ଭୁବନେଶ୍ୱର, ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ଆଇନ ବିଭାଗର ଏକ ସାଙ୍ଗଠନିକ ବୈଠକ କଂଗ୍ରେସ ଭବନ ଭୁବନେଶ୍ଵର ଠାରେ ଜିଲ୍ଲା କଂଗ୍ରେସ ଆଇନ ବିଭାଗର ଆବାହକ ଆଡଭୋକେଟ ମନୋଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ “ଆମ ସମ୍ବିଧାନ କେତେ ସୁରକ୍ଷିତ” ? ଶିର୍ଷକ ଆଲୋଚନା ଚକ୍ର ପ୍ରଦୀପ ପ୍ରଜ୍ଜଳନ କରାଯାଇ ଉଦ୍ଘାଟନ ହୋଇଥିଲା । ଏଥିରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି କହିଲେ ଯେ ଓକିଲ ବନ୍ଧୁମାନେ ଗୃହିଁଲେ ସମ୍ବିଧାନକୁ ସୁରକ୍ଷିତ ରଖୁବାରେ ମୁଖ୍ୟ ଭୂମିକା ନିର୍ବାହ କରିପାରିବେ ।
ବୈଠକରେ ପ୍ରଦେଶ କଂଗ୍ରେସ ଆଇନ ବିଭାଗ ଅଧକ୍ଷ ଶ୍ରୀ ସୁରେନ୍ଦ୍ର ନାଥ କର, ସୁରେଶ କୁମାର ରାଉତରାୟ, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ବରିଷ୍ଠ ଆଇନଜୀବି ଶ୍ରୀ ଶିବାନନ୍ଦ ରାୟ, ଭୁବନେଶ୍ଵର ବାର ସଭାପତି ଜିଆଉଲ ହକ, ମହିଳା କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇ କହିଲେ ଯେ ଆଜି ବିଜେଡ଼ି ଓ ବିଜେପି ସରକାରରେ ସମ୍ବିଧାନ ସଂପୂର୍ଣ ଅସୁରକ୍ଷିତ ହୋଇପଡ଼ିଛି । କଂଗ୍ରେସ ଦଳ ସମ୍ବିଧାନର ସୁରକ୍ଷା ଓ ଦେଶର ସଂହତି ପାଇଁ ସର୍ବଦା କାର୍ଯ୍ୟକରି ଆସିଛି । ଆଇନ ବିଭାଗ ସଂଗଠିତ ଭାବରେ ଜନସାଧାରଣଙ୍କର ସ୍ବାର୍ଥକୁ ରକ୍ଷା କରିବାପାଇଁ ତତ୍ପରତାର ସହ କାର୍ଯ୍ୟ କରିବ ବୋଲି ବକ୍ତାମାନେ କହିଥିଲେ ।
ଆଇନଜୀବି ହଳଧର ସେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଭୁବନେଶ୍ୱର ପ୍ରଫେସନାଲ କଂଗ୍ରେସର ସଭାପତି ଶ୍ରୀ ମିତ୍ରଭାନୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭୁବନେଶ୍ବର ଓକିଲ ସଂଘର କର୍ମକର୍ତ୍ତା ମାନଙ୍କୁ ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଲଲାଟେନ୍ଦୁ ଦାଶ, ଦେବରାଜ ମିଶ୍ର, ଶତୃଘ୍ନ ବେହେରା, ଅଶୋକ ଦାଶ, ମନୋରଞ୍ଜନ ବୁଟୁ, ମାନସ ଆଚାର୍ଯ୍ୟ, ନାରାୟଣ ଜେନା, ଜୟକୃଷ୍ଣ ମଲିଆ, ସଂଜିବ ପୂଜାପଣ୍ଡା, ଶ୍ରୀଧର ବଳିଆର ସିଂ, ମନୋଜ ସାହୁ, ଯୋଗୀନାଥ ବାହୁବଳେନ୍ଦ୍ର, ଅଶୋକ ବଡ଼ ପଣ୍ଡା, ସୁବ୍ରତ ସେନାପତି, ସଂଟୁ ମଲ୍ଲିକ, ବୈଲୋଚନ ସାହୁ, ଅକ୍ଷୟ ଦାସ, ଲୋକନାଥ ଦାସ, ଦୀପ୍ତିମୟୀ ପତି, ମଧୁସ୍ମିତା ମହାରଣା, ଶ୍ରୀୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment