ଭୁବନେଶ୍ବର, ଆଜି କେନ୍ଦୁଝରସ୍ଥିତ ବଡବିଲ୍ ସରକାରୀ ଆଇଟିଆଇରେ ମେକାନିକ୍ ହାଇଡ୍ରୋଲିକ୍ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ରେଘୁ ଜି ଏବଂ ଲାରସେନ୍ ଆଣ୍ଡ ଟର୍ବୋର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ହେଡ କନଷ୍ଟ୍ରକସନ ଆଣ୍ଡ ମାଇନିଂ ମେସିନାରୀ ବିଜିନେସ୍, ଅରବିନ୍ଦ କେ ଗର୍ଗ ଭର୍ଚୁଆଲ୍ ମାଧ୍ୟମରେ ଏହି ପ୍ରଥମ ବ୍ୟାଚ୍ ପ୍ରଶିକ୍ଷଣକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଶ୍ରୀ ରେଘୁ ଆଲୋକପାତ କରିଛନ୍ତି ଯେ ଶିଳ୍ପ ସମନ୍ବିତ ଦକ୍ଷତା ତାଲିମ ଆଜିର ଆବଶ୍ୟକତା ଅଟେ ଏବଂ ନିର୍ମାଣ, ଟାୱାର ନିର୍ମାଣ ଏବଂ ବିଦ୍ୟୁତ୍ ଟ୍ରାନ୍ସମିସନ ଲାଇନରେ ସ୍ପିଲ୍ ପ୍ରଶିକ୍ଷଣ ନିମନ୍ତେ ଏଲ୍ ଏଣ୍ଡ ଟି ପରି ବଡ ସଂସ୍ଥାର ସହଯୋଗକୁ ସେ ପ୍ରଶଂସା କରିଛନ୍ତି ।
ଆଗାମୀ ଦିନରେ ଖଣି ସମ୍ବନ୍ଧୀୟ ପ୍ରଶିକ୍ଷଣ ରାଜ୍ୟର ସାରା ଖଣି ଅଞ୍ଚଳରେ ଥିବା ଆଇଟିଆଇ ମାନଙ୍କୁ ମଧ୍ୟ ବିସ୍ତାର କରାଯିବ ବୋଲି ସୂଚନା ଦେଇଛନ୍ତି । ଓଡିଶା ରାଜ୍ୟରେ ଏହି ତାଲିମ କାର୍ଯ୍ୟକଳାପର ଶୀଘ୍ର ଭିତ୍ତିଭୂମି ପାଇଁ ସକ୍ରିୟ ସମନ୍ବୟ ପାଇଁ ସେ ଏଲ ଆଣ୍ଡ ଟି ଲିମିଟେଡର ଶ୍ରୀ ସୁମିତ ଗାଙ୍ଗୁଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସହଯୋଗରେ ଯୋଗ ଦେଇ ଶ୍ରୀ ଗର୍ଗ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଏହା ଯୁବକମାନଙ୍କୁ ଦକ୍ଷତା ପ୍ରଦାନ କରିବା ସହ ସେମାନଙ୍କୁ ସମାଜରେ ଦାୟିତ୍ବବାନ ସଦସ୍ୟ ହେବାରେ ସକ୍ଷମ କରାଇବ, ରାଷ୍ଟ୍ର ନିର୍ମାଣରେ ନିୟୋଜିତ କରାଇବ ଏବଂ ଆତ୍ମନିର୍ଭର ଭାରତରେ ସହଯୋଗ କରିବ । ସେ ପ୍ରଥମ ବ୍ୟାଚ୍ ପ୍ରଶିକ୍ଷାର୍ଥୀମାନଙ୍କୁ ନିର୍ଦ୍ଧାରିତ ତାଲିମ କାର୍ଯ୍ୟକ୍ରମ ସମୟରେ ସମସ୍ତ ସନ୍ଦେହ ଦୂର କରିବାକୁ ଏବଂ ଏହି ତାଲିମ ପଦକ୍ଷେପର ସର୍ବାଧିକ ଲାଭ ଉଠାଇବାକୁ ଅନୁରୋଧ କରିଥିଲେ ।
ସୂଚନା ଯୋଗ୍ୟ ଯେ ସରକାରୀ ଆଇଟିଆଇ ବଡବିଲରେ ଅଧ୍ୟୟନରତ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ମାଟି ଖୋଳିବା ଯନ୍ତ୍ରପାତି (ମେକାନିକ୍ - ହାଇଡ୍ରୋଲିକ୍) ପ୍ରଶିକ୍ଷଣ ନିମନ୍ତେ ୨୦ ନଭେମ୍ବର ୨୦୨୦ରେ ସରକାରୀ ଆଇଟିଆଇ, ବଡବିଲ ଏବଂ ଏମ୍/ଏସ୍ ଲାରସେନ୍ ଏଣ୍ଡ ଟର୍ବୋ ଲିମିଟେଡ୍ ମଧ୍ୟରେ ଏକ ଏମଓୟୁ ସ୍ଵାକ୍ଷରିତ ହୋଇଥିଲା । ସେହି ଏମଓୟୁ ଅନୁସାରେ ଆଜି ଆନୁଷ୍ଠାନିକ ଭାବେ ୩୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ପ୍ରଥମ ବ୍ୟାଚ୍ ପଶିକ୍ଷଣ ଆରମ୍ଭ ହୋଇଯାଇଛି । ପ୍ରଶିକ୍ଷଣ ଲ୍ୟାବରେ ଲାରସେନ୍ ଏଣ୍ଡ ଟର୍ବୋ ଦ୍ବାରା ପ୍ରତିଷ୍ଠିତ ଇନଫ୍ରାଷ୍ଟଚର୍ ଇକ୍ୟୁମେଣ୍ଟ ସ୍ପିଲ୍ କାଉନ୍ସିଲ୍ ପ୍ରତ୍ୟେକ ବ୍ୟାଚଙ୍କୁ ଦୁଇ ସପ୍ତାହ ଅବଧିର ଏହି ପ୍ରଶିକ୍ଷଣ ପ୍ରଦାନ କରିବ ।
ପ୍ରଶିକ୍ଷଣର ସଫଳ ସମାପ୍ତି ପରେ,ଏନ୍ଏସି ଅଧୀନରେ ଥିବା ସଂସ୍ଥା ମାଧ୍ୟମରେ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କ ଦକ୍ଷତା ସ୍ତରର ମୂଲ୍ୟାଙ୍କନ କରାଯିବ ଏବଂ ସେମାନଙ୍କୁ ଜୁନିଅର ମେକାନିକ୍-ହାଇଡ୍ରୋଲିକ୍ସ ଏଏସ୍ଏଫ୍ ସ୍ତର ୩ ଭାବେ ବିବେଚନା କରାଯିବ ଯାହାକି ଛାତ୍ରମାନଙ୍କର ଖଣି ଏବଂ ସହଯୋଗୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗରେ ଉନ୍ନତି ଆଣିବ । ବଡବିଲ୍ ଏବଂ ଏହାର ଆଖପାଖ ଏକ ଖଣି ଖନନ କ୍ଷେତ୍ର ଅଟେ ଏବଂ ବୃହତ କର୍ପୋରେଟ୍ ସଂସ୍ଥା ଓ ଘରୋଇ ସଂସ୍ଥାମାନଙ୍କରେ ବହୁତ ମାଟି ଖୋଳିବା ମେସିନ୍ ରହିଛି । ପ୍ରାୟ ସମସ୍ତ ଯନ୍ତ୍ରପାତିରେ ହାଇଡ୍ରୋଲିକ୍ ସିଷ୍ଟମ ବ୍ୟବହାର କରାଯାଇଥାଏ ଯାହାର ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ କୁଶଳୀ କର୍ମଚାରୀଙ୍କର ଆବଶ୍ୟକ ରହିଥାଏ । ହାରାହାରି ପ୍ରତ୍ୟେକ ମେସିନ୍ ହାଇଡ୍ରୋଲିକ୍ସ ଉପରେ ତାଲିମ ପ୍ରାପ୍ତ ମେକାନିକୁ ଚାକିରିର ସୁଯୋଗ ପ୍ରଦାନ କରିପାରିବ ।
ଏହି ପଦକ୍ଷେପ ଓଡିଶା ରାଜ୍ୟରେ ଚାକିରି ସୁଯୋଗ ଆଣିବ । ଭବିଷ୍ୟତରେ ଆଇଟିଆଇ ବଡବିଲ ଏକ ତାଲିମ୍ ସହଯୋଗୀ ଭାବରେ ସ୍ବୀକୃତି ପ୍ରାପ୍ତ ହେବ ଏବଂ ସ୍ବାଧୀନ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ତାଲିମ ଦେବାରେ ସକ୍ରୀୟ ଭୂମିକା ଗ୍ରହଣ କରିବ । ଆଇଟିଆଇ ବଡ଼ବିଲ ଏକ ତାଲିମ୍ ସହଯୋଗୀ ଭାବରେ ସ୍ବୀକୃତି ପ୍ରାପ୍ତ ହେବ ଏବଂ ସ୍ବାଧୀନ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ତାଲିମ ଦେବାରେ ସକ୍ରୀୟ ଭୂମିକା ଗ୍ରହଣ କରିବ । ଆଇଟିଆଇ କରିଥିବା ଆଗ୍ରହୀ ଯୁବଗୋଷ୍ଠୀ ବହୁ ସଂଖ୍ୟାରେ ନାମଲେଖା ପାଇଁ ଆଇଟିଆଇ ବଡବିଲର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିପାରିବେ ।
ଇଷ୍ଟ - ଜୋନ୍ ହେଡ୍ ପ୍ରଡ଼କ୍ଟ ସପୋର୍ଟ, ମୁଦୀପ୍ତ ଚକ୍ଟୋପାଧ୍ୟାୟ ଏବଂ ଆଇଟିଆଇ ଅଧ୍ୟକ୍ଷ ଦେବାଶିଷ ବିଶି ମନୋନୀତ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ପ୍ରଦର୍ଶନ କ୍ଷେତ୍ର ବୁଲିଥିଲେ ଯେଉଁଠାରେ କଟା ଯାଇଥିବା ମଡେଲଗୁଡିକ ପ୍ରଦର୍ଶିତ ହୋଇଥିଲା ଏବଂ ଆଇଟିଆଇ ବଡବିଲକୁ ଉତ୍ସର୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଲ ଏଣ୍ଡ ଟି ସିଏ, ହେଡ୍ ପ୍ରଡ଼କ୍ଟ ସପୋର୍ଟ, କେ ଏ ଶ୍ରବଣ କୁମାର, ଆଇଏଏସସି, ସିଇଓ, ଏନ୍ ଏସ୍ ମୋହନ ଏବଂ ଡିଟିଇଟି ଉପ ନିର୍ଦ୍ଦେଶକ, ଅଜୟ ପଣ୍ଡା ଉପସ୍ଥିତ ଥିଲେ ।
Post a Comment