loading...

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧାପକ-ଅଧାପିକାମାନଙ୍କର ଏକ ବନ୍ଧୁମିଳନ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧାପକ-ଅଧାପିକାମାନଙ୍କର ଏକ ବନ୍ଧୁମିଳନ ସ୍ଥାନୀୟ ପାନ୍ଥନିବାସଠାରେ ଅନୁଷ୍ଠିତ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧାପକ-ଅଧାପିକାମାନଙ୍କର ଏକ ବନ୍ଧୁମିଳନ

ଭୁବନେଶ୍ୱର, ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧାପକ-ଅଧାପିକାମାନଙ୍କର ଏକ ବନ୍ଧୁମିଳନ ସ୍ଥାନୀୟ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି । ଡଃ ବିଜୟ କୁମାର ପଟ୍ଟନାୟକ, ଶ୍ରୀ ରାହାସବିହାରୀ ନାୟକ ଓ ଶ୍ରୀ ରମେଶ ସିଂହଙ୍କୁ ନେଇ ଗଠିତ ଏକ ସଭାପତିମଣ୍ଡଳୀର ଅଧ୍ୟକ୍ଷତାରେ ସଭ୍ୟମାନେ ନିଜନିଜର ବାଣପୁର କଲେଜ ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । 

ଏହି ଅନୁଷ୍ଠାନକୁ ଆଗାମୀ ଦିନରେ ଅଧୁକ କ୍ରିୟାଶୀଳ କରାଯିବ । ଅନୁଷ୍ଠାନର ଏକ ସ୍ମରଣିକା ପ୍ରକାଶନ ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦୁଇବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ କରାଗଲା । ଡଃ ବିଜୟ କୁମାର ପଟ୍ଟନାୟକ ସଭାପତି ଓ ଡଃ ପ୍ରଦୀପ୍ତ କିଶୋର ପଣ୍ଡା ସମ୍ପାଦକ ମନୋନୀତ ହେଲେ । ଶ୍ରୀ ବୈଷ୍ଣବ ପ୍ରସାଦ ମହାନ୍ତି, ଶ୍ରୀ ମିହିର କୁମାର ରାୟ, ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସ, ଶ୍ରୀ ହରିଶ ମିଶ୍ର ନିର୍ବାଚନ ପରିଶ୍ଚଳନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget