loading...

ଅଷ୍ଟମ ଦିନରେ ଆଦିବାସୀ ମେଳା ରାଜଧାନୀରେ ଜନଜାତି ଶିଳ୍ପକଳାର ନିଖୁଣ ସ୍ବାକ୍ଷର

ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଆଦିବାସୀ ସଂପ୍ରଦାୟ ଦାରିଦ୍ୟ ଓ ଶୋଷଣରୁ ମୁକ୍ତ ହୋଇ ପ୍ରଗତିର ସ୍ରୋତରେ ସାମିଲ ହେବା ପାଇଁ ଆଜି ସଂଗ୍ରାମରତ

ଅଷ୍ଟମ ଦିନରେ ଆଦିବାସୀ ମେଳା ରାଜଧାନୀରେ ଜନଜାତି ଶିଳ୍ପକଳାର ନିଖୁଣ ସ୍ବାକ୍ଷର

ଭୁବନେଶ୍ବର, ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଆଦିବାସୀ ସଂପ୍ରଦାୟ ଦାରିଦ୍ୟ ଓ ଶୋଷଣରୁ ମୁକ୍ତ ହୋଇ ପ୍ରଗତିର ସ୍ରୋତରେ ସାମିଲ ହେବା ପାଇଁ ଆଜି ସଂଗ୍ରାମରତ । ଏଠୁପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥୁବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳତାକୁ ହାତେଇବା ପାଇଁ ସେମାନେ ହୋଇ ଉଠିଛନ୍ତି ବ୍ୟଗ୍ର । ଏହାରି ଭିତରେ କିନ୍ତୁ ହଜିଯାଇନି ଶାନ୍ତ, ନିରୀହ ଆଦିବାସୀ ସଂପ୍ରଦାୟର କଳାପ୍ରାଣତା କିମ୍ବା ଲିଭିଯାଇନି ସେମାନଙ୍କର ପାରମ୍ପରିକ ଚିତ୍ରକଳା ଓ ହସ୍ତଶିଳ୍ପର ନିଖୁଣ ସ୍ଵାକ୍ଷର । ରାଜଧାନୀର ଆଦିବାସୀ ମେଳା ପରିସରରେ ଖୋଲା ଯାଇଥିବା କେତୋଟି ସୁଦୃଶ୍ୟ ଷ୍ଟଲରେ ରାଜ୍ୟର ଆଦିବାସୀ ବହୁଳ ଅଂଚଳର ଚିତ୍ରକଳା, ହସ୍ତକଳା ଓ ହସ୍ତଶିବ ଜାତ ସାମଗ୍ରୀର ପ୍ରଦର୍ଶନ କରାଯାଇଛି । 

କେତେକ ଷ୍ଟଲରେ ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳା ଓ ଭାସ୍କର୍ଯ୍ୟ ଏପରି ମନଲୋଭା ହୋଇଛି ଯେ, ଦର୍ଶକମାନେ ସ୍ବତଃସ୍ଫୁର୍ତ୍ତ ଭାବରେ ସେ ସବୁ କ୍ରୟ କରିବା ପାଇଁ ଆଗେଇ ଆସିବା ସଙ୍ଗେ ସଙ୍ଗେ ସଂପୃକ୍ତ ଶିଳ୍ପୀଙ୍କ ସହ କିଛି ମୁହୁର୍ତ ଭାବର ଆଦାନ ପ୍ରଦାନ କରିବାକୁ ପଛାଉ ନାହାଁନ୍ତି । ସଂପୃକ୍ତ ଜିଲ୍ଲାର ଆଇ.ଟି.ଡି.ଏ. ସହାୟତାରେ ରାଜଧାନୀକୁ ଆସି ନିଜର ଉତ୍ପାଦିତ ସାମଗ୍ରୀର ପସରା ମେଲାଇବାକୁ ସୁଯୋଗ ପାଇଛନ୍ତି ଆଦିବାସୀ ଶିଳୀ ଓ କାରିଗର । ଜଣେ କୁଟିଆ କନ୍ଧ ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ କାଠ ପାନିଆ ଓ ବଂଶୀ ହେଉ କିମ୍ବା ସଭରା ଶିଳ୍ପୀଙ୍କ ଦ୍ବାରା ବାଉଁଶରେ ନିର୍ମିତ କେନ୍ଦରା ଶିକଳା ହେଉ, ସବୁଥିରେ ଫୁଟି ଉଠିଛି ଆଦିବାସୀ ଶିଳ୍ପୀଙ୍କ ଅପୂର୍ବ କଳା ନୈପୂଣ୍ୟ । 

ମେଳାର ଗୋଟିଏ ଷ୍ଟଲରେ ପ୍ରଦର୍ଶିତ କାଠକାମ, ଅଙ୍କନ ଓ ଅନ୍ୟ ଉପକରଣ ଆଦିବାସୀ ସଂପ୍ରଦାୟର ପ୍ରାଚୀନ ଐତିହ୍ୟ ଓ ହସ୍ତକଳାର ନିଖୁଣତାକୁ ସୁନ୍ଦର ଭାବରେ ପ୍ରତିଫଳିତ କରୁଛି । ବିଭିନ୍ନ ଷ୍ଟଲରେ ଆଦିବାସୀ ଶିଳ୍ପୀଙ୍କ ଅଙ୍କନ, ଟେରାକୋଟା ସାମଗ୍ରୀ, ବାଉଁଶ ଓ ଲୌହ ଶିଳ୍ପକଳା ଆଦିର ପ୍ରଦର୍ଶନ ବେଶ୍ ଆକର୍ଷଣୀୟ ହୋଇପାରିଛି । ଆଦିବାସୀ ସଂପ୍ରଦାୟର ତରୁଣ ଶିଳ୍ପୀମାନେ କାନଭାସ ଉପରେ ଚିତ୍ର ଆଙ୍କିବାରେ ନିଜକୁ ନିମଗ୍ନ କରି ରଖିବାର ଦୃଶ୍ୟ ମଧ୍ୟ କେତେକ ମଣ୍ଡପରେ ଦେବାକୁ ମିଳୁଛି । ଆଦିବାସୀ ମାନଙ୍କର ଗହଣା ସାମଗ୍ରୀ, ଟସର ଖୋସାରୁ ମଠା, ଶାଢୀ ପ୍ରସ୍ତୁତ ପ୍ରଣାଳୀ ମଧ୍ୟ କେତେକ ଷ୍ଟଲରେ ପ୍ରଦର୍ଶିତ ହେଉଛି ।

ମୋଟ୍ ଉପରେ ସମୟର ଘାତ ପ୍ରତିଘାତକୁ ଅତିକ୍ରମ କରି ଜନଜାତି ଚିତ୍ରକଳା ଓ ହସ୍ତଶିଳ୍ପ ଆଜି ଯେଉଁ ସୋପାନରେ ପହଁଚିପାରିଛି, ତାହାର ନିଛକ ଝଲକ୍ ଆଦିବାସୀ ମେଳାରେ ପ୍ରଦର୍ଶିତ ହେଉଛି । ଆଜି ମେଳାର ଅଷ୍ଟମ ଦିବସରେ ବିଭିନ୍ନ ଷ୍ଟଲରେ ଦର୍ଶକଙ୍କ ଗହଳି ଲକ୍ଷ୍ୟ କରାଯାଇଥୁଲା । ଲୋକେ ପ୍ରବେଶ ପାଇଁ ରେଜିଷ୍ଟ୍ରେସନ କରିବାକୁ ଧାଡ଼ିବାନ୍ଧି ଠିଆ ହୋଇଥିଲେ । ବହୁ ଦର୍ଶକ ବିକ୍ରିବଟାର ମଜା ଉଠାଇ ଚାଲିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget