loading...

କୃଷକ ବିରୋଧୀ କଳାକାନୁନ୍ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟବ୍ୟାପି ଚକାଜାମ

କୃଷକ ବିରୋଧୀ କଳାକାନୁନ୍ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟବ୍ୟାପି ଚକାଜାମ

କୃଷକ ବିରୋଧୀ କଳାକାନୁନ୍ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟବ୍ୟାପି ଚକାଜାମ

ଭୁବନେଶ୍ଵର, କୃଷକ ବିରୋଧୀ କଳାକାନୁନ୍ ପ୍ରତ୍ୟାହାର ଦାବିରେ ୨ ମାସରୁ ଅଧିକ କାଳ ଧରି ଦିଲ୍ଲୀ ସୀମାନ୍ତ ଟିକିରି, ଗାଜିପୁର ଓ ସିଂଘୁ ବର୍ଡରରେ ଆନ୍ଦୋଳନ ଚଳାଇ ଆସିଥିବା ଚାଷୀ ନେତୃତ୍ଵ ଦେଶସାରା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଚକାଜାମ ଆନ୍ଦୋଳନର ଡାକରା ଦେଇଥିଲେ। ସଂଯୁକ୍ତ କିଶାନ ମୋର୍ଚ୍ଚାର ଏହି ଆହ୍ଵାନ ଅନୁଯାୟୀ ରାଜ୍ୟର ପ୍ରମୁଖ କୃଷକ ସଙ୍ଗଠନ ନବନିର୍ମାଣ କୃଷକ ସଙ୍ଗଠନ ସାରା ରାଜ୍ୟର ଏହି ଚକାବନ୍ଦ ଆନ୍ଦୋଳନ କରିଛି। 

ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ବୌଦ୍ଧ, ବରଗଡ଼ଠାରୁ ମୟୂରଭଞ୍ଜ ଯାଏଁ ଚାଷୀମାନେ ନବନିର୍ମାଣ ବ୍ୟାନରରେ ରାସ୍ତାରୋକ କରିଥିଲେ। ଭୁବନେଶ୍ଵରରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉମାକାନ୍ତ ଭାରତ ଯୁବଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ ପ୍ରମୁଖ ହଂସପାଳ ଛକଠାରେ ରାସ୍ତାରୋକ କରିଥିଲେ। ଗଣମାଧ୍ୟମ ଉଦ୍ଦେଶ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ ଯେ କେନ୍ଦ୍ର ସରକାର ଏବେ ଭାରତ ବିକ୍ରି ପର୍ବ ଆରମ୍ଭ କରିଛନ୍ତି। ଦେଶର ଅମୂଲ୍ୟ ସମ୍ପଦ ବିକ୍ରି ପରେ କିଭଳି ଭାବରେ କୃଷିକ୍ଷେତ୍ରରୁ କୃଷକ, ବ୍ୟବସାୟ କ୍ଷେତ୍ରରୁ କ୍ଷୁଦ୍ର ବ୍ୟବସାୟୀ ଓ ଖାଦ୍ୟ ବଜାରରେ ମଜଦୁରମାନେ ହାତ ମାରିପାରିବେ ନାହିଁ ସେହି ଷଡ଼ଯନ୍ତ୍ରକୁ ସାକାର ପାଇଁ କଳାକୃଷି ଆଇନ୍ ହୋଇଛି। 

କଳା କୃଷି ଆଇନରେ ଦେଶର ୮୦ ଭାଗ କୃଷକ, ମଜଦୁର ଓ କ୍ଷୁଦ୍ର ବ୍ୟବସାୟୀ କିଭଳି କ୍ଷତିଗ୍ରସ୍ତ ହେବେ ଏହାକୁ ଆନ୍ଦୋଳନ ମାଧ୍ୟମରେ ସନ୍ଦେଶ ଦିଆଯାଇଛି। ଗୋଟେ କୃଷିପ୍ରଧାନ ଦେଶରେ କୃଷିମାନଙ୍କୁ ବିରୋଧ କଲେ ପରିଣତି କିଭଳି ହେବ ସରକାର ଏପର୍ଯ୍ୟନ୍ତ ଆକଳନ କରିପାରୁନାହାନ୍ତି। ସରକାର ନିସର୍ତ୍ତ ଭାବରେ ଯଦି କୃଷି ବିଲ୍ ପ୍ରତ୍ୟାହାର ନ କରନ୍ତି ତେବେ ଯେଉଁ ରାଜନୈତିକ ପରିସ୍ଥିତି ଉପୁଜିବ ସେଥିପାଇଁ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପ୍ରଧାନ, ମଧୁମିତା ସାମଲ, ସୁବାଷ ନାୟକ, ଅମିତ ଜେନା, ଅଭୟ ଭୋଳ, ଚିତ୍ତରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget