ଭୁବନେଶ୍ୱର, ଯୋଗାସନ ସୋର୍ସ ଆସୋସିଏସନ ଅଫ୍ ଓଡିଶା ତରଫରୁ ୫ ମାର୍ଚ୍ଚରୁ ଅନ୍ଲାଇନ୍ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ମାର୍ଚ୍ଚ ୨୨ ତାରିଖରେ ଶେଷ ହେବ । ଏହି ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗିମାନେ କୃତକାର୍ଯ୍ୟ ହେବେ ସେମାନେ ଜାତୀୟସ୍ତରରେ ଅନୁଷ୍ଠିତ ହେବାକୁଥିବା ପ୍ରତିଯୋଗିତାରେ ଭାଗନେବ । ଜାତୀୟସ୍ତରରେ ଏହି ଅନ୍ଲାଇନ୍ ପ୍ରତିଯୋଗିତା ମାର୍ଚ୍ଚ ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ପ୍ରଫେସର ଡ. ପ୍ରଫୁଲ କୁମାର ମିଶ୍ର ପ୍ରକାଶ କରିଛନ୍ତି ।
ଡ. ମିଶ୍ର କହିଲେ ଯେ ଏହି ପ୍ରତିଯୋଗିତା ପାଇଁ ଗତ ଫେବୃଆରୀ ୨୪ ତାରିଖରୁ ନାମ ପଂଜିକରଣ ଆରମ୍ଭ ହୋଇଛି । ଏହା ୫ ମାର୍ଚ୍ଚରେ ଶେଷ ହେବ । ଇଛୁକ ପ୍ରତିଯୋଗିମାନେ ଏହି ଲିଙ୍କରେ https://forms.gle/LNXQppfJwInRa3He7 ପଞ୍ଜିକରଣ କରିପାରିବେ । ଏଥିରେ ପଞ୍ଜିକରଣ କରିଥିବା ପ୍ରତିଯୋଗୀମାନଙ୍କୁ ନେଇ ୬ଟି ଗୁଫ ଗଠନ କରାଯିବ । ପୁରୁଷ ବର୍ଗରେ ୧୦ ବର୍ଷରୁ ୧୫ ବର୍ଷ ମଧ୍ୟରେ ଥିବା ପ୍ରତିଯୋଗୀମାନେ ସବ୍ ଜୁନିୟର, ୧୫ ରୁ ଉର୍ଦ୍ଧ ୨୦ ବର୍ଷ ବୟସ ଜୁନିୟର, ୨୦ ରୁ ଉଦ୍ଧ ୨୮ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗିମାନେ ସିନିୟର ଗୁପରେ ରହିବେ । ସେହିପରି ମହିଳା ବର୍ଗରେ ୯ ବର୍ଷରୁ ୧୪ ବର୍ଷ ମଧ୍ୟରେ ଥିବା ପ୍ରତିଯୋଗୀମାନେ ସବ୍ ଜୁନିୟର, ୧୪ ରୁ ଉଦ୍ଧି ୧୯ ବର୍ଷ ବୟସ ଜୁନିୟର, ୧୯ ରୁ ଉଦ୍ଧି ୨୭ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗିମାନେ ସିନିୟର ଗୁପରେ ରହିବେ ।
ପ୍ରଥମେ ସମସ୍ତ ପ୍ରତିଯୋଗୀମାନେ କ୍ୟାଲିଫାଇଗୁଁ ରାଉଣ୍ଡ ଭାଗନେବେ । ଏଥିରୁ ଉତୀର୍ଣ ଶ୍ରେଷ୍ଠ ୩୦ ଜଣ ପ୍ରତିଯୋଗୀ ମାର୍ଚ୍ଚ ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ବାଟର ଫାଇନାଲରେ ଭାଗ ନେବେ। ଏଥିରୁ ଉତୀର୍ଣ୍ଣ ଶ୍ରେଷ୍ଠ ୨୦ ଜଣ ପ୍ରତିଯୋଗୀ ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସେମିଫାଇନାଲରେ ଭାଗ ନେବେ । ଏଥିରୁ ଉତୀର୍ଣ୍ଣ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀ ମାର୍ଚ୍ଚ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା । ଫାଇନାଲରେ ଭାଗ ନେବେ। ଏହି ଫାଇନାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଏବଂ ଆଉ ୨ ଜଣଙ୍କୁ ସାନ୍ତନା ମୂଳକ ଭାବେ ପୁରସ୍କୃତ କରାଯିବ ।
ଶ୍ରେଷ୍ଠ ପ୍ରତିଯୋଗୀମାନେ ଜାତୀୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଭାଗନେବେ । ଏହି ପ୍ରତିଯୋଗିତା ବିଷୟରେ ଅଧୁକା ଜାଣିବା ପାଇଁ ଡ. ସଂଜୟ କୁମାର ପଣ୍ଡାଙ୍କ ସହିତ ମୋବାଇଲ ୯୯୩୮୧୦୩୮୦୪ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ। ଏହି ସମସ୍ତ ପ୍ରତିଯୋଗିତା ଜୁମ୍ ଆରେ ଅନୁଷ୍ଠିତ ହେବ । ଏଥିରେ ୬୦ ଜଣ ବିଚାରପତି ଏବଂ ରେଫରୀ ଭାଗନେବେ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
ଏହି ସମସ୍ତ ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ରାଜ୍ୟସ୍ତରରେ ଏକ କମିଟି ଗଠନ କରାଯାଇଛି । ରାଜ୍ୟର ପ୍ରମୁଖ ଯୋଗ ବିଶାରଦମାନେ ଏହି କମିଟିରେ ସାମିଲ ହୋଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପତଞ୍ଜଳୀ ଯୋଗ ସମିତି ଓଡିଶାର ରାଜ୍ୟ ପ୍ରଭାରୀ ଶ୍ରୀ ସୁଧ୍ୟଶୁ ଅଧୁକାରୀ, ସହସଂପାଦକ ରମାବଲ୍ଲଭ ମହାପାତ୍ର, କୋଷାଧ୍ୟକ୍ଷ ଦିବାକର ହରିଚନ୍ଦନ, ସଦସ୍ୟ ଡ. ସଞ୍ଜୟ କୁମାର ପଣ୍ଡା, ସରୋଜକାନ୍ତ ମହାପାତ୍ର, ଅଜୟ କୁମାର ସାହୁ, ରଘୁନାଥ ସାହୁ ଶଶୀକାନ୍ତ ଖୁନଟିଆ, ନିଖୁଲ ଦଳାଇ, ସସ୍ମିତା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment