ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ସନ୍ଥକବି ଭୀମ ଭୋଇଙ୍କ “ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ, ଚିରନ୍ତନ ବିଚାରକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କରୁଥିବା ବେଳେ । ଗରିବ ଓ ଦେଶର କଲ୍ୟାଣ ପାଇଁ ଏହି ଉକ୍ତିକୁ ମୂଳ ମନ୍ତ କରାଯାଇଛି । ମୋଦି ସରକାର ପୂର୍ବୋଦୟ ମିଶନରେ ପୂର୍ବ ଭାରତ ସମେତ ସମଗ୍ର ଭାରତକୁ ବିକାଶ ପଥରେ ଆଗକୁ ନେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିନ୍ନଶୈଳି ନେତୃତ୍ବ ଓ ବସୁଧୈବ କୁଟୁମ୍ବକମ ବିଚାରଧାରାରେ ଆଗାମୀ ଶତାବ୍ଦୀ ମଧ୍ୟରେ ଭାରତ ବିଶ୍ୱ ଇତିହାସରେ ନୂଆ ଅଧ୍ୟାୟ ଲେଖିବ ବୋଲି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଭିଭାଷଣ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହସହ ଶ୍ରୀ ପ୍ରଧାନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ ସ୍ୱାମୀନାଥନ କମିଟି ବକ୍ତବ୍ୟ ପ୍ରସଙ୍ଗରେ ଗୃହରେ ଉତର ରଖି କହିଛନ୍ତି ଯେ ସ୍ବାମୀନାଥନ କମିଟି ସୁପାରିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗୁ କରିଛନ୍ତି । ଉଭୟ ତଥ୍ୟ ରଖୁ ବକ୍ତବ୍ୟ ଦେବେ ବୋଲି ଆଶା କରୁଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ପୂର୍ବ ଭାରତର ବିକାଶ ପାଇଁ ‘ପୂର୍ବୋଦୟ’ର ନାରା ଦେଇଛନ୍ତି । ଏଥିପାଇଁ ଗୁଜରାଟ ନୁହେଁ ବରଂ ପୂର୍ବ ଭାରତର ବିଦ୍ୟାନଗରୀ କୁହାଯାଉଥିବା ବାରାଣାସୀରୁ ପ୍ରତିନିଧୂର୍ତ୍ତି କରିଛନ୍ତି ମୋଦି । କାଶୀରୁ କୋହିମା ପର୍ଯ୍ୟନ୍ତ ପୂର୍ବ ଭାରତରେ ରହୁଥିବା ୫୦ କୋଟି ଲୋକଙ୍କ ଜୀବନରେ ଅଭିତପୂର୍ବ ପରିବର୍ତ୍ତନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆସିଛି । ଉଜ୍ଜଳା ଯୋଜନାରେ ୮ କୋଟିରୁ ପୂର୍ବ ଭାରତ ଅଧାରୁ ଅଧୁକ ଲୋକମାନେ ଲାଭ ପାଇଛନ୍ତି ।
ଏଥିରେ ଓଡିଶା ସମେତ ଉତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା ସିକିମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ପ୍ରମୁଖ ରହିଛନ୍ତି । ଦେଶରେ ଆଦିବାସୀ ବର୍ଗଙ୍କ ବିକାଶ ପାଇଁ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ହେଉଛି । କେବଳ ପୂର୍ବ ଭାରତରେ ୩୦୪ଟି ଏକଲବ୍ୟ ବିଦ୍ୟାଳୟ ଖୋଲାଯିବା ପାଇଁ ନିଷ୍ପତି ନେଇଛନ୍ତି ମୋଦି ସରକାର । ସେହିପରି ଉଡାନ ଯୋଜନାରେ ଜାମସେଦପୁର, ଝାରସୁଗୁଡା, ଦରଭଙ୍ଗା, ଦେଉଘର, ଅରୁଣାଚଳର ପାସିଘାଟ, ଆସାମର ରୁପସୀ, ହୋଲାଙ୍ଗୀରେ ନୂଆ ଏୟାରପୋର୍ଟ ନିର୍ମାଣ କରାଯାଇଛି । ମୋଦିଙ୍କ ନାରା ଥିଲା ପଶ୍ଚିମ ଏବଂ ଦକ୍ଷିଣ ଭାରତ ସହ ପୂର୍ବ ଭାରତ ବିକାଶର ସମାନ ଗତିର ଆଗଇବ । ୨୦୧୪ରେ ମୋଦି ସରକାର ଆସିବା ଦେଶର ଗରିବ, ମହିଳା, ଯୁବ ବର୍ଗ, କୃଷକ, ବଂଚିତ ବର୍ଗ, ପଛୁଆ ବର୍ଗ ଏବଂ ଅନୂସୂଚିତ ଜାତି ଓ ଜନଜାତିଙ୍କୁ ପ୍ରାଥମିକତା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୋଦିଙ୍କ ଆହ୍ବାନ ଥିଲା ଗରିବ ଆମର କେନ୍ଦ୍ରବିନ୍ଦୁ । କେବଳ ସ୍ଲୋଗାନ ନୁହେଁ କାମରେ କରି ଦେଖାଇଛନ୍ତି ମୋଦି ସରକାର । ସ୍ବାଧୀନତା ସମୟରେ ଦେଶରେ କେବଳ ୧ ପ୍ରତିଶତ ଲୋକଙ୍କ ପାଖରେ ଶୌଚାଳୟ ଥିଲା । ୧୯୭୫ରେ ଭାରତ ମହାକାଶକୁ ଆର୍ଯ୍ୟଭଟ୍ଟ ପଠାଇଥିଲା । ମହାକାଶ ଛୁଇଁଥିବା ବେଳେ ଦେଶରେ ସେହି ସମୟରେ ମାତ୍ର ୨ ପ୍ରତିଶତ ଶୌଚାଳୟ ଥିଲା । ୧୯୮୩ ବିଶ୍ବକପ ଭାରତ ବିଜୟ ହେବା ସମୟରେ ସେହି ୨ ପ୍ରତିଶତରେ ଅଟକି ରହିଥିଲା ଦେଶରେ ଶୌଚାଳୟର ବ୍ୟବହାର । ଯାହା ୨ ହଜାରରେ ୧୮ ପ୍ରତିଶତ ଏବଂ ୨୦୧୪ରେ ମୋଦି ସରକାର ଅସିବା ପରେ ଏହା ହୋଇଛି ଶତପ୍ରତିଶତ । ସେହିପରି ଦେଶର ଶତପ୍ରତିଶତ ପହଁଚିଛି ବିଜୁଳି ସେବା । ୨୦୧୪ରେ ୧୩ କୋଟି ଏବଂ ବର୍ତ୍ତମାନ ୨୯ କୋଟି ଲୋକଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି ।
ସେହିପରି ପ୍ରତ୍ୟେକ ଘରେ ଜଳ ପହଁଚାଇବା ପାଇଁ ଲକ୍ଷ୍ୟ ରଖୁଛନ୍ତି ମୋଦି ସରକାର । ସେହିପରି ଦେଶର ଗାଁର ରୂପରେଖ ବଦଳାଇବା ପାଇଁ ମାତ୍ର ୧ ହଜାର ଦିନରେ ୬ ଲକ୍ଷ ଗାଁରେ ଇଂଟରନେଟ ସେବା ଯୋଗାଇଦେବା ପାଇଁ ରଖାଯାଇଛି ଲକ୍ଷ୍ୟ । କାହିଁକି କିଛି ରାଜନୈତିକ ଦଳ କ୍ଷମତାରେ ରହିବା ପରେ ମଧ୍ୟ ଆଇନ ଅନୁଯାୟୀ ଏମଏସପି ଆଣିବାରେ ସକ୍ଷମ ହୋଇ ପାରି ନଥିଲେ ? ମୋଦି ସରକାରଙ୍କ ଗତ ୬ ବର୍ଷ ମଧ୍ୟରେ ଏମଏସପି ରେକର୍ଡ ବୃଦ୍ଧି କରିଛନ୍ତି । ହେଲେ ବିରୋଧୀମାନେ ମିଛ ପ୍ରଚାର କରୁଛନ୍ତି ଏବଂ ଏମଏସପିରେ ଆମକୁ ପ୍ରଶ୍ନ ପଚାରୁଛନ୍ତି । ସେହିପରି ଜନସାଧାରଣଙ୍କୁ ବୀମା, ଚାଷୀ ମାନଙ୍କ ପାଇଁ କିଷାନ ସମ୍ମାନ ନିଧି ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । କେବଳ ସେତିକି ନୁହେଁ ଚାଷୀ ମାନଙ୍କ ସୁବିଧା ପାଇଁ କୃଷି ଋଣ, ମୁଦ୍ରା ଯୋଜନା ବି ଆରମ୍ଭ କରାଯାଇଛି ।
ସେହିପରି ଦେଶର ଶିକ୍ଷା ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ପାଇଁ ଅଂଟା ଭିଡିଛନ୍ତି ମୋଦି ସରକାର । ୩୪ ବର୍ଷର ଅପେକ୍ଷା ପରେ ଦେଶରେ ନୂଆ ଶିକ୍ଷା ନୀତି ଲାଗୁ କରାଯାଉଛି । ଶିକ୍ଷା, ନିଯୁକ୍ତି ଏବଂ କୌଶଳ ବୃଦ୍ଧି କରିବା ପାଇଁ ଏଭଳି ଶିକ୍ଷା ନୀତି ଅଣାଯାଇଛି । ବିଶ୍ୱ ନିକଟରେ କୋଭିଡ ମହାମାରୀ ସହ ଲଢେଇ କରିଛି । ଏଥିରେ ଭାରତ ମଧ୍ୟ ଏହାର ପାରଦର୍ଶିତ ଦେଖାଇଛି । ଦେଶବାସୀଙ୍କ ସୁରକ୍ଷା ସହ ବିଶ୍ବବାସୀଙ୍କୁ ବି ସୁରକ୍ଷା ଦେଇଛି ଭାରତ । ସେହିପରି ଗରିବ କଲ୍ୟାଣ ରୋଜଗାର ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଏଥିରେ ଦେଶର ୧୧୬ ଜିଲ୍ଲା ସାମିଲ କରାଯାଇଥିଲା । ଏଥିରେ ଅଧୁକାଂଶ ଜିଲ୍ଲା ପୂର୍ବ ଭାରତର ସାଂପ୍ରଦାୟିକତା ରାଜନୀତି ଆମେ କରୁନି, ଏଥିପାଇଁ ମୁସଲିମ ଦେଶ ମାନଙ୍କରେ ଭାରତର ପ୍ରସଂଶା ବୃଦ୍ଧି ପାଉଛି । ମୋଦି ସରକାର ଦେଶରେ ଉର୍ଜା କ୍ରାନ୍ତି ଆଣିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ।
ସମସ୍ତଙ୍କୁ ସମାନ ଏବଂ ସର୍ବନିମ୍ନ ମୂଲ୍ୟରେ ଉର୍ଜା ପହଁଚାଇବା ପାଇଁ ଲକ୍ଷ୍ୟ ରଖୁଛନ୍ତି ମୋଦି ସରକାର । ସେହିପରି ବିକଳ୍ପ ଉର୍ଜା ପାଇଁ ଇଂଟରନ୍ୟାସନାଲ ସୋଲାର ଆଲିଆନ୍ସ ବନାଯାଇଛି, ହାଇଡ୍ରୋଜେନ୍ ମିଶନ ଦ୍ବାରା ହାଇଡ୍ରୋଜେନ୍ ଅର୍ଥନୀତି ଛିଡା କରିବାରେ ଭାରତ ଏବେ ଏକ ନମ୍ବର ଦେଶ ହେବାକୁ ଯାଉଛି । ଭାରତର ଉଦ୍ୟୋଗ ଜଗତକୁ ଗତି ଦେବା ପାଇଁ ଭାରତ ସବୁଜ୍ ହାଇଡ୍ରୋଜେନ ବ୍ୟବହାର ଉପରେ ମଧ୍ୟ ଫୋକସ ଦେଉଛି । ପରିବେଶକୁ ଆଖୁଆଗରେ ରଖୁ ପ୍ରକୃତିକ ଉର୍ଜାର ବ୍ୟବହାରରେ ପରିବର୍ତନ ଆଣିଛି ଭାରତ । ମହାମାରୀରେ ଘରକୁ ଆସିଥିବା ଶ୍ରମିକଙ୍କ ପାଇଁ ରୋଜଗାର ବ୍ୟବସ୍ଥା ହୋଇଛି । ୫୦ ହଜାର କୋଟିର ପ୍ୟାକେଜ ଏବଂ ୫୦ କୋଟି ଶ୍ରମଦିବସ କରାଯାଇଛି ।”
Post a Comment