loading...

ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଯୁବ ଆକ୍ରୋଶ ସମାବେଶ ଓ ବିଧାନସଭା ଘେରାଉ ଅନୁଷ୍ଠିତ

ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ “ଯୁବ ଆକ୍ରୋଶ ସମାବେଶ କଂଗ୍ରେସ ଭବନ, ଭୁବନେଶ୍ବର ଠାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମତି ରଂଜନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଯୁବ ଆକ୍ରୋଶ ସମାବେଶ ଓ ବିଧାନସଭା ଘେରାଉ ଅନୁଷ୍ଠିତ

ଭୁବନେଶ୍ୱର, ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ “ଯୁବ ଆକ୍ରୋଶ ସମାବେଶ କଂଗ୍ରେସ ଭବନ, ଭୁବନେଶ୍ବର ଠାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମତି ରଂଜନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଶ୍ରୀନିବାସ ବି.ଭି ଯୋଗଦେଇ ଉପସ୍ଥିତ ହଜାର ହଜାର ଯୁବ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଇସ୍ତାହାରରେ ବର୍ଷକୁ ୨ କୋଟି ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । 

ବର୍ତ୍ତମାନ ବିଭିନ୍ନ ସଭା ସମିତିରେ ଭାଷଣ ଦେଲାବେଳେ କେତେ ବେକାର ନିଯୁକ୍ତି ପାଇଛନ୍ତି ସେ ସଂପର୍କରେ ମୋଦି କାହିଁକି ପ୍ରକାଶ କରୁନାହାନ୍ତି ବୋଲି ଶ୍ରୀ ଶ୍ରୀ ନିବାସ ପ୍ରଶ୍ନ କରିଥିଲେ । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ମୂଲ୍ୟ ଅହେତୁକ ବୃଦ୍ଧି ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ କରିବାରେ ମୋଦି ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିଭଳି ରାଜ୍ୟ ବେରୋଜଗାରୀରେ ୧ ନମ୍ବର ସ୍ଥାନ ଅଧୁକାର କରିବା ମୁଖ୍ୟମନ୍ତ୍ରୀଙ୍କର ପାରିବା ପଣିଆର ପ୍ରମାଣ ଦେଉଛି ବୋଲି ସେ କଟୁ ସମାଲୋଚନା କରିଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରିମୋଟ କଂଟ୍ରୋଲ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ହାତରେ ଅଛି ବୋଲି ସେ ପ୍ରକାଶ କରିଥିଲେ ।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ନିଜ ବକ୍ତବ୍ୟରେ କହିଲେ ଯେ ରାଜ୍ୟରେ ଦିନକୁ ଦିନ ଶିକ୍ଷିତ ଯୁବକ ଯୁବତୀଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଯୁବକମାନଙ୍କର ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ରାଜ୍ୟ ସରକାର ସଂପୂର୍ଣ୍ଣ ଉଦାସୀନ ରହିବା ଯୁବ ସମାଜ ପ୍ରତି ଉପହାସ ବୋଲି ଶ୍ରୀ ଲେଙ୍କା ଅଭିଯୋଗ କରିଥିଲେ । ନାରୀ ନିର୍ଯ୍ୟାତନା, ଗଣଦୁଷ୍କର୍ମ, ଚୋରି, ଛିନ୍‌ତାଇ ଯେଭଳି ଭାବରେ ବଢି ବଢି ଚାଲିଛି ସେଥିରେ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁନାହାନ୍ତି । ରାଜ୍ୟ ସରକାର ଏହାକୁ ରୋକିବା ପରିବର୍ତ୍ତେ ସ୍ଥାଣୁ ପାଲଟି ଯାଇଛନ୍ତି ବୋଲି ଶ୍ରୀ ଲେଙ୍କା ସମାଲୋଚନା କରିଥିଲେ ।

ଉଦ୍‌ବୋଧନ ଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ଅଖୁଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ରୁଦ୍ର ରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଧାୟକ ମହମ୍ମଦ ମୋକିମ୍, ବିହାର ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ, ଏଆଇସିସି ସଂପାଦକ ବିଶ୍ୱରଂଜନ ମହାନ୍ତି, ଅଖୁଳ ଭାରତ ଯୁବ କଂଗ୍ରେସ ସାଧାରଣ ସଂପାଦିକା ସୁଶ୍ରୀ ପ୍ରତିଭା ରଘୁବଂଶୀ, ସଂପାଦକ ରିୟାକୁଲ୍ ଅନସାରୀ, ପୂର୍ବତନ ମନ୍ତ୍ରୀ ଫଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଦେବେନ୍ଦ୍ରନାଥ ଶର୍ମା, ଅଧୁରାଜ ମୋହନ ପାଣିଗ୍ରାହୀ, ଗିରିବାଳା ବେହେରା ପ୍ରମୁଖ ଉବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷିମାରଣନୀତି, ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା ସଂପର୍କରେ କଟୁ ସମାଲୋଚନା କରିଥିଲେ । 

ରାଜ୍ୟ ଯୁବ କଂଗ୍ରେସର ସମସ୍ତ ଉପସଭାପତି ଓ ଅନ୍ୟାନ୍ୟ ପଦାଧୁକାରୀଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥୁବା ଜିଲ୍ଲା ଯୁବ କଂଗ୍ରେସ ସଭାପତିଗଣ ଉବୋଧନ ଦେଇଥିଲେ । ଆଜିର ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଟିଆ, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ଚିନ୍ମୟ ପ୍ରସାଦ ବେଉରା, ରବିନ୍ଦ୍ର ସେଠୀ, ରବିନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ବହୁ ଯୁବ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତା ଉପସ୍ଥିତ ଥିଲେ । ପରେ ଏକ ବିରାଟ ଶୋଭାଯାତ୍ରା ଉପରୋକ୍ତ ଦାବି ପୂରଣ ନେଇ ବିଧାନସଭା ଘେରାଉ ନିମନ୍ତେ ଅଗ୍ରସର ହୋଇଥିଲା ଏବଂ ହଜାର ହଜାର ଯୁବ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଗିରଫ ହୋଇଥିଲେ।

ଶ୍ରୀ ଶ୍ରୀନିବାସ ଭୁବନେଶ୍ବର ବିମାନ ବନ୍ଦରରେ ପହଂଚିବା ପରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କାଙ୍କ ନେତୃତ୍ବରେ ଏକ ବିରାଟ ମୋଟର ସାଇକେଲ ପଟୁଆର କଂଗ୍ରେସ ଭବନ ପର୍ଯ୍ୟନ୍ତ ଶ୍ରୀ ଶ୍ରୀନିବାସଙ୍କୁ ସ୍ଵାଗତ କରି ଆଣିଥିଲେ ଏବଂ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ତାଙ୍କୁ ଉସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget