ଭୁବନେଶ୍ୱର, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ଧାନସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଘନ ଅଭିଯୋଗରେ ବରଗଡ଼ ଜିଲ୍ଲାର ପଦ୍ମପୁର ସର୍କଲର ସହକାରୀ ରେଜିଷ୍ଟାର, ସମବାୟ ସମିତି ସମୂହ ସଂଜୟ କୁମାର ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ସେହିପରି ସବ୍-ଆସିଷ୍ଟାଣ୍ଟ ରେଜିଷ୍ଟାର କୋଅପରେଟିଭ ସୋସାଇଟି (ଏସ୍ଏଆରସିଏସ୍) ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଧର୍ମେନ୍ଦ୍ର ଭୋଇ ଏବଂ ଇନସ୍ପେକ୍ଟର କୋଅପରେଟିଭ ସୋସାଇଟି ତଥା ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଶଶାଙ୍କ ଶେଖର ସାହାଣୀଙ୍କୁ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସରକାରଙ୍କ ଦ୍ଵାରା କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସମବାୟ ବିଭାଗ ସୂତ୍ରରୁ ପ୍ରକାଶ ।
Post a Comment