ଭୁବନେଶ୍ୱର, ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏବଂ ଅଷ୍ଟ୍ରଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ଶ୍ରୀ ରୋଶନଲାଲ ବିଟୁ କଂଗ୍ରେସ ଭବନ ଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମାର୍ଚ୍ଚ ୧୨ ତାରିଖରେ ଅଷ୍ଟ୍ରଳ ଭାରତୀୟ ଛାତ୍ର କଂଗ୍ରେସ ପକ୍ଷରୁ ହେବାକୁ ଥିବା ସଂସଦ ଘେରାଉ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ ନରେନ୍ଦ୍ର ମୋଦି ସରକାର ଦେଶର ଛାତ୍ର ଓ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ର ଓ ଯୁବକମାନଙ୍କ ଠାରୁ ଭୋଟ ଲୁଟିନେବା ପରେ ଏବେ ନରେନ୍ଦ୍ର ମୋଦିଙ୍କର ପକୋଡା ନିଯୁକ୍ତି ପ୍ରସଙ୍ଗ ଦେଶର ଛାତ୍ର ସମାଜକୁ ଗଭୀର ଦୁଃଖ ଦେଇଛି ।
ମୋଦି ଓ ନବୀନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ଦୁହେଁ ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହିତ କରୁଛନ୍ତି । ଶିକ୍ଷା ବ୍ୟବସାୟୀମାନଙ୍କୁ ପରିପୃଷ୍ଟ କରୁଛନ୍ତି । ନରେନ୍ଦ୍ର ମୋଦି ତାଙ୍କର ୭ବର୍ଷର ଶାସନରେ ଦେଶର ଛାତ୍ରମାନଙ୍କର ସ୍ବାର୍ଥପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇନାହାନ୍ତି ବରଂ ଶିକ୍ଷାନୁଷ୍ଠାନମାନଙ୍କରେ ଏବିଭିପିର ପ୍ରାଧାନ୍ୟ ପାଇଁ ଚକ୍ରାନ୍ତ କରିଛନ୍ତି । ବିଶେଷକରି କରୋନା ପରଠାରୁ ଆଜି ଦେଶରେ କୋଟି କୋଟି ବେକାର ଯୁବକ କର୍ମସଂସ୍ଥାନ ପାଇଁ ଆର୍ତଚିତ୍କାର କରୁଥିବା ବେଳେ ନରେନ୍ଦ୍ର ମୋଦି ନିଦକ ସାଜିଛନ୍ତି । ଓଡିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥାର ମାନ ଭୁଷୁଡି ପଡିଛି । ସ୍କୁଲରେ ଓ କଲେଜରେ ଶିକ୍ଷକ ନାହାନ୍ତି, ଶ୍ରେଣୀଗୃହର ଅବସ୍ଥା ଶୋଚନୀୟ, ଲାବ୍ରୋଟାରୀ ରୁମ୍ ଓ ଉପକରଣ ନାହିଁ, ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା ବି ନାହିଁ । ଅନ୍ୟପଟରେ ୧୪ ହଜାରି ସ୍କୁଲ ବନ୍ଦ କରିଦିଆଯାଇଛି ।
ବେସରକାରୀ ସ୍କୁଲମାଲିକମାନେ କିପରି ପରିତୁଷ୍ଟ ହେବେ ଏବଂ ଅଭିଭାବକ ଓ ଛାତ୍ରଙ୍କର ରକ୍ତ ଶୋଷଣ କରିବେ ସେଥପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟବସ୍ଥା କରିଦେଇଛନ୍ତି । ଅଖୁଳ ଭାରତ ଛାତ୍ର କଂଗ୍ରେସର ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ବିଟୁ କହିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ କୌଣସି ପାର୍ଥକ୍ୟ ନାହିଁ । ଉଭୟ ସରକାର ଛାତ୍ର ଓ ଯୁବକମାନଙ୍କ ସ୍ୱାର୍ଥ ବିରୋଧୀ । ମୋଦି ସରକାର ନିଯୁକ୍ତି ସଂପର୍କରେ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି । ସମସ୍ତ ସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ କିପରି ଆରଏସ୍ଏସ୍ର ପ୍ରଭାବ ବୃଦ୍ଧି ପାଇବ ସେଥିପ୍ରତି ମୋଦି ସରକାର ପ୍ରଚେଷ୍ଟା କରୁଛନ୍ତି । ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ନାହିଁ ।
ଦରଦାମ୍ ବୃଦ୍ଧି ବେଲଗାମ । ଛଟେଇ ଚାଲିଛି । ଦେଶର ଯୁବକଯୁବତୀ ଓ ଛାତ୍ର ସମାଜ ଆଜି ବେସାହାରା । ଏଣୁ ଗାଦିରେ ମୋଦି ସରକାର ରହିବାର ଅଧୁକାର ନାହିଁ । ସମ୍ମାନନୀୟ ରାହୁଲ ଗାନ୍ଧୀ ଦେଶର ଛାତ୍ର ଓ ଯୁବକମାନଙ୍କର ସ୍ବାର୍ଥ ପାଇଁ ଅବିଶ୍ରାନ୍ତ ସଂଗ୍ରାମ କରୁଛନ୍ତି । ‘ନୌକରି ଦୋ ୟୋ ଡିଗ୍ରୀ ୱାପସ୍ ଲୋ’ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରେ ମୋଦି ସରକାରଙ୍କର ଛାତ୍ର ବିରୋଧ ନୀତି ପ୍ରତିବାଦ କରାଯାଉଛି । ଏହି ପ୍ରସଙ୍ଗରେ ସାରା ଦେଶରେ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ନିରଜ କୁନ୍ଦନଙ୍କ ନେତୃତ୍ବରେ ମାର୍ଚ୍ଚ ୧୨ ତାରିଖରେ ସଂସଦ ଘେରାଉ କରାଯିବ । ଏଥିରେ ଓଡିଶାର ଛାତ୍ର ସମାଜ ଅଂଶଗ୍ରହଣ କରିବାକୁ ଅନୁରୋଧ।
Post a Comment