loading...

ବିଭାଗୀୟ ଷ୍ଟାଣ୍ଡିଂ କମିଟି ବୈଠକ । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଉପରେ ଆଲୋଚନା

ବିଭାଗୀୟ ଷ୍ଟାଣ୍ଡିଂ କମିଟି ବୈଠକ । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ହସ୍ତତନ୍ତ, ବୟନ ବିଭାଗ ଉପରେ ଆଲୋଚନା

ବିଭାଗୀୟ ଷ୍ଟାଣ୍ଡିଂ କମିଟି ବୈଠକ । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଉପରେ ଆଲୋଚନା

ଭୁବନେଶ୍ୱର, ଓଡ଼ିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟିର ଦଶମ ବୈଠକ ଆଜି ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଉପରେ ବିଶେଷ ଆଲୋଚନା ହୋଇଥିଲା । 

୨୦୨୧-୨୨ ଆର୍ଥିକ ବର୍ଷରେ ବିଭାଗୀୟ ଖର୍ଚ୍ଚ ଦାବି, କମିଟିର ଦ୍ବିତୀୟ ବୈଠକରେ ପ୍ରଦାନ କରାଯାଇଥିବା ରିପୋର୍ଟ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ୨୦୨୦-୨୧ ଆର୍ଥିକ ବର୍ଷରେ ବିଭାଗୀୟ କାର୍ଯ୍ୟକ୍ରମ ପ୍ରଭୃତି ସଂପର୍କରେ କମିଟି ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ବିଧାୟକ ଅରବିନ୍ଦ ଢାଲି, ସତ୍ୟନାରାୟଣ ପ୍ରଧାନ, ଭାସ୍କର ମଢ଼େଇ, ମଥୁଳା ସ୍ଵାଇଁ, ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ସଂପୃକ୍ତ ବିଭାଗୀୟ ସଚିବ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget