loading...

ସ୍ଥାନୀୟ ଜ୍ଞାନକୌଶଳ ଉପରେ ୩ ଦିନିଆ ଜାତୀୟ ସମ୍ମିଳନୀ

ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ତଥା ୟୁନାଇଟେଡ୍‌ ଇଣ୍ଡିଆନ୍ ଆକ୍ରୋପୋଲୋଜି ଫୋରମ୍‌ର ସହଯୋଗିତାରେ ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ

ସ୍ଥାନୀୟ ଜ୍ଞାନକୌଶଳ ଉପରେ ୩ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର, ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ତଥା ୟୁନାଇଟେଡ୍‌ ଇଣ୍ଡିଆନ୍ ଆକ୍ରୋପୋଲୋଜି ଫୋରମ୍‌ର ସହଯୋଗିତାରେ ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ହୋଇଥିବା ‘ଚେଞ୍ଜି କଣ୍ଡୁରସ୍ ଅଫ୍ ଇଣ୍ଡି ଜିନସ୍ ନଲେଜ୍ ଆମଙ୍ଗ ଟ୍ରାଇବାଲ କମ୍ୟୁନିଟିଜ୍ ଅଫ୍ ଇଣ୍ଡିଆ’ ଉପରେ ୩ ଦିନିଆ ଜାତୀୟ ସମ୍ମିଳନୀର ଦ୍ବିତୀୟ ଦିନର ଅବେଶନ ଫଳପ୍ରଦ ଭାବେ ଶେଷ ହୋଇଛି । ପ୍ରଫେସର ଦୀପକ କୁମାର ବେହେରା ଓ ପ୍ରଫେସର ଏସ୍. ଗ୍ରେଗୋରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଦୁଇଟି ବୈଷୟିକ ଅଧବେଶନ ଯଥାକ୍ରମେ “ଇଣ୍ଡିଜିନସ୍ ନଲେଜ ଏଣ୍ଡ ଇମଜଂ ରିଏଲିଟିଜ୍' ଓ “ଡାଇନାମିକ୍ସ ଅଫ ଲୋକାଲ ଇକୋଲୋଜିକାଲ ନଲେଜ୍’ରେ ଦୁଇଟି କି-ନୋଟ୍ ଆଫ୍ରେସ୍ ସହ ସାତଟି ସନ୍ଦର୍ଭ ପ୍ରତିଷ୍ଠିତ ଗବେଷକ ଗବେଷିକାଙ୍କ ଦ୍ଵାରା ଉପସ୍ଥାପନା କରାଯାଇଥିଲା । 

ବୈଷୟିକ ଉପସ୍ଥାପନା ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଫେସର ସରିତ କୁମାର ଚୌଧୁରୀ, ପ୍ରଫେସର ଗୀତିକା ରଞ୍ଜନ, ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ, ପ୍ରଫେସର ଏ. ଚେଲ୍ଲାପେରୁମାଲ୍, ଡ. ବେଦପ୍ରିୟା ଆର୍ଯ୍ୟ, ସର୍ବେଶ୍ୱର ରେଡ଼ି ଅନ୍ୟତମ ଉପସ୍ଥାପନାଗୁଡ଼ିକରେ ଦେଶର ବିଭିନ୍ନ ପ୍ରାନ୍ତର ଜନଜାତିମାନଙ୍କର ପ୍ରାସଙ୍ଗିକ ସ୍ଥାନୀୟ ଜ୍ଞାନକୌଶଳ ଉପରେ ପର୍ଯ୍ୟବେଶିତ ତଥ୍ୟ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଆଦୃତ, ଆଲୋଚିତ ଓ ପ୍ରଶଂସିତ ହୋଇଥିଲା । ସ୍ଥାନୀୟ ଜ୍ଞାନକୌଶଳର ବିସ୍ତାରିତ ପରିସରର ବିସ୍ତୃତ ଅଧ୍ୟୟନ ହେବା ସହିତ ଏହାକୁ ମୁଖ୍ୟସ୍ରୋତର ବ୍ୟବହାର ଦିଗରେ ପ୍ରଚେଷ୍ଟା ଜାରି ରହିବା ଉଚିତ୍ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା । ଏହି ଦ୍ବିତୀୟ ଦିନର ସମ୍ମିଳନୀକୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଶୂଳ ବିହାରୀ ଓତା ସୁଚାରୁ ରୂପେ ପରିଚାଳନା କରିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ପ୍ରସଙ୍ଗ ଉପରେ ନିଜର ମତ ରଖୁଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget