loading...

୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ରେଳଷ୍ଟେଶନରୁ ଶୋଭାଯାତ୍ରା

୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ରେଳଷ୍ଟେଶନରୁ ଶୋଭାଯାତ୍ରା, ବାରାରେ ସାଧାରଣ ସଭା

୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ରେଳଷ୍ଟେଶନରୁ ଶୋଭାଯାତ୍ରା

ବ୍ରହ୍ମପୁର, ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସୁତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ତାଙ୍କ ଆଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସୁତି ପାଳନ ଲାଗି ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କେନ୍ଦ୍ର କ୍ଷେତ୍ର ପ୍ରଚାର ସଂସ୍ଥା, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଏହାର ସଫଳତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶନିବାର ବ୍ରହ୍ମପୁରସ୍ଥିତ ମୋତି ହୋଟେଲ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ୩ୟ ପ୍ରସ୍ତୁତି ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

ପ୍ରଥମେ କାର୍ଯ୍ୟକ୍ରମର ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଦୁଇଟି ବୈଠକର ବିବରଣୀ ପ୍ରଦାନ କରିବା ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ମାର୍ଚ୍ଚ ୩୦ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ବ୍ରହ୍ମପୁର ରେଲୱେ ଷ୍ଟେଶନରୁ ସର୍ବଦଳୀୟ ଶୋଭାଯାତ୍ରା ବାହାରି ବିଜିପୁର, ଖଲିକୋଟ କଲେଜ, ମଧୁ ମନ୍ଦିର ଦେଇ ସହର ପରିକ୍ରମା କରିବା ପରେ ବାରାକ୍ସ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଆୟୋଜନର କାର୍ଯ୍ୟକ୍ରମ ରହିଛି । ଏହି ଶୋଭାଯାତ୍ରା ଅବସରରେ ଗଞ୍ଜାମ ଜିଲାର ସମସ୍ତ ଲୋକନୃତ୍ୟ, ଯୋଡ଼ିଶଙ୍ଖ, ପାରମ୍ପରିକ ନୃତ୍ୟ ସଖୀନାଟ, ଘଣ୍ଟସ୍ଥଳ, ସ୍କେଟିଂ, ଟାଇକୋଣ୍ଡୋ ସହ ସାମନ୍ତରା ଏକାଡ଼େମୀର ଦୁଇ ଶହ ଛାତ୍ର ଜାତୀୟ ପତାକା ପ୍ରଦର୍ଶନ କରିବେ । 

ଏଥିସହ ଏକ ପ୍ରଚାର ଗାଡ଼ିରେ ଗାନ୍ଧୀଙ୍କ ଦର୍ଶନ, ନିଶା ନିବାରଣ, ଗାନ୍ଧୀ ସାହିତ୍ୟ, ସର୍ବଧର୍ମ ସମନ୍ବୟ ବୈଶିଷ୍ଟା ପ୍ରତିପାଦନ ସହ ଗାନ୍ଧିଜୀଙ୍କ ପ୍ରଦର୍ଶିତ- ଅହିଂସା, ପ୍ରଜ୍ଞାପନ ମେଢ଼, ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ ପ୍ରଦର୍ଶିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିରେ ମହିଳାମାନଙ୍କୁ ସାମିଲ କରି ହୁଳହୁଳି ସହିତ ଶଙ୍ଖ ଧ୍ବନିରେ ଶୋଭାଯାତ୍ରାକୁ ସ୍ବାଗତ କରାଯିବ ଏବଂ ସହରର ବିଭିନ୍ନ ପ୍ରବେଶ ପଥରେ ବ୍ୟାନର ପ୍ରଦର୍ଶିତ ହେବ । ପୂର୍ବାହ୍ନରେ ବ୍ରହ୍ମପୁର ସହରରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ସମେତ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ ମାଲ୍ୟାର୍ପଣ କରାଯିବ।

ଏହି ବୈଠକରେ ବରିଷ୍ଠ ଭେଷଜବିତ ପି.ସି. ସାହୁ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ମେଜର ରମାରମଣ ପାଢ଼ୀଙ୍କ ସମେତ ଜାମୁଲା ଶଙ୍କର ନାରାୟଣ, କାମରାଜୁ ମହାରଣା, କ୍ଷେତ୍ର ପ୍ରଚାର ସଂସ୍ଥାର ଅଧୁକାରୀ ମନମୋହନ ପାଢ଼ୀ, ଡ଼, ଡ଼ମ୍ବରୁଧର ସାହୁ, ସୂର୍ଯ୍ୟାଲୋକର ସମ୍ପାଦକ ମୀନ କେତନ ଜେନା, ନାରୀ ନେତ୍ରୀ ସରିତା ପଣ୍ଡା, ସୁଶାନ୍ତ କୁମାର ସାବତ, ପୂର୍ବତନ ନଗରପାଳ ପି. ଭିମୁଡୁ, ଡ଼ା, ସାଗର ରଞ୍ଜନ ତ୍ରିପାଠୀ, ଲୋକ ସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ଡ଼ା. ସୁବାସ ସାହୁ, ଆଡ଼ଭୋକେଟ ରାଧାଚରଣ ନାୟକ, କପିଳ ଚନ୍ଦ୍ର ମହାନ୍ତି, 

ଏନ. ଜଗଦୀଶ୍ୱର ରାଓ, ଡ. ବନମାଳୀ ପାଣିଗ୍ରାହୀ, ସତ୍ୟ ନାରାୟଣ ତ୍ରିପାଠୀ, ସିପିଆଇଏମ ସମ୍ପାଦକ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ, ବିଜେଡି ନେତା ଟି.ଗୋପୀ, ସାମନ୍ତରା ଏକାଡ଼େମୀର ମୁଖ୍ୟ ଦେବେଶ ସାମନ୍ତରାୟ, ଡ଼. ପ୍ରଫୁଲ ଚନ୍ଦ୍ର ମହାନ୍ତି, ଚନ୍ଦ୍ରମୋହନ ସାହୁ, ଆଡଭୋକେଟ ଶିବ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ମହାନ୍ତି, ଇଂ. ଲଡୁ କିଶୋର ସାବତ, ପ୍ରଫେସର ରମେଶ ଚରଣ ତ୍ରିପାଠୀ, ମନୋଜ କୁମାର ସାମଲ, ମନୋଜ କୁମାର ପଟ୍ଟନାୟକ, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget