loading...

ଓଡ଼ିଶାରେ ରାଜପଥ ପ୍ରକଳ୍ପ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି

ଓଡ଼ିଶାରେ ରାଜପଥ ପ୍ରକଳ୍ପ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ/ ଭୁବନେଶ୍ବର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧୁକାରୀଙ୍କ ମଧ୍ୟରେ ମଙ୍ଗଳବାର ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ନେଇ ଥିବା ସମସ୍ୟା ତଥା ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର  କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରତିଶୁତି ଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଓଡିଶାର ବିଭିନ୍ନ ରାଜପଥ ପ୍ରକଳ୍ପକୁ ନେଇ ବିଚାରବିମର୍ଷ ହୋଇଯାଇଥିବା ଏହି ବୈଠକରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ମନ୍ତ୍ରୀ ନିତୀନ ଗଡକରୀଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବିଶେଷ ଭାବରେ ଭାରତମାଳା ପରିଯୋଜନାରେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପର ବିକାଶର କାମକୁ ତ୍ବରାନ୍ବିତ କରିବା ଦିଗରେ ଆଲୋଚନା ହୋଇଛି । ୯ ହଜାର କୋଟି ଟଙ୍କା ଖର୍ଚ୍ଚରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳର ଲାଇଫଲାଇନ୍ ହେବାକୁ ଯାଉଥିବା ଏହି କୋଷ୍ଟାଲ ହାଇୱେର ଆଲାଇନମେଣ୍ଟ ତଥା ଏହାର ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । 

ଓଡ଼ିଶାର ସର୍ବବୃହତ ରାଜପଥ ପ୍ରକଳ୍ପ କୋଷ୍ଟାଲ ହାଇୱେ ସମ୍ପୂର୍ତ୍ତି ହେଲେ ଏହା ପର୍ଯ୍ୟଟନ ଶିଳ୍ପକୁ ତ୍ବରାନ୍ବିତ କରିବା ସଙ୍ଗେସଙ୍ଗେ ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକୁ ସୁବିଧା ଦେବା ସହ ପଣ୍ୟଗାର ପରିବହନରେ ବିଶେଷ ଭାବରେ ସହାୟକ ହେବ । ଏହି ବୈଠକରେ ଭୁବନେଶ୍ବର ରିଙ୍ଗ୍ ରୋଡ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା । ଏହା ସହ ବିଶେଷ ଭାବରେ ଏହି ବୈଠକରେ ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍‌ ବିଶିଷ୍ଟ ୩୦୦ କିମି ଲମ୍ବ ଅର୍ଥନୈତିକ କୋରିଡ଼ର ଉପରେ ଆଲୋଚନା କରାଯାଇଥିଲା । ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ । ଚଣ୍ଡିଖୋଲ- ଡୁବୁରି- କେନ୍ଦୁଝର- ରିମୂଳି ବଡରସାହୀ ଦେଇ ବଡବିଲରେ ଶେଷ ହେବ । ଏହି ପ୍ରସ୍ତାବିତ ଅର୍ଥନୈତିକ କୋରିଡ଼ର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ଼ କଳିଙ୍ଗନଗର ଇସ୍ପାତ୍ କ୍ଳଷ୍ଟରର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । 

ଏହି ରାଜପଥ ଡୁବୁରି ପାର୍ଶ୍ୱବର୍ତ୍ତୀ ଅଂଚଳ ତଥା ଇସ୍ପାତ୍, କୋଇଲା, ଲୁହା ଓ ଆଲୁମିନିୟମ କ୍ଷେତ୍ର ପାଇଁ ମଧ୍ୟ ଅନେକ ସମ୍ଭାବନାର ସମ୍ଭାର ଆଣିବ । ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶାରେ ବନ୍ଦର ଆଧାରିତ ଶିଲ୍ପାୟନର ଦୃତ ଅର୍ଥନୀତିର ବିକାଶକୁ ପ୍ରାଥମିକତା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଧାମରାରେ ବନ୍ଦର ଆଧାରିତ ବିକାଶ କରିବା ନେଇ ଧାମରାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ରାଜପଥ ପ୍ରକଳ୍ପ ଗୁଡ଼ିକ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଗୋପାଳପୁର ବନ୍ଦର, ସୁବର୍ଣ୍ଣରେଖା ପ୍ରସ୍ତାବିତ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଭର୍ଚୁଆଲ ବୈଠକରେ ବିଶେଷ ଭାବରେ ଓଡ଼ିଶାରେ କ୍ରିୟାନୁୟନ ହେଉଥିବା ବିଭିନ୍ନ ରାଜପଥ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଅନ୍ୟାନ୍ୟ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ଓଡ଼ିଶାର ବିଭିନ୍ନ ପ୍ରମୁଖ ରାଜପଥ ପ୍ରକଳ୍ପ ଯଥା କେନ୍ଦୁଝରର ଜାତୀୟ ରାଜପଥ ପ୍ରକଳ୍ପ ଅଧୀନରେ ଥିବା ଏନଏଚ-୨୦ର ପାଣିକୋଇଲି-ରିମୂଳି ସେକ୍ସନ, ଏନଏଚ-୪୯ ସିଙ୍ଗରା ବିଞବାହାଲ ସେକ୍ଶୋନ, ପ୍ରସ୍ତାବିତ ଅର୍ଥନୈତିକ କୋରିଡରରେ ପାରାଦୀପ, ବଡବିଲ, ପାରାଦୀପ। ଚଣ୍ଡିଖୋଲ, ଚଣ୍ଡିଖୋଲ ଡୁବୁରି, ଡୁବୁରି-କେନ୍ଦୁଝର ରୋଡ, କେନ୍ଦୁଝର-ରିମୁଳି, ରିମୂଳି-ଭଦ୍ରସାହୀ, ଭଦ୍ରସାହୀ- ବଡବିଲ, ଭୁବନେଶ୍ବର-ପୁରୀ ମଧ୍ୟରେ ୮ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ ଓ, ବନ୍ଦରରୁ ରାସ୍ତା ସଂଯୋଗ ଅଧୀନରେ ଧାମରା, ଗୋପାଳପୁର, ଶୁବର୍ଣ୍ଣରେଖା ବନ୍ଦର ଏବଂ ଅନୀ-ଜୟପୁର ଓ ରାୟପୁର ବିଶାଖାପାଟଣା ଜାତୀୟ ରାଜପଥ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା ।


Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget