୍ମୋଚିତ, ଆଧ୍ୟାତ୍ମିକ ଭାବରେ ଅଭାବ ହିଁ ଅପରାଧର କାରଣ

ଭୁବନେଶ୍ବର, ମାନବ ତସ୍କରି ପୃଥିବୀରେ ଭୟଙ୍କର ଭାବରେ କାୟା ବିସ୍ତାର କରିଚାଲିଛି । ଏହା ମାନବ ସଭ୍ୟତା ପାଇଁ ଏକ ଲଜ୍ଜା ଓ କଳଙ୍କ । ଏହାର ମୂଳୋତ୍ପାଟନ ନିମନ୍ତେ ସଂପୃକ୍ତ ସମସ୍ତ ଅଂଶୀଦାରମାନଙ୍କର ସମନ୍ବିତ ଓ ସମିଳିତ ଉଦ୍ୟମ ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ରାଜଭବନର ଅଭିଷେକ କକ୍ଷରେ ଆୟୋଜିତ ଏକ ଉତ୍ସବରେ ମାନବ ତସ୍କରି ନିବାରଣ କ୍ଷେତ୍ରରେ କର୍ତ୍ତବ୍ୟରତ ଅଧୁକାରୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟବହାର ଉପଯୋଗୀ ୫ଟି ବହିର ଏକ ସେଟ୍ ‘ପ୍ରଜ୍ଵାଳା ହାଣ୍ଡବୁକ୍ସ ଅନ ହ୍ୟୁମାନ ଟ୍ରାଫିକିଙ୍ଗ’ କୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଆଧ୍ୟାତ୍ମିକ ଭାବର ଅଭାବ ହିଁ ଏହି ଯଘନ୍ୟ ଅପରାଧର କାରଣ । 

ପ୍ରତ୍ୟେକ ମଣିଷ ମଧ୍ୟରେ ଭଗବାନ ବିଦ୍ୟମାନ । ପ୍ରତ୍ୟେକ ଭଗବାନଙ୍କ ଅଂଶବିଶେଷ । ମାନବ ତସ୍କର ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ବିରୋଧରେ ହେଉଥିବା ଅପରାଧ । ସମାଜର ଆଧାର୍ମିକ ଭିତ୍ତକୁ ଦୃଢ଼ କରିବା ସହ ଅପରାଧୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ . ଅଚ୍ୟୁତ ସାମନ୍ତ ମାନବ ତସ୍କରିକୁ ଏକ ସଂଗଠିତ ଅପରାଧ ବୋଲି ଅଭିହିତ କରି ଏହାର ଅଂତର୍ଜାତୀୟ ବ୍ୟାପ୍ତିକୁ ଦୃଷ୍ଟିରେ ରଖୁ ନିରାକରଣ ନିମନ୍ତେ ଆବଶ୍ୟକ କାର୍ଯ୍ୟପନ୍ଥା ଉପରେ ଗୁରୁତ୍ବ ଆରୋପ କରିଥିଲେ ।

ପ୍ରଜ୍ୱଳାର ପ୍ରତିଷ୍ଠାତା ତଥା ସାମାଜିକ କର୍ମୀ ପଦ୍ମଶ୍ରୀ ସୁନୀତା କ୍ରିଷ୍ଣନ୍ କହିଲେ ଯେ ଏହି ଅପରାଧକୁ ରୋକିବା ପାଇଁ ଅନେକ ସରକାରୀ ଓ ଆଇନଗତ ବ୍ୟବସ୍ଥା ରହିଛି । ସଂପୃକ୍ତ ସଂସ୍ଥା ଓ ଅନୁଷ୍ଠାନ ମଧ୍ୟରେ ସମନ୍ବୟ ମାଧ୍ୟମରେ ଏହାର ଫଳପ୍ରଦ ପ୍ରୟୋଗ ହୋଇପାରିବ । ହାଇଦ୍ରାବାଦସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସର ସାର୍ବଜନୀନ ବ୍ୟାପାର ଅଧୁକାରୀ ଡ଼େଭିଡ୍ ମୋୟେର ଏହି ବିଶ୍ବକ ଅପରାଧର ମୁକାବିଲା ନିମନ୍ତେ ଭାରତଆମେରିକାର ମିଳିତ ଉଦ୍ୟମକୁ ଆହୁରି ଜୋରଦାର କରିବାକୁ ପ୍ରସ୍ତାବ ଦେଇଥିଲେ ।

ଓଡ଼ିଶା ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଆଧାରରେ ପ୍ରଜ୍ୱଳା ପକ୍ଷରୁ ପ୍ରସ୍ତୁତ ଓ ପ୍ରକାଶିତ ଏହି ହାଣ୍ଡବୁକ୍ସ ବିଚାର ବିଭାଗୀୟ ଅଧୁକାରୀ, ଶ୍ରମ ଅଧିକାରୀ, ଶିଶୁ କଲ୍ୟାଣ ଅଧୁକାରୀ, ଅଭିଯୋଜନ ଅଧୁକାରୀ, ନାଗରିକ ସମାଜ ପାଇଁ ଉପାଦେୟ ହୋଇଛି । ଆମେରିକା ବାଣିଜ୍ୟିକ ଦୂତାବାସ ହାଇଦ୍ରାବାଦ, କଳିଙ୍ଗ ଫେଲୋସିପ୍, ଇଂଟରନ୍ୟାସନାଲ ଜଷ୍ଟିସ୍ ମିଶନ ସହାୟତାରେ ପ୍ରଜ୍ୱଳା ପକ୍ଷରୁ ପୁସ୍ତକଟି ପ୍ରକାଶିତ ହୋଇଛି ।

ଉନ୍ମୋଚନ ଉତ୍ସବରେ ଆଇନ ବିଭାଗର ପ୍ରମୁଖ ସଚିବ ଶଶୀକାନ୍ତ ମିଶ୍ର, ନିର୍ଦ୍ଦେଶକ, ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ, ଅଭିଯୋଳନ ତାରାପ୍ରସାଦ ରଥ, ସଭ୍ୟ-ସଚିବ, ଷ୍ଟେଟ୍ କୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ରାକେଶ ଦାଶ, ଇଂଟରନ୍ୟାସନାଲ ଜଷ୍ଟିସ୍ ମିଶନର ମେଲିତା ଫର୍ଣ୍ଣାଡ଼େକ୍, ସମାଜସେବୀ ମମତା ବର୍ଗୟାରୀ ପ୍ରମୁଖ ଉପସ୍ଥିତ ଥିଲେ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget