loading...

ଉତ୍କଳର ଛାତ୍ରଛାତ୍ରୀଙ୍କ ସହ ଡ଼ଃ ସୁଧାଂଶୁ ଷଡ଼ଙ୍ଗୀଙ୍କର ଅପରାଧିକ ନ୍ୟାୟ ସଂସ୍କାର ଉପରେ ଚର୍ଚ୍ଚା

ଟ୍ୱିନ୍ ସିଟିର ପୂର୍ବତନ ପୋଲିସ କମିଶନର ତଥା ବର୍ତ୍ତମାନ ଓଡିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେଟର ସିଏମଡି ଭାବେ କାର୍ଯ୍ୟରତ

ଉତ୍କଳର ଛାତ୍ରଛାତ୍ରୀଙ୍କ ସହ ଡ଼ଃ ସୁଧାଂଶୁ ଷଡ଼ଙ୍ଗୀଙ୍କର ଅପରାଧିକ ନ୍ୟାୟ ସଂସ୍କାର ଉପରେ ଚର୍ଚ୍ଚା

ଭୁବନେଶ୍ଵର, ଟ୍ୱିନ୍ ସିଟିର ପୂର୍ବତନ ପୋଲିସ କମିଶନର ତଥା ବର୍ତ୍ତମାନ ଓଡିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେଟର ସିଏମଡି ଭାବେ କାର୍ଯ୍ୟରତ ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅପରାଧିକ ନ୍ୟାୟ ସଂସ୍କାର ଉପରେ ଅଭିଭାଷଣ ଦେଇଥିଲେ । ଭାରତୀୟ ପ୍ରଶାସନ ପ୍ରତିଷ୍ଠାନ (ଆଇଆଇପିଏ)ର ଓଡିଶା ଅଧ୍ୟାୟ ଏବଂ ବିଶ୍ୱବିଦ୍ୟାଳୟର ସାଧାରଣ ପ୍ରଶାସନ ବିଭାଗର ସହଯୋଗିତାରେ ଅପରାଧିକ ନ୍ୟାୟ ବ୍ୟବସ୍ଥା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।

ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଡକ୍ଟର ଷଡ଼ଙ୍ଗୀ ପୋଲିସ୍ ଫୋର୍ସକୁ ବାହ୍ୟ ହସ୍ତକ୍ଷେପରୁ ବଞ୍ଚାଇ ରଖିବାର ଗୁରୁତ୍ୱ, ସାଧାରଣ ଜନତାଙ୍କର ପୋଲିସ୍ ଉପରେ ବିଶ୍ୱାସ ବୃଦ୍ଧି କରିବା ଏବଂ ପୋଲିସ୍ ଫୋର୍ସରେ ଆଭ୍ୟନ୍ତରୀଣ ଉତ୍ତରଦାୟିତ୍ୱ ବଢାଇବା ବିଷୟରେ କହିଥିଲେ। ସେ ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ନେଇ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରିଥିଲେ । ପୋଲିସ୍ ଷ୍ଟେସନରେ ସ୍ୱତନ୍ତ୍ର ହେପାଜତ ଅଧିକାରୀଙ୍କର ଆବଶ୍ୟକତାଠାରୁ ନେଇ ଗିରଫ ହୋଇଥିବା ବ୍ୟକ୍ତିଙ୍କର ବିବୃତ୍ତି ଗ୍ରହଣ କରିବା ସମୟରେ ଜଣେ ଓକିଲଙ୍କ ଉପସ୍ଥିତିର ଅନିବାର୍ଯ୍ୟତା ଭଳି ଅନେକ ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ।

ଆଲୋଚନାଚକ୍ରର ଶେଷ ଭାଗରେ ସେ ଛାତ୍ରଛାତ୍ରୀଙ୍କର ନାନା ପ୍ରଶ୍ନର ଉତ୍ତର ଦେଇଥିଲେ । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମଧ୍ୟ ଏହି ଆଲୋଚନାଚକ୍ରରେ ଉପସ୍ଥିତ ଥିଲେ ଏବଂ ତାଙ୍କ ବକ୍ତବ୍ୟରେ ଲିଙ୍ଗଗତ ନ୍ୟାୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଇଆଇପିଏର ଅଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ମିଶ୍ର ଏବଂ ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଡକ୍ଟର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget