loading...

ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ନବରଙ୍ଗପୁର ଗସ୍ତ

ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ନବରଙ୍ଗପୁର ଗସ୍ତ, ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘଘାଟନ ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା

ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ନବରଙ୍ଗପୁର ଗସ୍ତ

ଭୁବନେଶ୍ଵର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମା ତାଙ୍କର ଦ୍ୱିତୀୟ ଦିନ ନବରଙ୍ଗପୁର ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ୫୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ମାର୍କେଟ କମ୍ପ୍ଲେକ୍ସ ଏବଂ ୧୦.୦୦ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହର ଉପର ମହଲାରେ ନିର୍ମିତ ବହୁମୁଖୀ ହଲ୍ ର ଶୁଭ ଉଦ୍-ଘାଟନ କରିଥିଲେ । ଏହା ପରେ ସେ ଜିଲ୍ଲା ସ୍ତରୀୟ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ପାନୀୟ ଜଳ ଯୋଗାଣ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜଙ୍ଗଲ ଜମିରେ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି, ଚଳିତ ବର୍ଷର ଧାନ କ୍ରୟ ଏବଂ ସ୍ୱାସ୍ଥ୍ୟ ସେବା ତଥା କୋଭିଡ୍-୧୯ ଟୀକାକରଣ ସମ୍ବନ୍ଧରେ ସମୀକ୍ଷା କରିଥିଲେ ।

ଆଲୋଚନା ସମୟରେ ଉପାଧ୍ୟକ୍ଷ ଶ୍ରୀ ଦାସ ଜିଲ୍ଲାରେ ଚାଲୁଥିବା ପାନୀୟ ଜଳ ଯୋଗାଣକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା, ଚନ୍ଦନଧାରା ଠାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ସମାପନ, ସର୍କିଟ ହାଉସ୍ ଠାରୁ ଭିଜିଲାନ୍ସ କାର୍ଯ୍ୟାଳୟ ରାସ୍ତା ନିର୍ମାଣ, ପରିବହନ କାର୍ଯ୍ୟାଳୟଠାରୁ ପୋଲିସ ରିଜର୍ଭ କାର୍ଯ୍ୟାଳୟ ରାସ୍ତା ଏବଂ ପାପଡାହାଣ୍ଡି ବାଇ ପାସ ରୋଡ ସମ୍ବନ୍ଧୀୟ କାର୍ଯ୍ୟ ଗୁଡିକ ତୁରନ୍ତ ସମାପନ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ ତୁରିଗୁଣ୍ଠା ପ୍ରକଳ୍ପ ଓ ଜୟପୁର-ନବରଙ୍ଗପୁର ରେଳ
ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । 

ଏହା ସହିତ ସେ ୨୪ଘଣ୍ଟା ମଧ୍ୟରେ ସମସ୍ତ ପ୍ରକୃତ ଚାଷୀଙ୍କର ଧାନ ମଣ୍ଡିରୁ ମିଲ୍ ମାନଙ୍କୁ ପରିବହନ କରିବା ତଥା ଅତିରିକ୍ତ ଏକ ଲକ୍ଷ କ୍ୱିଣ୍ଟାଲ ଧାନ ପ୍ରକୃତ ଚାଷୀଙ୍କଠାରୁ କ୍ରୟ କରିବା ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସେ ନିୟନ୍ତ୍ରିତ ବଜାର କମିଟି ଠାରେ ଖୋଲାଯାଇଥିବା ଧାନ ମଣ୍ଡି ଏବଂ ତାରାଗାଁ ଧାନ ମଣ୍ଡି ପରିଦର୍ଶନ କରିଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସହିତ ବିଧାୟକ, ନବରଙ୍ଗପୁର, ଡାବୁଗାଁ ଓ ଝରିଗାଁ ଏବଂ ଜିଲ୍ଲାପରିଷଦର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଓ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ପଦାଧିକାରୀ ଯୋଗ ଦେଇଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget