ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ଚେତନାର ସଫଳ ପ୍ରୟୋଗ ଓ ପ୍ରକାଶ ହୋଇଥିଲା ଓଡ଼ିଶାରେ । ଓଡ଼ିଶାର ଆମିକ ଶକ୍ତି ଓ ସାମର୍ଥରୁ ସେ ପ୍ରେରଣା ସଂଗ୍ରହ କରିଥିଲେ । ମହାତ୍ମା ଗାନ୍ଧୀ ବିଶେଷ ଭାବରେ ମଧୁବାବୁ ଓ ଗୋପବଂଧୁଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାରେ ମୁକ୍ତି ଆନ୍ଦୋଳନ ୧୯୫୭ର ବହୁ ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଲିଲା । ମହାତ୍ମା ଗାନ୍ଧୀ ଯେଭଳି ଓଡ଼ିଶାର ସାମାଜିକ ଓ ରାଜନୀତିକ ଜୀବନକୁ ପ୍ରଭାବିତ କରିଛନ୍ତି ; ସେ ମଧ୍ୟ ସେଭଳି ପ୍ରଭାବିତ ହୋଇଛନ୍ତି ।
ଓଡ଼ିଶା ଓ ଗାନ୍ଧୀଜୀଙ୍କ ସଂପର୍କ ପୁନଃ ଆକଳନ ଉପରେ ରାଜ୍ୟପାଳ ଗୁରୁତ୍ବ ଆରୋପ କରିଥିଲେ । ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ଅଭିରାମ ବିଶ୍ଵାଳ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି କହିଲେ ଯେ ଗାନ୍ଧୀଙ୍କ ଆହ୍ବାନ ଓ ପର୍ଶରେ ସେତେବେଳର ଓଡ଼ିଶାରେ ସକରାତ୍ମକ ରୂପାନ୍ତରଣ ହୋଇଥିଲା । ତାଙ୍କ ପ୍ରଭାବରେ ଅନେକ ସ୍ଥାନୀୟ ଗାନ୍ଧୀଙ୍କ ଆବିର୍ଭାବ ଓଡ଼ିଶାର ଜନଜୀବନରେ ନୂତନ ଆଲୋକ ଓ ପୁଲକ ଭରି ଦେଇଥିଲା ।
ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଧା, ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତି, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅଧାପିକା ସ୍ନେହଲତା ପୃଷ୍ଟି ସଂଯୋଜନା କରିଥିଲେ । ପରେ ନାଜିଆ ଆଲମ୍, ପ୍ରେମ ଆନନ୍ଦ, ଶ୍ରୀଚରଣ ମହାନ୍ତି, ପ୍ରଜ୍ଞା, ସମୀକ୍ଷା ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ।
Post a Comment