loading...

ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୂହ ଦ୍ଵାରା ୪ଟି ଲେବର କୋଡ଼କୁ ବିରୋଧ ଏବଂ ରାଜ ରାସ୍ତାରେ ଆହ୍ବାନ

ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୂହ ଦ୍ଵାରା ୪ଟି ଲେବର କୋଡ଼କୁ ବିରୋଧ ଏବଂ ରାଜ ରାସ୍ତାରେ ଆହ୍ବାନ

ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୂହ ଦ୍ଵାରା ୪ଟି ଲେବର କୋଡ଼କୁ ବିରୋଧ ଏବଂ ରାଜ ରାସ୍ତାରେ ଆହ୍ବାନ

ଭୁବନେଶ୍ବର, ଦେଶର ସମସ୍ତ କେନ୍ଦ୍ରୀୟ ସଂଗଠନ ମାନଙ୍କର ଆହ୍ବାନ କ୍ରମେ ଆମ ରାଜ୍ୟରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ (ଆଇ.ଏନ୍.ଟି.ୟୁ.ସି., ଏଚ.ଏମ୍.ଏସ୍.,ଏ.ଆଇ.ଟି.ୟୁ.ସି.,ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ.,ଟି.ୟୁ.ସି.ସି., ସେ) ମାନଙ୍କ ଦ୍ଵାରା ଆଜି ମାଷ୍ଟର କ୍ୟାଟିନ୍ ଛକରେ କେନ୍ଦ୍ର ସରକାରଙ୍କ ଦ୍ଵାରା ୪୪ଟି ଶ୍ରମ ଆଇନକୁ ବାତିଲ କରି ୪ ଟି ଲେବର କୋଡ଼ରେ ଏକ ତରଫା ଭାବେ ବିନା ଆଲୋଚନାରେ ପାର୍ଲାମେଣ୍ଟରେ ପାସ୍ କରିଥିବା କୁ ବିରୋଧ କରି ତାକୁ ସର୍ବ ସମୁଖରେ ଦାହ କରାଗଲା।  ଅନ୍ୟ ପକ୍ଷରେ ଦୀର୍ଘ ୬୫ ଦିନ ଧରି ଦେଶର ଲକ୍ଷ ଲକ୍ଷ କୃଷକଙ୍କ ଆନ୍ଦୋଳନକୁ ମଧ୍ୟ କେନ୍ଦ୍ରୀୟ ସଂଗଠନମାନେ ସମର୍ଥନ କରିବା ସହ କେନ୍ଦ୍ର ସରକାର ତୁରନ୍ତ କୃଷକ ବିରୋଧୁ ୩ ଟି ବିଲକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଥିଲା। 

ଉକ୍ତ ସମାବେଶରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି, ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଟିଆ, ସାଧାରଣ ସଂପାଦକ - କିଶୋର ଜେନା, ଉପସଭାପତି - ମଦନ ମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ଶ୍ୟାମ ସୁନ୍ଦର ମହାପାତ୍ର, କୋଷାଧ୍ୟକ୍ଷ - ଧରଣୀଧର ସାଇଁ, ଯୁବ ଆଇ.ଏନ୍.ଟି.ୟୁ.ସିର ସଭାପତି ସତ୍ୟବ୍ରତ ନାୟକ, ଯୁଗ୍ମ ସାଧାରଣ ସଂପାଦକ - ଅକ୍ଷୟ କୁମାର ତ୍ରିପାଠୀ, ସଂଜୀବ ମହାନ୍ତି, ସୁକୁମାର ଦେଓ, ସିଲି ସେଠୀ, ମାନସ ରଞ୍ଜନ ପାତ୍ର, ସିଲି ସେଠୀ, ତପତୀ ଦତ, ସାଗରୀକା ବାରିକ, ମିଗ୍‌ସେଫାଳୀ, ଜୟନ୍ତୀ ପୃଷୀ, ସଂଟୁ ମଲ୍ଲିକ, ଏସ୍.ଜଗା ରାଓ ପ୍ରମୁଖ ଯୋଗ ଦେଇଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget