loading...

ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜନଜାତିଙ୍କ ସ୍ବଦେଶୀ ଜ୍ଞାନ ସଂପର୍କତ ୱେବିନାର

ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜନଜାତିଙ୍କ ସ୍ବଦେଶୀ ଜ୍ଞାନ ସଂପର୍କତ ୱେବିନାର ଉଦଯାପିତ

ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜନଜାତିଙ୍କ ସ୍ବଦେଶୀ ଜ୍ଞାନ ସଂପର୍କତ ୱେବିନାର

ଭୁବନେଶ୍ୱର, ଜନଜାତିଙ୍କ ମଧ୍ୟରେ ସ୍ବଦେଶୀ ଜ୍ଞାନର ବିଶାଳ ଭଣ୍ଡାର ଉପଲବ୍ଧ ଥିବାବେଳେ ସେସବୁ ମାନବ ଜୀବନର ରୂପାନ୍ତରଣରେ ଯଥେଷ୍ଟ ମହତ୍ତ୍ଵ ରଖେ । ସମକାଳୀନ ବିକାଶ ଯାତ୍ରାରେ ଜନଜାତିଙ୍କ ସ୍ଵଦେଶୀ ଜ୍ଞାନକୌଶଳର ସହାୟତା ନେବା ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇଥିବାବେଳେ ସେସବୁକୁ ଯଥାର୍ଥ । ଭାବରେ ଲିପିବଦ୍ଧ କରାଯିବାର ଆବଶ୍ୟକତା ରହିଛି ବୋଲି ଏକ ଜାତୀୟ ବିନାରେ ବକ୍ତାମାନେ ମତପ୍ରଦାନ କରିଛନ୍ତି । 

ଗତ ୨୪ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଜନଜାତି କଲ୍ୟାଣ ମନ୍ତ୍ରାଳୟ ଓ ସମ୍ମିଳିତ ଭାରତୀୟ ନୃତତ୍ତ୍ବ ଫୋରମ୍ନ ସହଭାଗିତାରେ ‘ଭାରତର ଜନଜାତି ସମୁଦାୟଙ୍କ ମଧ୍ୟରେ ସ୍ୱଦେଶୀ ଜ୍ଞାନର ପରିବର୍ତ୍ତିତ ସୀମାରେଖା” ଶୀର୍ଷକ ପ୍ରସଙ୍ଗ ଉପରେ ଚାଲିଥିବା ଏହି ତିନିଦିନିଆ ୱେବିନାରକୁ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟର ଯୁଗ୍ନ ସଚିବ ଡ. ନଭଲଜିତ କାପୁର ଓ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଉଦ୍‌ଘାଟନ କରିଥିଲେ । 

ସେହିଦିନ ସମ୍ମିଳିତ ଭାରତ ନୃତତ୍ତ୍ବ ଫୋରମ୍‌ର ସଭାପତି ତଥା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଭିଭିପ୍ରବନ୍ଧ ଉପସ୍ଥାପନ କରିଥିଲେ ।  ପରବର୍ତ୍ତୀ ବୈଷୟିକ ଅବେଶ ନଗୁଡ଼ିକରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.ସି. ଯୋଶୀ, ନୃତତ୍ତ୍ବ ଫୋରମ୍‌ର ସଚିବ ପ୍ରଫେସର ଗ୍ରିଗୋରୀ, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ଭାରତୀୟ ନୃତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କେ. କେ. ମିଶ୍ର, ପ୍ରଫେସର ସରିତ ଚୌଧୁରୀ, ସେର ନୃତତ୍ତ୍ବବିତ୍ ପ୍ରଫେସର ଭିକ୍ଟୋରିଆ ରେଇ ଗାର୍ସିଆ ପ୍ରମୁଖ ବକ୍ତବ୍ୟ ରଖୁଥଲେ । 

ଆଜି ୱେବିନାରର ଶେଷ ଦିବସରେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟର ପ୍ରଫେସର ସୁମତି ‘ସ୍ବଦେଶୀ ଜ୍ଞାନ ଓ ପୁନରୁଥାନର ଆବଶ୍ୟକତା’ ପ୍ରସଙ୍ଗ ଉପରେ ଭିଭିପ୍ରବନ୍ଧ ଉପସ୍ଥାପନ କରିଥିଲେ ଲାଦାଖ ସ୍ଥିତ ହିମାଲୟାନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଅଲଟରନେଟିଭ ଗୀତାଞ୍ଜଳି ଜେ.ବି. ଗବେଷଣା କାର୍ଯ୍ୟ ବିବରଣୀ ପ୍ରଦାନ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ.ଅଖୁଳ ବିହାରୀ ଓତା କହିଥିଲେ ଯେ ଏହି ୱେବିନାର ଫଳାଫଳକୁ ନେଇ ଏକ ଚିଠା ପ୍ରସ୍ତୁତ କରାଯିବ । ଦେଶରେ କାର୍ଯ୍ୟରତ ଜନଜାତି ଗବେଷଣା ଅନୁଷ୍ଠାନଗୁଡ଼ିକର ସହଯୋଗ କ୍ରମେ ଗୋଟିଏ କୋର ଗୁପ୍ ଗଠନ କରାଯାଇ ଜନଜାତିଙ୍କ ମଧ୍ୟରେସ୍ବଦେଶୀ ଜ୍ଞାନକୌଶଳ ନେଇ ନୀତି ନିର୍ଦ୍ଧାରଣ କରାଯିବ ଏବଂ ଏହାକୁ ମାସକ ମଧ୍ୟରେ ଭାରତ ସରକାରଙ୍କୁ ପ୍ରଦାନ କରାଯିବ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget