କେନ୍ଦୁଝର, ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ଶ୍ରୀ ମହାପାତ୍ର ଜିଲ୍ଲାରେ ଉପଲବ୍ଧ ପ୍ରାକୃତିକ ସଂପଦ, ଜଳସଂପଦ, ପର୍ଯ୍ୟଟନ ସଂପଦ ଓ ଅରଣ୍ୟ ସଂପଦର ସୁବିନିଯୋଗ କରି ଲୋକମାନଙ୍କର ଜୀବନଧାରଣର ମାନ ବୃଦ୍ଧି କାରାଇବା ଉପରେ ଗୁରୁତ୍ୱଆରୋପ କରିଥିଲେ । ରେମୁଳି-ରାଜାମୁଣ୍ଡା ରାଜପଥ, ଆନନ୍ଦପୁର ବ୍ୟାରେଜ୍ କେନାଲ ଓ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ଶେଷ କରିବା ନିମନ୍ତେ ଶ୍ରୀ ମହାପାତ୍ର ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିଥିଲେ ।
ବୈଠକରେ ଡ଼ି.ଏମ୍.ଏଫ୍ ଓ ଓମ୍ବାଡସି ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା । ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଭୁପୃଷ୍ଟ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ପ୍ରସଙ୍ଗରେ ସୂଚନା ଦେଇ ଆଗାମୀ ଜୁନ୍ ମାସ ସୁଦ୍ଧା ୨୦ ନମ୍ବର ଜାତୀୟ । ରାଜପଥର ବେଲବାହାଳି ଠାରେ ପୋଲ ନିର୍ମାଣ ଶେଷ କରିବା ସହ ପାଣିକୋଇଲି ଠାରୁ ରିମୁଳି-ରାଜାମୁଣ୍ଡା ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ ନିମନ୍ତେ ଉପଯୁକ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜାତୀୟ ରାଜପଥ କର୍ତ୍ତୁପକ୍ଷର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦବ୍ୟତୀତ ୨୦ ନମ୍ବର ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ କରିବା ପାଇଁ ଆବଶ୍ୟକୀୟ ଭୂମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଡ଼ି.ଏମ୍.ଏଫ୍ ଏବଂ ଓମ୍ବାଡସି ପାଣ୍ଡି ଅନ୍ତର୍ଗତ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡିକର ଅଗ୍ରଗତି ସଂପର୍କରେ ମଧ୍ୟ ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ୨୦୨୨ ମସିହା ସୁଦ୍ଧା ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବାକୁ ସଂପୃକ୍ତ ନିର୍ବାହଯନ୍ତ୍ରୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପରିବହନଜନିତ ଧୂଳି ସମସ୍ୟାର ପ୍ରଶମନ ପାଇଁ ସଂପୃକ୍ତ ସହରାଞ୍ଚଳମାନଙ୍କର 'ଲ୍ୟାଣ୍ଡଫି ' ସହ ବ୍ୟାପକ ସବୁଜୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଖାଲି ସ୍ଥାନ ମାନଙ୍କରେ ମଧ୍ୟ ବୃକ୍ଷରୋପଣ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ନଦୀ ଓ ଉପନଦୀର ଶଯ୍ୟ ଗୁଡିକର ସଂରକ୍ଷଣ ସହିତ ଜଳ ଉତ୍ସ ବୃଦ୍ଧି ନିମନ୍ତେ ଉପଯୁକ୍ତ ପ୍ରକଳ୍ପ ଆରମ୍ଭ କରିବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱଆରୋପ କରିଥିଲେ । ଡ଼ି.ଏମ୍.ଏଫ୍ ଅନୁଦାନରେ ରାସ୍ତା ଓ ଗୃହ ବିଭାଗ ଦ୍ବାରା ୧୨ ଟି ମୁଖ୍ୟ ରାସ୍ତା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୩୯ ଟି ମୁଖ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ବାକି ରହିଯାଇଥିବା ରାସ୍ତାର ନିର୍ମାଣ କାର୍ଯ୍ୟର ପୂର୍ଣ୍ଣାଙ୍ଗ ନିମନ୍ତେ ମୁଖ୍ୟ ଶାସନ ସଚିବ ସମୟସୀମା ନିର୍ଦ୍ଧାରଣ କରିଥିଲେ ।
ଏହାଛଡା ଯୋଡା ଫ୍ଲାଇ ଓଭର ଏବଂ ବଡବିଲ ରିଙ୍ଗ ରୋଡର ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସଂପୃକ୍ତ କର୍ଭୁକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡାଠାରେ ଥିବା ଟସର ପାର୍କର । ଅଧୂକ ଅଭିବୃଦ୍ଧି କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଥିଲେ । କେନ୍ଦୁଝର ଜିଲ୍ଲାରେ ଟସର ଚାଷ ପାଇଁ ଅନୁକୂଳ ପରିବେଶ ରହିଥିବାରୁ ଏଠୁ ନିମନ୍ତେ ଆବଶ୍ୟକୀୟ ସୁବିଧା ସୁଯୋଗ ଉପଲବ୍ଧ କରାଇବା, ଅଧୁକରୁ ଅଧୁକ ଅସନ ଓ ଅର୍ଜୁନ ଚାରା ରୋପଣ କରିବା ଏବଂ ଟସରବିପଣୀ ସହ ଚାଷୀମାନଙ୍କୁ ସଂଯୁକ୍ତ କରାଇବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସେହିପରି କେନ୍ଦୁଝର ଜିଲ୍ଲାରେ ପ୍ରକୃତି ପର୍ଯ୍ୟଟନ ନିମନ୍ତେ ରହିଥିବା ସମ୍ଭାରର ବିକାଶ, ଜଙ୍ଗଲ ସଫାରୀ ଓ ଜଳାଶ୍ରୟ ମାନଙ୍କରେ ବୋଟିଂ ଆଦି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଗ୍ରାମ ସମୁଦାୟ ଓ ଯୁବକଯୁବତୀ ମାନଙ୍କ ନିମନ୍ତେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ପରେପରେ ଶ୍ରୀ ମହାପାତ୍ର କେନ୍ଦୁଝରଠାରେ ନିର୍ମାଣଧିନ ମେଡିକାଲ କଲେଜ ପରିଦର୍ଶନ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟର ସମୀକ୍ଷା କରିଥିଲେ । ସେଠାରେ ନିୟୋଜିତ ଯନ୍ତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ପ୍ରକଳ୍ପର ବିଭିନ୍ନ । ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ନିମନ୍ତେ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଥିଲେ । ଏହି ଗସ୍ତ ଓ ସମୀକ୍ଷା ସମୟରେ କେନ୍ଦୁଝରର ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ନାୟକ ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝା, କେନ୍ଦୁଝର ଡ଼ି.ଓ. ଶ୍ରୀ ସୂୟଂ ମଲ୍ଲିକ, ଆନ୍ଦପୁର ଡ଼ି.ଏଫ୍.ଓ ଶ୍ରୀ ଅଜୀତ୍ ଶତପଥିଙ୍କ ସମେତ ସଂପୃକ୍ତ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତଥିଲେ । ଜିଲ୍ଲାପାଳ ଶ୍ରୀ ଠାକରେ ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧିତ ସଦ୍ୟତନ ସ୍ଥିତ, ଓ ତଥ୍ୟ ସମୀକ୍ଷା ନିମନ୍ତେ ଉପସ୍ଥାପନ କରିଥିଲେ ।
Post a Comment