loading...

ଧାନ କିଣାରେ ଅନିୟମିତତା ଅଭିଯୋଗରେ ୧୦ ଜଣ ପ୍ୟାକୁ ସଂପାଦକ ନିଲମ୍ବିତ

ଧାନସଂଗ୍ରହ ବାବଦରେ ଜାରି ହୋଇଥିବା ମାର୍ଗଦର୍ଶିକାର ଉଲ୍ଲଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଜଣ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସଂପାଦକଙ୍କୁ ନିଲମ୍ବନ

ଧାନ କିଣାରେ ଅନିୟମିତତା ଅଭିଯୋଗରେ ୧୦ ଜଣ ପ୍ୟାକୁ ସଂପାଦକ ନିଲମ୍ବିତ

ଭୁବନେଶ୍ୱର, ଧାନ କିଣାରେ ଅନିୟମିତତା, ବିଭାଗ ତରଫରୁ ଧାନସଂଗ୍ରହ ବାବଦରେ ଜାରି ହୋଇଥିବା ମାର୍ଗଦର୍ଶିକାର ଉଲ୍ଲଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଜଣ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସଂପାଦକଙ୍କୁ ନିଲମ୍ବନ କରାଯାଇଛି । 

ନିଲମ୍ବିତ ହୋଇଥିବା ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାର ଝାରବନ୍ଧ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ଉମାକାନ୍ତ ପ୍ରଧାନ, ଡଭା ପ୍ୟାକ୍ସର ସହକାରୀ ସଂପାଦକ ଗୋବିନ୍ଦ ସାହୁ, ସୋହେଲା ପ୍ୟାକ୍ସର ସଂପାଦକ ରାଜେଶ ପ୍ରଧାନ, କଟାପାଲି (ବିପିଏଲ୍) ପ୍ୟାକ୍ସର ସଂପାଦକ ବିଦ୍ୟାଧର ପ୍ରଧାନ, ପାହାରଶ୍ରିଗିଡ଼ା ପ୍ୟାକ୍ସର ସଂପାଦକ ଶନ୍ତୁ କ୍ଷେତ୍ରୀ, ନାରାୟଣ ପ୍ୟାକ୍ସର ସଂପାଦକ ସୁଦାମ ସାହୁ, ଭୁକ୍ତା ପ୍ୟାକ୍ସର ସଂପାଦକ ହୃଷିକେଶ ପ୍ରଧାନ, ଚଢେଇଗାଁ ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ ଲିଙ୍ଗରାଜ ସାହୁ ଓ କନ୍ଦପାଳ ପ୍ୟାକ୍ସର ସଂପାଦକ କ୍ଷୀରୋଦ୍ର ସାହୁ ଅନ୍ତର୍ଭୁକ୍ତ । 

ସେହିଭଳି ବଲାଙ୍ଗୀର ଜିଲ୍ଲାର ଚୁଡ଼ାପଲ୍ଲୀ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ଗୋପବନ୍ଧୁ ସାହୁଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଏଥି ସହିତ ସୋହେଲା ପ୍ୟାକୁ ସଂପାଦକ, ବ୍ଳର୍କ ତଥା ଡାଟା ଏଣ୍ଡି ଅପରେଟର ଏବଂ ଅନ୍ୟ ଖୁଲାପୀ କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି ବୋଲି ନିବନ୍ଧକ, ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget