loading...

ସବ୍-ମିଶନ୍ କମିଟି ବୈଠକ : ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ

ବିଧାୟକ ଡ଼ଃ. ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜଳସମ୍ପଦ ବିଭାଗ ଅଧିନରେ ବକେୟା ଥିବା ପ୍ରକଳ୍ପ ଗୁଡିକ ସମ୍ପର୍କରେ ବିଶଦ ଆଲୋଚନା

ସବ୍-ମିଶନ୍ କମିଟି ବୈଠକ : ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ



ଭୁବନେଶ୍ୱର, ବିଧାନସଭା ସବ୍-ମିଶନ୍ କମିଟି ବୈଠକ ଆଜି ବିଧାନସଭା ପ୍ରକୋଷ୍ଠ – ୫୪ରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଡ଼ଃ. ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜଳସମ୍ପଦ ବିଭାଗ ଅଧିନରେ ବକେୟା ଥିବା ପ୍ରକଳ୍ପ ଗୁଡିକ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଏହି ପ୍ରକଳ୍ପଗୁଡିକର କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦିଆଯାଇଥିଲା । 

ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳାଶୟ ଏବଂ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ପୁନରୁଦ୍ଧାର, ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀବନ୍ଧର ମରାମତି ଏବଂ ସୁଇସ୍ ଗେଟ୍ ନିର୍ମାଣ କୁଶାଙ୍ଗ ଏବଂ ଲୋଇସିଂଘା ମଧ୍ୟରେ କୁସୁମି ନାଳ ଉପରେ ଚେକ୍ ଡ୍ୟାମ୍ ନିର୍ମାଣ, ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଦୀରେ ପଦ୍ମାବତୀ ବ୍ୟାରେଜ୍ ନିର୍ମାଣ, ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡାରୀ ବ୍ଲକରେ କେନାଲ ନିର୍ମାଣ, ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୃତ୍ତାଙ୍ଗ ଜଳସେଚନ ପ୍ରକଳ୍ପର ଆଧୁନିକୀକରଣ, ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମେଗା ଉଠା ଜଳ ସେଚନ ପ୍ରକଳ୍ପର ନିର୍ମାଣ ତ୍ୱରାନ୍ୱିତ, କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋରୱେଲ ନିର୍ମାଣ, ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଙ୍କଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ମଧ୍ୟମ ଜଳସେଚନ ପ୍ରକଳ୍ପରେ ରୂପାନ୍ତରିକରଣ, ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସପ୍ରଧାରା ଏବଂ ପାଙ୍ଗାମ ନଦୀରେ ବନ୍ଧ ନିର୍ମାଣ ପ୍ରଭୃତି ପ୍ରସଙ୍ଗରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । 

କାର୍ଯ୍ୟଗୁଡିକର ରୂପାୟନ ଉପରେ ବିଭାଗ ରିପୋର୍ଟ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା । ଉକ୍ତ ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପର୍ଶୁରାମ ଧଡା, ଅଧୀରାଜ ମୋହନ ପାଣିଗ୍ରାହୀ, ସମ୍ୱିତ ରାଉତରାୟ, ଧ୍ରୁବଚରଣ ସାହୁ, ବିଷ୍ଣୁବ୍ରତ ରାଉତରାୟ, ରମେଶ ଚନ୍ଦ୍ର ବେହେରା, ଆଶୋକ କୁମାର ବଳ, ସରୋଜ କୁମାର ମେହେର, ସୁଧୀର ସାମଲ, ଲତିକା ପ୍ରଧାନ, ସୁନନ୍ଦା ଦାଶ, କୁସୁମ ଟେଟେ, ନାଉରୀ ନାୟକ, ସୂର୍ଯ୍ୟମଣି ବୈଦ୍ୟ, ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଯୁଗ୍ମ ସଚିବ ଦେବାନନ୍ଦ ଦୋରା ଏବଂ ସମ୍ପୃକ୍ତ ବିଭାଗର ଅନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ହୋଇ କମିଟି ସପକ୍ଷରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget