loading...

କରୋନା ଲଢ଼େଇ ପାଇଁ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ରାଜ୍ୟର କରୋନା ଲଢେଇରେ ଯୋଗଦାନ ସ୍ଵରୂପ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩, ୩୩ ଲକ୍ଷ ଟଙ୍କା ଦାନ କରାଯାଇଛି

କରୋନା ଲଢ଼େଇ ପାଇଁ ଇଣ୍ଡିଆନ୍ ବ୍ୟାଙ୍କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ୱର, ରାଜ୍ୟର କରୋନା ଲଢେଇରେ ଯୋଗଦାନ ସ୍ଵରୂପ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩, ୩୩ ଲକ୍ଷ ଟଙ୍କା ଦାନ କରାଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ବ୍ୟାଙ୍କ୍ ର ଜେନେରାଲ ମ୍ୟାନେଜର ବି. ସୁରିବାବୁଙ୍କଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର କହିଥିଲେ ଯେ ପୂର୍ବରୁ କରୋନା ଲଢେଇ ପାଇଁ ବ୍ୟାଙ୍କ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରାଯାଇଥିଲା । 

ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବ୍ୟାଙ୍କଙ୍କୁ ସାଧୁବାଦ ଜଣାଇବା ସହ ନିଜ ନିକ ସ୍ତରରେ ସମସ୍ତ କୋରୋନା ନିୟମର ଅନୁପାଳନ ସହ ସଚତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥିଲେ । ଚେକ୍ ପ୍ରଦାନ ସମୟରେ ବ୍ୟାଙ୍କର ଢେପୁଟି ଜୋନାଲ ମ୍ୟାନେଜର ଲକ୍ଷ୍ମୀଧର ନାୟକ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget