ଭୁବନେଶ୍ବର, ଓଡ଼ିଶା ଏକ ଭୂଗୋଳ ନୁହେଁ, ଏକ ମହାଭାବ । ଏହି ମାଟିର ଦିବ୍ୟତା ରହିଛି ଏବଂ ଓଡ଼ିଆ ଭାଷା ହେଉଛି ସଂତ୍ରମୟ ଭାଷା । ଓଡ଼ିଶାର ସେବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନର ଅଭିଷେକ କକ୍ଷରେ ରାଜ୍ୟପାଳଙ୍କ ଦ୍ବାରା ଲିଖୁତ ପୁସ୍ତକର ହିନ୍ଦୀ ସଂସ୍କରଣ ‘ଅସୁସ୍ଥ ପୃଥୀ କି ପ୍ରାର୍ଥନା’ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାରେ ସୃଜନଶୀଳତାର ସ୍ବାଭାବିକ ପ୍ରବାହ ରହିଛି ।
ଏ ମାଟିରେ ଯେ ଫହଚିବ ସେ ଅନନ୍ୟ ସଂଦନ ଅନୁଭବ କରିପାରିବ । ସମଗ୍ର ବ୍ରହ୍ମାଣ୍ଡରେ ଏଭଳି ଭୂମିର ବିକଳ୍ପ ନାହିଁ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଓଡ଼ିଶା ନିର୍ମଳ ଆନନ୍ଦର ଏକ ପ୍ରଦେଶ ବୋଲି ରାଜ୍ୟପାଳ କହିଛନ୍ତି । ଉନ୍ମୋଚନ ସମାରୋହରେ ସାଂସଦ ଅଚ୍ୟୁତ ସାମନ୍ତ, ପୂର୍ବତନ ସାଂସଦ ତଥା କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା, ଓଡ଼ିଶା ରାଜ୍ୟ ଶିଶୁ ଅଧୁକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧାବତୀ ପ୍ରଧାନ, ବିଶ୍ୱମୁକ୍ତିର ସଂପାଦକ କବି ଶଶାଙ୍କ ଚୂଡ଼ାମଣି ପ୍ରମୁଖ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ରାଜ୍ୟପାଳଙ୍କ ଚିନ୍ତନ ଓ ଦର୍ଶନର ଭୂୟସୀ ପ୍ରଶଂସା କରିଥିଲେ ।
ଅଧାପିକା ବେଦୁଲା ରାମଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରକାଶକ ସବିତା ଦାସ, ଅନୁବାଦକ ଅଜିତ ପ୍ରସାଦ ମହାପାତ୍ର, ଶିଳ୍ପୀ ସୁଶୀଲ ପୁହାଣଙ୍କୁ ସଂବଦ୍ଧିତ କରାଯାଇଥିଲା । ପୁସ୍ତକଟି ‘ବିଶ୍ଵମୁକ୍ତି’ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇଛି ଓ ପୂର୍ବରୁ ପ୍ରକାଶିତ “ଅସୁସ୍ଥ ପୃଥିବୀର ପ୍ରାର୍ଥନା । ଓ ଅନ୍ୟାନ୍ୟ ରଚନା’ର ଏହି ହିନ୍ଦୀ ଅନୁବାଦ କରିଛନ୍ତି ଅଧ୍ୟାପକ ଅଜିତ ପ୍ରସାଦ ମହାପାତ୍ର । ଉନ୍ମୋଚନ ଉତ୍ସବରେ ବହୁ ବିଶିଷ୍ଟ କବି ଓ ଲେଖକ ଯୋଗ ଦେଇଥିଲେ ।
Post a Comment