loading...

ଅର୍ଗାନାଇଜେସନ ଫର ୱାଇଲଡ଼ ଲାଇଫ ଆଣ୍ଡ ନେଚର ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ଅଗ୍ନି ପ୍ରଶମନ ସଚେତନତା

ଅର୍ଗାନାଇଜେସନ ଫର ୱାଇଲଡ଼ ଲାଇଫ ଆଣ୍ଡ ନେଚର ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ଅଗ୍ନି ପ୍ରଶମନ ସଚେତନତା କାର୍ଯ୍ୟକ୍ରମ

ଅର୍ଗାନାଇଜେସନ ଫର ୱାଇଲଡ଼ ଲାଇଫ ଆଣ୍ଡ ନେଚର ଓ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ଅଗ୍ନି ପ୍ରଶମନ ସଚେତନତା

ଭୁବନେଶ୍ୱର, ଖୋର୍ଦ୍ଧା ବନଖଣ୍ଡ ଓ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଅର୍ଗାନାଇଜେସନ ଫର୍ ୱାଇଡ଼ ଲାଇଫ ଆଣ୍ଡ ନେଚରର ମିଳିତ ଉଦ୍ୟମରେ ଦ୍ବିତୀୟ ପର୍ଯ୍ୟାୟ ଅଗ୍ନି ପ୍ରଶମନ ସଚେତନତା ଶିବିର ଶୁକ୍ରବାର ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ କୁରୀ ଓ ପଟିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଏହି ଦୁଇସ୍ଥାନରେ ଅଗ୍ନି ପ୍ରମଶନ ରେଖାର ନିର୍ମାଣ କାର୍ଯ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ଗ୍ରୀଷ୍ମଋତୁରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲର ପ୍ରଭୁତ କ୍ଷତି ହୋଇଥାଏ । ଏହାଦ୍ଵାରା ଅନେକ ଔଷଧୀୟ ବୃକ୍ଷ, ଜୀବଜନ୍ତୁ ଆଦି ନଷ୍ଟ ହୋଇଥାନ୍ତି । 

ମୁଖ୍ୟତଃ ଜଙ୍ଗଲ ନିଆଁ ମନୁଷ୍ୟକୃତ ବିଡି, ସିଗାରେଟ ନିଆଁ, ଜଙ୍ଗଲ ମଧ୍ୟରେ ରୋଷେଇବାସ, ଶିକାର ପାଇଁ ଲଗାଯାଉଥିବା ନିଆଁ, ଜନସାଧାରଣଙ୍କ ଆକ୍ରୋଶ ଜନିତ ନିଆଁ ଇତ୍ୟାଦି ଏହାର ମୁଖ୍ୟ କାରଣ । ରାଜ୍ୟ ସରକାର ଏହାକୁ ଏଡ଼ାଇବା ଲାଗି ଅନେକ ବ୍ୟବସ୍ଥା କରିଥାନ୍ତି । ସେଥିମଧ୍ୟରୁ ସଚେତନତା ଶିବିର ସବୁ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସୂଚନାଯୋଗ୍ୟ ଯେ, ଅର୍ଗାନାଇଜେସନ ଫର୍ ୱାଇଲ୍ ଲାଇଫ୍ ଆଣ୍ଡ ନେଚର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ମାସ ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ରେଞ୍ଜ ଅନ୍ତର୍ଗତ ବରବରା, ଧୁଆଁଳାଳି ଓ ମହୁଲିଆରେ ଅନୁରୂପ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ବନପାଳ ଶ୍ରୀ ରବୀନ୍ଦ୍ର ନାଥ ପଣ୍ଡା ସଭାପତିତ୍ବ କରି ଗ୍ରାମବାସୀଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ସଭାରେ ପୂର୍ବତନ ଅବୈତନିକ ବନ୍ୟଜନ୍ତୁ ତତ୍ତ୍ୱବଧାରକ ସେବାଶିଷ ଜେନା ଯୋଗଦେଇ ଜଙ୍ଗଲ ନିଆଁର ଭୟବହତା ବିଷୟରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। 

ଓନ୍’ର ମୁଖ୍ୟ ଉମାକାନ୍ତ ବିଶ୍ବାଳ ଦୈନନ୍ଦିନ ଜୀବନରେ ଜଙ୍ଗଲର ଉପାଦେୟତା ବୁଝାଇବା ସହ ଜଙ୍ଗଲରେ ନିଆଁ ଲାଗିଥିବା ଦେବା ମାତ୍ରେ ଗ୍ରାମବାସୀଙ୍କ ସାହାଯ୍ୟରେ ଏହାକୁ କିପରି ପ୍ରଶମନ କରାଯିବ ସେ ବିଷୟରେ ଗୁରୁତ୍ବାରୋପ କରିଥିଲେ । ଗ୍ରାମବାସୀମାନେ ଜଙ୍ଗଲ ଅଗ୍ନି ପ୍ରଶମନ କାର୍ଯ୍ୟରେ ଜଙ୍ଗଲ ବିଭାଗକୁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ 'ଓନ୍’ର ସତ୍ୟବ୍ରତ ମିଶ୍ର ବହୁଳ ସଂଖ୍ୟାରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଦୁଇଟି ସଭାରେ ସମୁଦାୟ ୧୩ଗୋଟି ଗ୍ରାମର ପ୍ରାୟ ୮୫ ଜଣ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତି ସଭାପତି, ବୟୋଜ୍ୟେଷ୍ଠ ବ୍ୟକ୍ତି, ଯୁବକ ଓ ମହିଳାମାନେ ଅଂଶଗ୍ରହଣ କରି ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget