ଭୁବନେଶ୍ୱର, ଓଡ଼ିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି-୪ର ଅଷ୍ଟମ ବୈଠକ ଆଜି ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ଉପରେ ସବିଶେଷ ଆଲୋଚନା କରାଯାଇଥିଲା ।
୨୦୨୧-୨୨ ଆର୍ଥିକ ବର୍ଷରେ ବିଭାଗୀୟ ଖର୍ଚ୍ଚ ଦାବି କମିଟିର ଦ୍ବିତୀୟ ବୈଠକରେ ପ୍ରଦାନ କରାଯାଇଥିବା ରିପୋର୍ଟ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ୨୦୨୦-୨୧ ଆର୍ଥିକ ବର୍ଷରେ ବିଭାଗୀୟ କାର୍ଯ୍ୟକ୍ରମ ପ୍ରଭୃତି ସଂପର୍କରେ କମିଟି ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ବିଧାୟକ ଆଦିତ୍ୟ ପାଢ଼ୀଙ୍କ ସହ ସଂପୃକ୍ତ ବିଭାଗୀୟ ଶାସନ ସଚିବ । ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।
Post a Comment