loading...

ଚଣ୍ଡିଗଡ଼ରେ ଚାଲିଥିବା ୫ମ ସିନିୟର ନ୍ୟାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ ଉଦ୍‌ଯାପିତ

ଟେନିସ୍ କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆ ଦ୍ଵାରା ପରିଗଳିତ ୫ମ ସିନିୟର ନ୍ୟାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି

ଚଣ୍ଡିଗଡ଼ରେ ଚାଲିଥିବା ୫ମ ସିନିୟର ନ୍ୟାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ ଉଦ୍‌ଯାପିତ

ଭୁବନେଶ୍ୱର, ଟେନିସ୍ କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆ ଦ୍ଵାରା ପରିଗଳିତ ୫ମ ସିନିୟର ନ୍ୟାସନାଲ ଟେନିସ୍ କ୍ରିକେଟ ଚମ୍ପିୟାନସିପ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ୧୬ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ । ୪ଟି ଗୁପରେ ଭାଗ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ‘ଏ’ ଗୁପରେ ସ୍ଥାନ ପାଇଥିଲା । ଓଡ଼ିଶା ସହିତ ଏହି ଗ୍ରୁପରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ରାଜ୍ୟ ସାମିଲ ଥିଲେ । 

ଓଡ଼ିଶା ନିଜର ପ୍ରଥମ ମ୍ୟାଚରେ ଆନ୍ଧ୍ରପ୍ରଦେଶଠାରୁ ୬ ୱିକେଟରେ ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ମହାରାଷ୍ଟ୍ର ଠାରୁ ଓଡ଼ିଶା ୩୬ ରନରେ ବିଜୟୀ ହୋଇଥିଲା ଏବଂ ଶେଷ ଲିଗ୍ ମ୍ୟାଚରେ ମଧ୍ୟପ୍ରଦେଶ ୩ ୱିକେଟରେ ବିଜୟୀ ହୋଇଥିଲା । ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ହିମାଚଳ ପ୍ରଦେଶ ପଞ୍ଜାବକୁ ସହଜରେ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିୟାନ ହୋଇଥିଲା । 

ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଖେଳୁଆଡ଼ ମନୋଭାବ ନେଇ ଖେଳି ଚଣ୍ଡିଗଡ଼ରୁ ଟ୍ରେନ ଯୋଗେ ଭୁବନେଶ୍ବର ରେଳ ସେଷ୍ଟନରେ ପହଞ୍ଚିବା ପରେ ଟେନିସ କ୍ରିକେଟ ଆସୋସିଏସନ ଅଫ ଓଡ଼ିଶା ତରଫରୁ ପ୍ରତିଷ୍ଠାତା ଶକ୍ତି ମହାନ୍ତି, ଉପେନ୍ଦ୍ର ମହାନ୍ତି, ସଭାପତି ବିଜୟ କେତନ ମିଶ୍ର, ସମ୍ପାଦକ କିଶୋର ନାୟକ ଏବଂ ସମସ୍ତ କର୍ମକର୍ତ୍ତାମାନେ ଖେଳାଳୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget