loading...

ଜରୁରୀକାଳିନ ସ୍ଥିତିକୁ ଭୁଲ ସ୍ବୀକାର କରିବା ରାହୁଲ ଗାନ୍ଧିଙ୍କ ଆଉ ଏକ ନାଟକ – ଧର୍ମେନ୍ଦ୍ର ପ୍ରଧାନ

କରୁରୀକାଳୀନ ପରିସ୍ଥିତି ଭୁଲ ଥିଲା ବୋଲି ମାନିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦେଶକୁ ଭ୍ରମିତ କରିବାର ଆଉ ଏକ ନାଟକ

ଜରୁରୀକାଳିନ ସ୍ଥିତିକୁ ଭୁଲ ସ୍ବୀକାର କରିବା ରାହୁଲ ଗାନ୍ଧିଙ୍କ ଆଉ ଏକ ନାଟକ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର, କରୁରୀକାଳୀନ ପରିସ୍ଥିତି ଭୁଲ ଥିଲା ବୋଲି ମାନିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦେଶକୁ ଭ୍ରମିତ କରିବାର ଆଉ ଏକ ନାଟକ । ତାଙ୍କର ଏହି ପଶ୍ଚାତାପ ମାନବାଧୂକାରକୁ କ୍ଷୁର୍ଣ୍ଣ କରିବା, ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବା ତଥା ଅନୁଷ୍ଠାନ ଗୁଡିକୁ ବନ୍ଧକ ରଖୁବା ଭଳି କଳଙ୍କିତ ଅଧାୟର ସୂତିକୁ କେବେ ଭୁଲାଇ ପାରିବ ନାହିଁ ବୋଲି ଟୁଇଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଗରେ ବଂଚିବାର ଅଧୁକାରକୁ ବରଖାସ୍ତ କରିବା ଭଳି ଚରମ ପଦକ୍ଷେପକୁ ସେ ସମୟର ସରକାରର ଦୁଃସାହାସକୁ ଦେଶ କେବେ ଭୁଲି ପାରିବ ନାହିଁ । ରାହୁଲ ଗାନ୍ଧୀଙ୍କ ମତରେ କୌଣସି ପ୍ରକାର ପଶ୍ଚାତାପ ଦେଖାଯାଉନାହିଁ ବରଂ ଏହା ଲୋକଙ୍କ ଦ୍ବାରା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରର ଅନ୍ୟ ଏକ ନାଟକ । ଯେଉଁଠାରେ ସେମାନେ ଜରୁରିକାଳୀନ ପରିସ୍ଥିତି ପାଇଁ ପଶ୍ଚାତାପ କରି ଲୋକଙ୍କ ସହ ଛଳନା କରୁଛନ୍ତି ।

ଅଧାଦେଶକୁ ଚିରିବା ସହ ଭାରତର ପ୍ରଧାନମନ୍ତ୍ରୀକୁ କିପରି ଭାବରେ ଲଜିତ ଓ ଅସମ୍ମାନ କରିଥିବାର ଅଧାୟକୁ କଣ ରାହୁଲ ଗାନ୍ଧୀ ଭଲି ଯାଇଛନ୍ତି କି ? ରାହୁଲ ଗାନ୍ଧୀ ନିକଟରେ ତାଙ୍କ ବିରୁଦ୍ଧରେ ହୋଇଥିବା ବିଶେଷ ଅଧିକାର ଉଲଙ୍ଘନ କରିଥିବାର ଅଭିଯୋଗକୁ ଭୁଲିଯାଇଛନ୍ତି କି ? ଜରୁରୀକାଳୀନ ସ୍ଥିତିକୁ ସ୍ଵର୍ଗତ ରାଜୀବ ଗାନ୍ଧି ଭୁଲ ବୋଲି ସ୍ୱୀକାର କରିଥିଲେ କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଡ଼ିଫେମେସନ ବିଲ ଆଣି ଗଣମାଧ୍ୟମର କଣ୍ଠରୋଧ କରିବାର ପ୍ରୟାସ କରିଥିଲେ ଏବଂ ଜରୁରୀକାଳିନ ପରିସ୍ଥିତିକୁ ଉଚିତ୍ ବୋଲି କହିଥିଲେ । 

ଏହାସହ ପୋଷ୍ଟ ଅଫିସ ସଂଶୋଧୁ ଅଧୁନିୟମ ୧୯୮୬ ମାଧ୍ୟମରେ ନାଗରିକଙ୍କୁ ସୁବିଧା ଉପରେ ଅଙ୍କୁଶ ଏବଂ ନାଗରିକଙ୍କ ଉପରେ ଯାଶୁଶୀ କରିବା ଭଳି ପଦକ୍ଷେପ ନେଇଥିଲେ । ମୋଦି ସରକାର ବିରୁଦ୍ଧରେ ଅପପ୍ରଚାର କଲେ ମଧ୍ୟ କଂଗ୍ରେସର ପାପ ଲୋକଙ୍କ ଧାନରୁ ଦୂରେଇ ଯିବ ନାହିଁ । ଭାରତର ଜନସାଧାରଣ ବହୁତ୍ ଚାଲାକ ଏବଂ ରାହୁଲ ଗାନ୍ଧୀଙ୍କ ଏହି ନୂଆ ନାଟକକୁ କେବେ ବି ଗ୍ରହଣ କରିପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget