loading...

ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ରାଜ୍ୟବାସୀଙ୍କୁ ହୋଲି ଉପହାର : ସମାଜବାଦୀ ପାର୍ଟି

ଓ.ଇ.ଆର.ସି. ଆଜି ୟୁନିଟ୍ ପିଛା ବିଦ୍ୟୁତ୍ ଶୁକ୍ସ ୩୦ ପଇସା ବୃଦ୍ଧି କରିଛି । ୬ ମାସ ପୂର୍ବରୁ ଓ.ଇ.ଆର.ସି. ବିଜୁଳି ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଥିଲେ

ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ରାଜ୍ୟବାସୀଙ୍କୁ ହୋଲି ଉପହାର : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ଓ.ଇ.ଆର.ସି. ଆଜି ୟୁନିଟ୍ ପିଛା ବିଦ୍ୟୁତ୍ ଶୁକ୍ସ ୩୦ ପଇସା ବୃଦ୍ଧି କରିଛି । ୬ ମାସ ପୂର୍ବରୁ ଓ.ଇ.ଆର.ସି. ବିଜୁଳି ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଥିଲେ । ଗୋଟିଏ ଆର୍ଥିକ ବର୍ଷରେ ଓଡ଼ିଶାରେ ବିଜୁଳି କମ୍ପାନୀମାନଙ୍କର ଶୋଷଣ ଯୋଗୁଁ ୮୭ଲକ୍ଷ ଖାଉଟିଙ୍କୁ ୟୁନିଟ୍ ପିଛା ୫୦ ପଇସା ବିଦ୍ୟୁତ୍ ଶୁଳ୍ପ ବୃଦ୍ଧିର ବୋଝ ବୋହିବାକୁ ପଡୁଛି । କରୋନା ମହାମାରୀ ଯୋଗୁଁ ଲୋକଙ୍କର ଆର୍ଥିକ ଅବସ୍ଥା ଭୁଷୁଡ଼ି ପଡ଼ିଥିଲା ବେଳେ, ବହୁ ଲୋକ ରୋଜଗାର ଏବଂ ଜୀବନ ଜୀବିକା ହରାଇ ସଂଘର୍ଷ କରୁଥିବା ବେଳେ ବିଜୁଳି କମ୍ପାନୀମାନଙ୍କର ଅପାରଗତା ଓ ଦୁର୍ନୀତି ଯୋଗୁଁ ହେଉଥିବା କ୍ଷତିକୁ ଭରଣା କରିବା ପାଇଁ ବିଦ୍ୟୁତ୍ ନିୟାମକ ଆୟୋଗ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତଶୁଳ୍କ ବୃଦ୍ଧିର ବୋଝ ଲଦି ଦେଇଛନ୍ତି ତାହା ଅଗଣତାନ୍ତ୍ରିକ ଓ ଜନବିରୋଧ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଅଭିହିତ କରାଯାଇଛି । 

ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଆଜି ସନ୍ଧ୍ୟାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ରାଜ୍ୟବାସୀଙ୍କୁ ହୋଲି ଉପହାର ବୋଲି କୁହାଯାଇଛି । ତୁରନ୍ତ ଏହି ବର୍ଦ୍ଧିତ ଶୁଳ୍ମକୁ ପ୍ରତ୍ୟାହାର କରା ନଗଲେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ତୀବ୍ରତର ହେବ । ତେଣୁ ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଏହି ଶୁଳ୍କ ବୃଦ୍ଧିକୁ ବନ୍ଦ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । ଏହାବ୍ୟତୀତ ବିଭିନ୍ନ କମ୍ପାନୀ ଓ ଖାଉଟିଙ୍କ ଉପରେ ବାକି ପଡ଼ିଥିବା ୪୨୩୪ କୋଟି ଟଙ୍କା ବିଦ୍ୟୁତ୍ ଦେୟକୁ ତୁରନ୍ତ ଆଦାୟ କରିବା, ଏଭଳିକି ବିଭିନ୍ନ ସରକାରୀ ଦପ୍ତର ଉପରେ ବାକିଥିବା ୨୪୨ କୋଟି ଟଙ୍କା ବିଦ୍ୟୁତ୍ ଶୁଳ୍କ ତୁରନ୍ତ ପୈଠ କରିବା, ପରିବହନଜନିତ କ୍ଷତି ଓ ବିଦ୍ୟୁତ୍ ଚୋରିକୁ ତୁରନ୍ତ ଜାତୀୟହାର ଶତକଡ଼ା ୧୫ ଶତାଂଶକୁ କମାଇବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି । 

ଏଠାରେ ଉଲ୍ଲେଖଥାଉକି, ସମଗ୍ର ଦେଶରେ ବିଜୁଳିର ଘରୋଇକରଣ ଦିଗରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଅଗ୍ରସର ହୋଇଥିଲା । ଆଜିକୁ ୨୬ ବର୍ଷ ତଳେ ଆରମ୍ଭ ହୋଇଥିବା ବିଦ୍ୟୁତ୍ ସଂସ୍କାର ସମୟରେ ରାଜ୍ୟବାସୀଙ୍କୁ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ବିଦ୍ୟୁତ୍ ସଂସ୍କାର ହେଲେ ରାଜ୍ୟବାସୀ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ପାଇପାରିବେ । ଏହାଦ୍ୱାରା ବିଜୁଳି କମ୍ପାନୀ ମାନେ କ୍ଷତି କରୁଥିବା ୫୬ ଶତାଂଶ ଏ.ଟି.ସି. କ୍ଷତିକୁ ୧୫ଭାଗକୁ କମାଯାଇପାରିବ । ଗୋଟିଏ ଶତ୍ୟଶ ବିଜୁଳି କ୍ଷତିକୁ କମାଯାଇ ପାରିଲେ ରାଜକୋଷରେ ୭୦ ରୁ ୭୫ କୋଟି ଟଙ୍କା ବାର୍ଷିକ ଭରଣା କରାଯାଇପାରିବ । 

ଆଜିବି ବିଜୁଳି କମ୍ପାନୀମାନେ ନିଜର ଅପାରଗତା ଯୋଗୁଁ ଏ.ଟି.ସି. ଲସ୍‌କୁ ୨୯ ଶତାଂଶରୁ ତଳକୁ ଆଣିପାରିନାହାନ୍ତି । ଫଳରେ ରାଜ୍ୟବାସୀଙ୍କୁ ବାର୍ଷିକ ୨ହଜାର କୋଟି ଟଙ୍କା ଅତିରିକ୍ତ ଶୁଳ୍କ ବୋଝ ବୋହିବାକୁ ପଡୁଛି । ଏହାକୁ ସମାଜବାଦୀ ପାର୍ଟି ବିରୋଧ କରିବା ସଙ୍ଗେସଙ୍ଗେ ଓଡ଼ିଶା ଭଳି ଏକ ବିଦ୍ୟୁତ୍ ବଳକା ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଦୃଢ ବିରୋଧ କରିଛି । ତୁରନ୍ତ ରାଜ୍ୟ ସରକାର ଏହି ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ପ୍ରତ୍ୟାହାର କରିବାପାଇଁ ପଦକ୍ଷେପ ନେବାକୁ ଦଳ ଦାବି କରୁଛି । 

ଏହି ଗଣ ବିକ୍ଷୋଭରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, ସଂଜୟ ନାୟକ, ନାରୀ ନେତ୍ରୀ ରୀତା ପଟ୍ଟନାୟକ, ସୁଧାରାଣୀ ସାହୁ, ଶ୍ରୀମତୀ ଶୟଦା, ଯୁବନେତା ସୁବ୍ରତ ଲେଙ୍କା, ସୁନୀଲ୍ ମିଶ୍ର, ସୁଶୀଲ ହୋତା ଓ ଛାତ୍ର ନେତା ସୌମ୍ୟପ୍ରକାଶ ଦାସ, ସଂଜୟ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget