ଭୁବନେଶ୍ୱର, ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନ ସଂଗ୍ରାମରେ ବାଜିମାତ ହୋଇପାରିବ। ଏହିଭଳି ଆହ୍ବାନ ନେଇ ସମ୍ ଅଲିମେଟ୍ ମେଡିକେୟାରରେ ଆୟୋଜିତ ହୋଇଯାଇଛି ବିଶ୍ଵ କର୍କଟ ଦିବସ। ଫେବୃଆରୀ ୪ ତାରିଖକୁ ବିଶ୍ଵ କର୍କଟ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଅବସରରେ ହସପିଟାଲ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ହସପିଟାଲ୍ ପକ୍ଷରୁ ଆୟୋଜିତ ଏହି ସତନ୍ତ୍ର କାର୍ଯ୍ୟକ୍ରମରେ ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରେ ପ୍ରତ୍ୟେକ ବର୍ଷ ୧୦ ଲକ୍ଷ ନୂଆ କ୍ୟାନସର ରୋଗୀ ବଢୁଛନ୍ତି । ବର୍ତ୍ତମାନ ୨୫ ରୁ ୩୦ ଲକ୍ଷ ଲୋକ ଏହି ଦୁଃସାଧ୍ୟ ରୋଗରେ ପୀଡିତ ଅଛନ୍ତି ବୋଲି କହି ସେ ଉଦ୍ବେଗ ପ୍ରକାଶ କରିଥିଲେ ।
ବିଶ୍ୱବ୍ୟାପି ଏହି ସଂଖ୍ୟା ଢ଼େର ଅଧିକ ଥିବାବେଳେ ଏଥିପାଇଁ ସଚେତନତା ଖୁବ୍ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। । ପୂର୍ବ ଭାରତର ଏକମାତ୍ର ହସପିଟାଲ୍ ଭାବେ ସମ୍ ଅଲିମେଟ୍ ମେଡିକେୟାରରେ କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ଏବଂ ଉତମ ଧରଣର ଚିକିତ୍ସା ପଦ୍ଧତି ଓ ସରଞ୍ଜାମ ରହିଥିବା ବେଳେ ବିଶେଷଜ୍ଞ ଡାକ୍ତର ରୋଗୀ ସେବା ପ୍ରଦାନ କରିଆସୁଛନ୍ତି । ତେଣୁ କ୍ୟାନସରରେ ପୀଡିତ ହେଲେ ବିନା ଦ୍ବିଧାରେ ସମ୍ ଅଲିମେଟ୍ ଆସି ଚିକିତ୍ସା ଗ୍ରହଣ କରିବାକୁ ବ୍ରିଗେଡିୟର (ଡ.) ମିଶ୍ର ରୋଗୀ ମାନଙ୍କୁ ଆହ୍ବାନ ଦେଇଥିଲେ ।
ଏହି ଅବସରରେ ଅସ୍କୋ ସାଇନସେସ୍ ବିଭାଗର ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଚିର ରଞ୍ଜନ ଖାଡଙ୍ଗା, ମେଡିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ, ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ଜିଜ୍ଞାସୁ ମହାନ୍ତି, କସଟାଟ- ନ୍ୟୁକ୍ଲିୟର ମେଡିସିନ୍ ଡାକ୍ତର ସୁଦତ ରାୟ, ଡେପୁଟି ମେଡିକାଲ ସୁପରିଟେଣ୍ଡେଟ ଡ. ଆନନ୍ଦ ମିଶ୍ର ଏବଂ ସମ୍ ହସପିଟାଲର ଅଙ୍କୋଲୋଜିଷ୍ଟ ଡ. ଲଲାଟେନ୍ଦୁ ମହାରଣା ପ୍ରମୁଖ ଉପସ୍ଥିତ ରହି କ୍ୟାନସର ରୋଗ ଓ ଏହାର ନିରାକରଣ ନେଇ ମତବ୍ୟକ୍ତ କରିଥିଲେ।
ଏହି ଦିବସ ପାଳନ ଅବସରରେ କ୍ୟାନସର ରୋଗରୁ ସୁସ୍ଥ ହୋଇଥିବା କେତେକ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡାକ୍ତର ମିଶ୍ର। ସମ୍ବର୍ଦ୍ଧନା ଗ୍ରହଣ କରିବା ସମୟରେ ଭାବବିହ୍ବଳ ହୋଇ ସମ୍ପୃକ୍ତ କ୍ୟାନସର ଯୋଦ୍ଧା ମାନେ ସମ୍ ଅଲିମେଟ୍ ଏବଂ ଏହାର ଡାକ୍ତର ମାନଙ୍କୁ ଅନେକ ପ୍ରଶଂସା କରିବା ସହ ସେମାନଙ୍କ ଜୀବନ ବଂଚାଇ ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସପିଟାଲର ବରିଷ୍ଠ ଡାକ୍ତର ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ।
Post a Comment