loading...

ପଶ୍ଚିମବଙ୍ଗ ଠାରେ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଠାରେ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ ଠାରେ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗୀ/ ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଫେବୃୟାରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଆସି ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ସଡ଼କ ପରିବହନ ବିଭାଗର ମୋଟ୍ ୪ ହଜାର ୭୦୦ କୋଟିରୁ ଉର୍ଦ୍ଧ ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରବିବାର ପଶ୍ଚିମବଙ୍ଗ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୁତ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ସାମଗ୍ରିକ ବିକାଶକୁ ସର୍ବାଧୂକ ପ୍ରାଥମିକତା ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ୩ଟି ପ୍ରକଳ୍ପ ଯଥା ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ, ଭାରତ ପେଟ୍ରୋଲିୟମ କର୍ପୋରେସନ( ବିପିସିଏଲ) ଦ୍ବାରା ନିର୍ମିତ ଏଲପିଜି ଇଖୋର୍ଟ ଟର୍ମିନାଲ, ଜାତୀୟ ରାଜପଥ- ୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍‌ ବିଶିଷ୍ଟ ଆରଓବି-କମ୍-ଫ୍ଲାଏ ଓଭରର ଲୋକାର୍ପଣ କରିବା ସହ ଭାରତୀୟ ତୈଳ ନିଗମର( ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ବିତୀୟ କାଟାଲିଟିକ୍ ଡିୱାଙ୍କି ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଶାସନ ଦାୟିତ୍ବରେ ରହିବା ପରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାର ଲକ୍ଷ୍ୟ ରଖୁଛନ୍ତି । ଏହି ପଶ୍ଚିମବଙ୍ଗ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନର ଲୋକାର୍ପଣ କରିବେ । ଫଳରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପାଇପରେ ଗ୍ୟାସ ଆସିବ । ଏହି ଧୋବିଦୁର୍ଗାପୁର ଗ୍ୟାସ୍ ପାଇପଲଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ପାଇପଲାଇନ ୨୪୩୩ କୋଟି ବ୍ୟୟରେ ଗେଲ ଦ୍ଵାରା ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ମଧ୍ୟରେ ୧୫ ଲକ୍ଷ ମାନବ ଦିବସ ରୋଜଗାର ସୃଷ୍ଟି କରାଯାଇଛି । ଏହି ପାଇପଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର ପନଃଉଦ୍ଧାର କରିବା ସହ ଏହି ପ୍ଲାଟ୍ ସମେତ ଶି, ବାଣିଜ୍ୟକ ଏବଂ ଅଟୋମୋବାଇଲ କ୍ଷେତ୍ର ତଥା ଆଖପାଖର ପ୍ରମୁଖ ସହରକୁ ଗ୍ୟାସ ଯୋଗାଇବ ।

ସେହିପରି ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତର ଏଲପିଜି ଆବଶ୍ୟକତାକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗରୁ ବିପିସିଏଲ ଦ୍ବାରା ହଳଦିଆ ଠାରେ ୧୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜି ଇଖୋର୍ଟ ଟର୍ମିନାଲର ଲୋକାର୍ପଣ କରାଯିବ । ଏହି ଏଲପିଜି ଟର୍ମିନାଲ ପୂର୍ବୋଚଳରେ ଏଲପିଜିର ବଢୁଥିବା ଚାହିଦାକୁ ପୂରଣ କରିବା  କରିବାରେ ସାହାଯ୍ୟ କରିବ । ସମଗ୍ର ଭାରତବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଉଜ୍ଜଳା ଯୋଜନାରେ ୮ କୋଟିରୁ ଉର୍ଦ୍ଧ ଗ୍ୟାସ ସଂଯୋଗ ହୋଇଥିବା ବେଳେ କେବଳ ପଶ୍ଚିମବଙ୍ଗରେ ଏହି ୮ କୋଟିର ୧୧ ପ୍ରତିଶତ । ଅର୍ଥାତ୍ ୮୮ ଲକ୍ଷ ୫୧ ହଜାର ଗ୍ୟାସ ସଂଯୋଗ ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

ଏହାବ୍ୟତିତ ଲୋକାର୍ପିତ ହେବାକୁ ଥିବା ଜାତୀୟ ରାଜପଥ- ୪୧ର ହଳଦିଆ ସ୍ଥିତ ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କଟ୍- ପ୍ଲାଏଓଭର ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ପ୍ଲାଏ ଓଭରର କାର୍ଯ୍ୟକ୍ଷମ ହେବା ଦ୍ବାରା କୋଲାଘାଟରୁ ହଳଦିଆ ଡକ୍ କମ୍ପକ୍ଳ ଏବଂ ଅନ୍ୟାନ୍ୟ ଆଖପାଖ ଅଂଚଳରେ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ ସହ ଯାତାୟାତ ସହଜ ହେବ । ଏହାସହ ଯାତାୟତ ଏବଂ ଭାରୀ ଯାନଗୁଡିକର ପରିବହନ ଖର୍ଚ୍ଚ ସଂଚୟ ହେବ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ହଳଦିଆ ରିଫାଇନାରୀର ଦ୍ଵିତୀୟ କାଟାଲିଟିକ୍ ଡିସିଂ ୟୁନିଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । 

ଏହା ଦ୍ବାରା ଏହି ରିଫାଇନାରୀରେ ୧ ହଜାର ୨୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୨୭୦ ମିଲିୟନ ମେଟ୍ରିକ୍ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଗୁପ ୩ ଲ୍ୟାବ୍ ଅଏଲ ବେସ୍ ଷ୍ଟକୁ (ଏଲଓବିଏସ) ଉତ୍ପାଦନ କରାଯିବ । ଭାରତରେ ଏଭଳି ତୈଳ ଉତ୍ପାଦନ କରାଯିବାର ପ୍ରଥମ ହେବ । ଥରେ କାର୍ଯ୍ୟକ୍ଷମ ହେଲେ ଏହା ଆତ୍ମନିର୍ଭର ଭାରତ ଦିଗରେ ବିଦେଶରୁ ତୈଳ ଆମଦାନୀ ହ୍ରାସ କରିବାରେ ବଡ଼ ଭୂମିକା ଗ୍ରହଣ କରିବ ତଥା ୭୦ ପ୍ରତିଶତ ଏହି ତୈଳ ଆମଦାନୀର ୮ ପ୍ରତିଶତ ହ୍ରାସ କରିବ । ଏହା ଦ୍ବାରା ବିଦେଶୀ ମୁଦ୍ରାରେ ୧୮୫ମିଲିୟନ ୟୁଏସଡ଼ି ସଂଚୟ ହୋଇପାରିବ ।


Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget