ଭୁବନେଶ୍ୱର, ପୁଷ୍ଟି ହିଁ ସଞ୍ଜୀବନୀ କାରଣ ଏହା ଆମର ପ୍ରାଣଶକ୍ତିକୁ ବଢାଇ ଆମକୁ ସଶକ୍ତ କରିବ ଓ ଏଥିରେ ସମସ୍ତଙ୍କର ଭାଗୀଦାରିତା ର ଆବଶ୍ଯକତା ରହିଛି ବୋଲି ପୋଷଣ ଆତ୍ମ ନିର୍ଭରଶୀଳତା ଉପରେ ରାଜ୍ଯ ସ୍ତରୀୟ ଆଲୋଚନାଚକ୍ର ରେ ଯୋଗ ଦେଇ ବିଶିଷ୍ଟ ବକ୍ତା ମାନେ ମତ ଦେଇଛନ୍ତି । ରାଜ୍ଯର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ପୋଷଣ ଆତ୍ମନିର୍ଭରଶୀଳତା ଉପରେ ଏକ ରାଜ୍ଯ ସ୍ତରୀୟ ଆଲୋଚନାଚକ୍ର ଟିଡିଏଚ୍ (ଜି), ବିଏମଜେଡ୍, ଦିଶା ଓ କଜ୍ ର ସହଯୋଗ ରେ ଭୁବନେଶ୍ୱର ର ପାନ୍ଥନିବାସ ଠାରେ ଆୟୋଜିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଯୋଗଦେଇ ରାଜ୍ଯ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧକ୍ଷା ଶ୍ରୀମତୀ ସନ୍ଧ୍ଯାବତୀ ପ୍ରଧାନ କହିଲେ ଯେ ନିରନ୍ତର ବିକାଶ ର କୌଣସି ବିକଳ୍ପ ନାହିଁ ଓ ଏହାରି ମାଧ୍ଯମରେ ହି ପୋଷଣ ଆତ୍ମ ନିର୍ଭରଶୀଳତା ସମ୍ଭବ ହୋଇପାରିବ ।
ସେ ଆହୁରି ମଧ୍ଯ କହିଲେ ଯେ ପୁଷ୍ଟି ବଜେଟ୍ କରିବାରେ ଓଡିଶା ହିଁ ହେଉଛି ପ୍ରଥମ ରାଜ୍ୟ ଓ ରାଜ୍ୟ ସରକାର ଏଥିପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି । ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ର ସଦସ୍ଯା ଡଃ ସିପ୍ରା ମଲ୍ଲିକ କହିଥିଲେ ଜେ ପୁଷ୍ଟି ସଞ୍ଜୀବନୀ ସଦୃଶ ଓ ଆମ ସମସ୍ତଙ୍କର ଜୀବନ ପାଇଁ ଏହା ବହୁତ ଜରୁରୀ । ରାଜ୍ୟ ସରକାର ଙ୍କ ର ପୋଷଣ ସମ୍ବଧିୟ ବିଭିନ୍ନ ଯୋଜନା କୁ ଲୋକଙ୍କ ପାଖରେ ପହଂଚାଇବା ହେଉଛି ଆମର ଦାୟିତ୍ୱ । ରାଜ୍ଯ ସରକାରଙ୍କ ର ମହିଳା ଓ ଶିଶୁ ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ରାଜ୍ଯ ସରକାର ଙ୍କ ର ବିଭିନ୍ନ ଯୋଜନା ବିଶେଷ କରି ସୋପାନ ଯୋଜନା ସମ୍ପର୍କରେ ସୁଚନା ଦେଇଥିଲେ । ପ୍ରାରମ୍ଭରେ ପିକକ୍ ର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ଏହି ଆଲୋଚନା ଚକ୍ରର ଉଦ୍ଦେଶ୍ଯ ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରାଇବାସହ ଉଦ୍ଘାଟନୀ ଅଧିବେଶନ କୁ ପରିଚାଳନା କରିଥିଲେ ।
ଏହି ଆଲୋଚନାଚକ୍ର ର ଦ୍ୱିତୀୟ ଅଧିବେଶନ ରେ ମହିଳା ଓ ଶିଶୁ ବିଭାଗ ର ପରାମର୍ଶଦାତ୍ରୀ ଶ୍ରୀମତୀ ମଧୁମିତା ଦାସ, ରାଜ୍ୟ ସ୍ୱାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ, ପୋଷଣ ର ପୁର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡଃ ବିଶ୍ୱରଞ୍ଜନ ପଣ୍ଡା ଓ ବୈତରଣୀ ଇନିସିଏଟିଭ ର ରାଜ୍ଯ ସଂଯୋଜକ ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର ପ୍ରମୁଖ ବିଶେଷଜ୍ଞ ମାନେ ସ୍ଥାନୀୟ ପରିବେଷ ର ଖାଦ୍ଯ ଓ ଏହାର ପୁଷ୍ଟିକର ଉପାଦେୟ, ପୋଷଣ, ସନ୍ତୁଳିତ ଆହାର, ରୋଗପ୍ରତିରୋଧକ ଶକ୍ତି ର ବୃଦ୍ଧି, ସରକାର ଙ୍କ ର ବିଭିନ୍ନ ଯୋଜନା ସମ୍ପର୍କ ରେ ବିଷଦ ଭାବରେ ଆଲୋଚନା କରିଥିଲେ । ଏହି ଅଧିବେଶନ ର ପରିଚାଳନା ସମାଜସେବୀ ଶ୍ରୀଯୁକ୍ତ ବିନାୟକ ସ୍ୱାଇଁ କରିଥିଲେ ।
ଏହି ଆଲୋଚନାଚକ୍ରରେ କୁପୋଷଣ କୁ ଦୂର କରିବା ନିମନ୍ତେ ପ୍ରତିନିଧି ମାନେ ତାଙ୍କର ମତାମତ ପ୍ରକାଶ କରିଥିଲେ। । ଏଥିରେ ଓଡିଶା ର ବିଭିନ୍ନ ଜିଲ୍ଲାର ପ୍ରାୟ ୧୦୦ ଜଣ ପ୍ରତିନିଧି ଭାଗ ନେଇଥିଲେ । ସେମାନଙ୍କ ମଧ୍ଯରେ ଥିଲେ କୃଷକ୍, ମହିଳା ଗୃପର ସଦସ୍ଯା, ସାମାଜିକ ସଂସ୍ଥାର ସଦସ୍ଯ୍, ସରକାରୀ କର୍ମଚାରୀ ଓ ଶିକ୍ଷାବିତ୍ ପ୍ରମୁଖ। ପିକକ୍ର ହରିହର ବଳବନ୍ତରାୟ୍, ସମରକୁମାର ଦାସ ଓ ମୋନାଲିସା ପାତ୍ର ପ୍ରମୁଖ ଏହି କାର୍ଯ୍ଯକ୍ରମର ପରିଚାଳନା କରିଥିଲେ ।
Post a Comment