loading...

କୃଷି ଉଦ୍ୟୋଗ ଏବଂ କୃଷି-ବିପଣୀ ଉପରେ ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସୀତ୍‌ ତ୍ରିପାଠୀଙ୍କ ଗୁରୁତ୍ବ

କୃଷି ଉଦ୍ୟୋଗ ଏବଂ କୃଷି-ବିପଣୀ ଉପରେ ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସୀତ୍‌ ତ୍ରିପାଠୀଙ୍କ ଗୁରୁତ୍ବ, ଘରୋଇ ପୁଞ୍ଜିନିବେଶର ସମ୍ଭାବନା ଓ ବର୍ତ୍ତମାନ ସ୍ଥିତି ଆକଳନ ପାଇଁ ନିର୍ଦ୍ଦେଶ

କୃଷି ଉଦ୍ୟୋଗ ଏବଂ କୃଷି-ବିପଣୀ ଉପରେ ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସୀତ୍‌ ତ୍ରିପାଠୀଙ୍କ ଗୁରୁତ୍ବ

ଭୁବନେଶ୍ୱର, କୃଷକ ମାନଙ୍କର ଆୟବୃଦ୍ଧି ପାଇଁ ଗ୍ରାମାଞ୍ଚଳରେ କୃଷି ଉଦ୍ୟୋଗ ଓ କୃଷି-ବିପଣୀର ବିକାଶ ଉପରେ ମୁଖ୍ୟ ମନ୍ତ୍ରୀଙ୍କର ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସୀତ୍‌ ତ୍ରିପାଠୀ ଗୁରୁତ୍ବ ଆରୋପ କରିଛନ୍ତି । କୃଷି ବିକାଶ ସମ୍ବନ୍ଧିତ ଯୋଜନା ଗୁଡ଼ିକର ସମୀକ୍ଷା କରି ଶ୍ରୀ ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି । କୃଷି ଭବନରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ରାଜ କୁମାର ଶର୍ମା କୃଷି ଓ ଆନୁସଙ୍ଗିକ ସେକ୍ଟର ର ବିକାଶ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ପ୍ରମୁଖ ଉପଦେଷ୍ଟା ଶ୍ରୀ ତ୍ରିପାଠୀ କହିଥିଲେ ଯେ ପ୍ରତି ଜିଲ୍ଲାର ସ୍ବତନ୍ତ୍ର ସମ୍ବଳ ଓ ସମ୍ଭାବନା ଅଛି । ସେହି ଅନୁସାରେ ଉଦ୍ୟୋଗକୁ ପ୍ରୋତ୍ସାହିତ କଲେ କୃଷକର ଆୟ ବୃଦ୍ଧି ହେବା ସହ ନୂତନ ଯୁବପିଢ଼ୀ ମଧ୍ୟ ଏହି କାର୍ଯ୍ୟ ଆଡ଼କୁ ଆକର୍ଷିତ ହେବେ । ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଲେ ଯେ ରାଜ୍ୟରେ ବ୍ୟବସାୟ ଅନୁକୂଳ ବାତାବରଣ ଏବଂ କୃଷି ପ୍ରାଚୁର୍ଯ୍ୟ ହେତୁ ପଶ୍ଚିମ ଓଡ଼ିଶା ପରିଷଦ ଅନ୍ତର୍ଗତ ଜିଲ୍ଲା ମାନଙ୍କରେ ଘରୋଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଆରମ୍ଭ ହୋଇଛି । ଏହି ଉଦ୍ୟୋଗୀ ମାନଙ୍କୁ ତାଙ୍କର ଆବଶ୍ୟକତା ଅନୁସାରେ ସଠିକ୍ ସହାୟତା ଯୋଗାଇଲେ ଘରୋଇ ପୁଞ୍ଜିନିବେଶ ବଢ଼ିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଆର୍ଥିକ ବିକାଶ ସମ୍ଭବ ହେବ ।

କ୍ଷେତ୍ରସ୍ତରୀୟ ଅଧିକାରୀମାନେ କେବଳ ସରକାରୀ ଯୋଜନା ମଧ୍ୟରେ ସିମୀତ ନରହି ସଫଳ ଘରୋଇ ଉଦ୍ୟୋଗୀ ମାନଙ୍କ ସହ ଯୋଗାଯୋଗ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ଘରୋଇ ପ୍ରଚେଷ୍ଟାରେ ଗଢ଼ି ଉଠିଥିବା ଏହି ଉଦ୍ୟୋଗ ଗୁଡ଼ିକୁ ରଣ, ବୈଷୟିକ ପରାମର୍ଶ ଏବଂ ବଜାର ସଂଯୋଗ ଯୋଗାଇବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି କରିବାକୁ ଶ୍ରୀ ତ୍ରିପାଠୀ କୃଷି ଓ କୃଷକ ସଶକ୍ତି କରଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କୃଷି ବିକାଶର ସଦ୍ୟତନ ସ୍ଥିତି ବିଷୟରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ କହିଥିଲେ ଯେ ବର୍ତ୍ତମାନ ସମସ୍ତ ଜିଲ୍ଲାରେ ରାଜ୍ୟ କୃଷି ନିୟାମକ-୨୦୨୦ ସହ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଇଛି । କୃଷି ଓ ଆନୁସଂଙ୍ଗିକ କ୍ଷେତ୍ରରେ ବିକାଶ ର ସମସ୍ତ ବିଷୟ ଏହି ନିୟାମକ ଓ ଯୋଜନାର ପରିସର ଭୁକ୍ତ କରାଯାଇଛି । 

ବର୍ତ୍ତମାନ ରାଜ୍ୟରେ ସମୁଦାୟ ୬୧.୮୦ ଲକ୍ଷ ହେକ୍ଟର ରେ ବିଭିନ୍ନ ପ୍ରକାର ଫସଲ ଚାଷ ହେଉଛି । ଏହା ମଧ୍ୟରୁ ୧୩.୬୦ ଲକ୍ଷ ହେକ୍ଟରରେ ଫଳ ଓ ବଗିଚା ଚାଷ ହେଉଛି । ରାଜ୍ୟରେ ୩୪ ଟି "ଫୁଡ଼ ପ୍ରୋସେସିଂ" ଉଦ୍ୟୋଗ, ୩୬ ଟି ଲେମନ୍ ଗ୍ରାସ୍ ତୈଳ ଓ ୧୬ ଟି କାଜୁ ପ୍ରକ୍ରିୟାକରଣ ଉଦ୍ୟୋଗ କାର୍ଯ୍ୟ କରୁଛି । "ପ୍ରତି ଜିଲ୍ଲା ଗୋଟିଏ ଉତ୍ପାଦ" ବିଷୟ ସର୍ଭେ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି । କୃଷି ନିର୍ଦ୍ଦେଶକ ଶ୍ରୀ ମୁଥୁକୁମାର ଜଣାଇଥିଲେ ଯେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପୁଞ୍ଜି ନିବେଶ କାରୀଙ୍କୁ ୫୦ ଲକ୍ଷ ଟଙ୍କା ଶତକଡ଼ା ପର୍ଯ୍ୟନ୍ତ ସବ୍‌ସିଡ଼ି ଦିଆଯାଉଛି । 

ପ୍ରାୟ ୮୩ ପ୍ରକାର କୃଷି ପ୍ରକଳ୍ପକୁ ଏହାର ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୬୫ ଟି ଉତ୍ପାଦନ କରୁଥିବା ଉଦ୍ୟୋଗକୁ ସବ୍‌ସିଡି ଯୋଗାଇ ଦିଆଯାଇଛି । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୧୧୩ ଟି ୟୁନିଟକୁ ୪୪ କୋଟି ଟଙ୍କାର ସବ୍‌ସିଡି ଦିଆଯାଇଛି । ଏହି ସବୁ ଉଦ୍ୟୋଗ ମାଧ୍ୟମରେ ୫୬୫ ଜଣଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ରାଜ କୁମାର ଶର୍ମା, ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଶାସନ ସଚିବ ଶ୍ରୀ ରଘୁ ଜୀ, କୃଷି ନିର୍ଦ୍ଦେଶକ ଶ୍ରୀ ମୁଥୁକୁମାର ଙ୍କ ସମେତ ନାବାର୍ଡ଼, ଆପିକଲ୍, କୃଷି ବିପଣୀ ସଂସ୍ଥା ଆଦିର ବରିଷ୍ଠ ଅଧୁକାରୀ ମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget