loading...

ରାଉରକେଲା ସ୍ଥିତ ମ୍ୟାଲେରିଆ ରିସର୍ଚ୍ଚ ଅନୁଷ୍ଠାନ ରାଞ୍ଚକୁ ସ୍ଥାନାନ୍ତରିତ ନକରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର

ରାଉରକେଲା ସ୍ଥିତ ମ୍ୟାଲେରିଆ ରିସର୍ଚ୍ଚ ଅନୁଷ୍ଠାନକୁ ରାଞ୍ଚକୁ ସ୍ଥାନାନ୍ତରିତ ନକରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର ଲେଖ୍ ଅନୁରୋଧ କଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ର

ରାଉରକେଲା ସ୍ଥିତ ମ୍ୟାଲେରିଆ ରିସର୍ଚ୍ଚ ଅନୁଷ୍ଠାନ ରାଞ୍ଚକୁ ସ୍ଥାନାନ୍ତରିତ ନକରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର,୧୯୮୮ ମସିହାରେ ଇଣ୍ଡିଆନ୍‌ କାଉନ୍‌ସିଲ୍ ଅଫ ମେଡିକାଲ ରିସର୍ଚ୍ଚର କ୍ଷେତ୍ରୀୟ ଶାଖା ଭାବେ ରାଉରକେଲାଠାରେ ଏକ ମ୍ୟାଲେରିଆ ରିସର୍ଚ୍ଚ କେନ୍ଦ୍ର ସ୍ଥାପିତ ହୋଇଥିଲା । ଭାରତ ସରକାରଙ୍କ ଦ୍ଵାରା ସ୍ଥାପିତ ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ଥିଲା ମ୍ୟାଲେରିଆ ସଂପର୍କିତ ରିସର୍ଚ୍ଚ ଓ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ କାର୍ଯ୍ୟ କରିବ । ସୁନ୍ଦରଗଡ଼ ଭଳି ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡ ଓ ବଣଜଙ୍ଗଲ ଘେରା ଅଞ୍ଚଳର ମ୍ୟାଲେରିଆର ପ୍ରକୋପ ପ୍ରଶମିତ କରିବା ଦିଗରେ ଏହି ଅନୁଷ୍ଠାନ ବିଗତ ଦିନମାନଙ୍କରେ ଆଖୁଦୃଶିଆ କାର୍ଯ୍ୟ କରି ଆସୁଅଛି । 

ରାଜ୍ୟର ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି । ଏବେ କିନ୍ତୁ ରାଉରକେଲାସ୍ଥିତ ଏହି ମ୍ୟାଲେରିଆ ରିସର୍ଚ୍ଚ କ୍ଷେତ୍ରୀୟ ଅନୁଷ୍ଠାନଟି ରାଉରକେଲାଠାରୁ ରାଞ୍ଚକୁ ସ୍ଥାନାନ୍ତର ହେବାକୁ ଯାଉଛି, ଯାହାକି କୌଣସି ଦୃଷ୍ଟିରୁ ରାଜ୍ୟ ପାଇଁ ଗ୍ରହଣୀୟ ନୁହେଁ । ଏହା ଦ୍ଵାରା ମ୍ୟାଲେରିଆ ରିସର୍ଚ୍ଚ କ୍ଷେତ୍ରରେ କୌଣସି କାର୍ଯ୍ୟ ସାଧୂତ ହୋଇପାରିବ ନାହିଁ । 

ଅନ୍ୟ ପକ୍ଷରେ ରାଜ୍ୟର ପଶ୍ଚିମ ଓ ଉତ୍ତର ଓଡ଼ିଶା ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ହରାଇବ । ଏବେ ରାଜ୍ୟ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଆଖୁଦୃଶିଆ ସଫଳତା ହାସଲ କରିଛି । ମ୍ୟାଲେରିଆର ପ୍ରକୋପ ଅନେକ ମାତ୍ରାରେ ହ୍ରାସ ପାଇଛି । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟ ଜାତୀୟ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇପାରିଛି । ଏ ସମୟରେ ଏହି ସଫଳତା ବଜାୟ ରଖୁବା ପାଇଁ ଆଗାମୀ ଦିନରେ ଅନେକ କିଛି ଜନହିତକର କାର୍ଯ୍ୟ ହାତକୁ ନେବାକୁ ପଡ଼ିବ । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଅନୁଷ୍ଠାନର ଆବଶ୍ୟକତାକୁ ଅଣଦେଖା କରାଯିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ।

ଏଣୁ, ଏହି ପ୍ରସଙ୍ଗରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖୁ ରାଉରକେଲାସ୍ଥିତ ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟରର କ୍ଷେତ୍ରୀୟ ଶାଖା ରାଞ୍ଚକୁ ସ୍ଥାନାନ୍ତର ନକରିବା ସହ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget