loading...

ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ତରଫରୁ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ ଜ୍ଞାପନ

ସୁଦୀର୍ଘ ୫୦୦ ବର୍ଷର ସଂଘର୍ଷମୟ କାଳଖଣ୍ଡର ଅବସାନ ଘଟାଇ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶକ୍ରମେ ଶ୍ରୀରାମ ଜନ୍ମଭୂମି

ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ତରଫରୁ ସମସ୍ତ ଓଡିଶାବାସୀଙ୍କୁ ଧନ୍ୟବାଦ ଜ୍ଞାପନ

ଭୁବନେଶ୍ୱର, ସୁଦୀର୍ଘ ୫୦୦ ବର୍ଷର ସଂଘର୍ଷମୟ କାଳଖଣ୍ଡର ଅବସାନ ଘଟାଇ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶକ୍ରମେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଗଲା । ସବୁଆଡେ ଆନନ୍ଦର ଲହରୀ ଖେଳିଗଲା । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶ କ୍ରମେ ଭାରତ ସରକାରଙ୍କ ଦ୍ଵାରା ମନ୍ଦିର ନିର୍ମାଣ ଓ ପରିଚାଳନା ପାଇଁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ନାମକ ଏକ ନ୍ୟାସ(ଟ୍ରଷ୍ଟ) ମଧ୍ୟ ଗଠିତ ହେଲା । 

ପୂଜ୍ୟ ସାଧୁସନ୍ଥମାନଙ୍କର ପରାମର୍ଶ କ୍ରମେ ସମଗ୍ର ଭାରତ ବର୍ଷର ପୁରପଲ୍ଲୀରୁ ପ୍ରତ୍ୟେକ ରାମଭକ୍ତଙ୍କ ଠାରୁ ଅର୍ଥ ସଂଗ୍ରହ କରି ମନ୍ଦିର ନିର୍ମାଣର ଯୋଜନା ନ୍ୟାସ ଦ୍ଵାରା ପ୍ରସ୍ତୁତ ହେଲା । ଫଳତଃ ସମଗ୍ର ଭାରତ ବର୍ଷରେ ଜାନୁଆରୀ ୧୪ ତାରିଖରୁ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଏହି ଅର୍ଥ ସଂଗ୍ରହର ଯୋଜନା କାର୍ଯ୍ୟକାରୀ ହେଲା । ୨୦ ୨୧ ଫେବୃଆରୀ ୨୭ ତାରିଖ ମାଘପୂର୍ଣ୍ଣିମା ଦିନ ଏହି ଅଭିଯାନ ସମାପ୍ତ ହୋଇଛି । 

ଓଡିଶାର ଜନସାଧାରଣ ମଧ୍ୟ ଏ ଯୋଜନାରେ ପୂର୍ଣ୍ଣ ରୂପେ ଯୋଗଦାନ କରି ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହଯୋଗ ମାଧ୍ୟମରେ ନିଜର ଭକ୍ତିନୈବେଦ୍ୟ ସମର୍ପଣ କରିଛନ୍ତି । ଓଡିଶା ବାସୀଙ୍କର ଏହି ଅକୁଣ୍ଠ ସହଯୋଗ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧୁ ସମର୍ପଣ ସମିତି ଓଡ଼ିଶା ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଉଛି ବୋଲି ସମିତିର ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget