loading...

ଏନ୍.ଟି.ପି.ସି. ତାଲଚେର ଥର୍ମାଲ ପ୍ଳାଣ୍ଟ ବନ୍ଦ କରିବା ପାଇଁ ନିଷ୍ପତିକୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମାନଙ୍କ ବିରୋଧ

ଏନ୍.ଟି.ପି.ସି. ତାଲଚେର ଥର୍ମାଲ ପ୍ଳାଣ୍ଟ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତିକୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମାନଙ୍କ ବିରୋଧ

ଏନ୍.ଟି.ପି.ସି. ତାଲଚେର ଥର୍ମାଲ ପ୍ଳାଣ୍ଟ ବନ୍ଦ କରିବା ପାଇଁ ନିଷ୍ପତିକୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମାନଙ୍କ ବିରୋଧ

ଭୁବନେଶ୍ବର,୧୯୬୪ ମସିହା ଜାନୁୟାରୀ ୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏ ଜବାହାରଲାଲ ନେହେରୁ ତାଳଚେର ଥର୍ମାଲ ପ୍ରକକୁ ଶିଳାନ୍ୟାସ କରିଥିବା ବେଳେ ୧୯୬୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଉକ୍ତ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ଏହା ଆମ ରାଜ୍ୟର ବିଦ୍ୟୁତ୍ ଚାହିଦାକୁ ବିକଶିତ କରିଥିଲା । ୧୯୯୫ ମସିହାରେ ଆମ ରାଜ୍ୟର ତକାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ତାଳଚେର ଥର୍ମାଲର କର୍ମଚାରୀ ତଥା ସେ ଅଂଚଳର ପାରିପାର୍ଶିକ ଗ୍ରାମ ପଂଚାୟତ ମାନଙ୍କର ଉନ୍ନତିକରଣ ଉଦ୍ଦେଶ୍ୟରେ ଉକ୍ତ ପ୍ଲାଟକୁ ଏନ୍.ଟି.ପି.ସି.କୁ ହସ୍ତାନ୍ତର କରିଥିଲେ । ଏହା ଦ୍ଵାରା କାର୍ଯ୍ୟରତ ସମସ୍ତ କର୍ମଚାରୀ କେନ୍ଦ୍ର ସରକାରଙ୍କ ଅଧୁନକୁ ହସ୍ତାନ୍ତର ହେବା ସହ ସେ ଅଂଚଳର ୬ ଟି ଗ୍ରାମ ପଂଚାୟତ ଓ ଗୋଟିଏ ପୌରପାଳିକାର ଅବାସୀମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ଏନ୍.ଟି.ପି.ସି ସେମାନଙ୍କୁ ପାନୀୟ ଜଳ, ପିଲାମାନଙ୍କର +୨ ପର୍ଯ୍ୟନ୍ତ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ଓ ଗ୍ରାମାଂଚଳର ରାସ୍ତାଘାଟ ତଥା ଅନ୍ୟାନ୍ୟ ବିକାଶମୂଳକ ସୁବିଧା ଯୋଗାଇ ଦେଇ ଆସୁଥିଲା । 

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ, ତାଳଚେର ଥର୍ମାଲର ପରିଚାଳନା ଓଡ଼ିଶା ସରକାରଙ୍କ ହାତରେ ଥିଲାବେଳେ ଏହାମାତ୍ର ୩୫ ରୁ ୪୦ % ପୁଂଟ ଲୋଡ଼ ଫାକ୍ଟରରେ ଉତ୍ପାଦନ କରୁଥିଲା । ଯାହାଦ୍ଵାରା ତତ୍କାଳୀନ ରାଜ୍ୟ ବିଦ୍ୟୁତ ବୋର୍ଡ଼କୁ କ୍ଷତି ସହିବାକୁ ପଡୁଥିଲା । ଏନ୍.ଟି.ପି.ସି ନେବା ଠାରୁ ଉକ୍ତ କାରଖାନା ୧୦୦% ପୁଂଟଲୋଡ଼ ଫାକ୍ଟରରେ ଚାଲିବା ସହ ଏକଦା ସର୍ବାଧୂକ ୧୧୩ % ପ୍ଲାଟଲୋଡ଼ ଫାକ୍ଟରରେ ଚାଲି ସାରା ଦେଶରେ ଇତିହାସ ରଚନା କରିବା ସହିତ ପୁରସ୍କୃତ ହୋଇଥିଲା । ଏନ୍.ଟି.ପି.ସି. ହାତକୁ ନେବା ଦିନରୁ ଉକ୍ତ ବିଦ୍ୟୁତ କେନ୍ଦ୍ର ଏନ.ଟି.ପି.ସି.କୁ ପ୍ରଚୁର ମୁନାଫା ପ୍ରଦାନ କରିଆସିଛି। ଆଜି ଦିନରେ ମଧ୍ୟ ଏହାର ୬ଟି ୟୁନିଟରୁ ପ୍ରର୍ଯ୍ୟାପ୍ତ ପରିମାଣରେ ବିଦ୍ୟୁତ ଉତ୍ପାଦନ ହେଉଛି ଏବଂ ଏହାର ଉତ୍ପାଦନ ମୁଲ୍ୟ ଦେଶର ଯେ କୌଣସି ତାପଜ ବିଦ୍ୟୁତ କେନ୍ଦ୍ରର ସମତୁଲ ।

ଏଥିରେ କାର୍ଯ୍ୟରତ ପାଖାପାଖୁ ୨୦୦୦ ଠିକା ଶ୍ରମିକ ଓ ୨୦୦ ନିୟମିତ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ପରିବାର ସହିତ ଜୀବନ ନିର୍ବାହ କରିବା ପାଇଁ ସକ୍ଷମ ହେଉଛନ୍ତି । ଅନ୍ୟପକ୍ଷରେ କିଛି ବ୍ୟବସାୟୀ ତଥା ପାରିପାର୍ଶିକ ଗ୍ରାମର ଅବାସୀମାନେ ମଧ୍ୟ ପରୋକ୍ଷ ଭାବରେ ସୁବିଧା ସୁଯୋଗ ପାଇ ଜୀବନ ନିର୍ବାହ କରୁଛନ୍ତି । କିନ୍ତୁ, ହଠାତ୍ କୌଣସି ଯୁକ୍ତିଯୁକ୍ତ ତଥା ଯଥାର୍ଥ କାରଣ ନ ଥାଇ ଏହି ପ୍ଲାଟକୁ ଏନ.ଟି.ପି.ସି. କର୍ତ୍ତୃପକ୍ଷ ଉପରୋକ୍ତ ବନ୍ଦ କରିବା ପାଇଁ ବିଭିନ୍ନ ଆଳ ଦେଖାଇ ନୋଟିସ୍ ଦେଇଛନ୍ତି । ଧର୍ମକୁ ଆଖ୍ ମିଟିକା ମାରିବା ଭଳି ପ୍ରଦୂଷଣ ଓ ସୁରକ୍ଷା ବିଷୟକୁ ଆୟୁଧ କରି ଫ୍ଲାଟକୁ ବନ୍ଦ କରିବା ପାଇଁ ଏନ୍.ଟି.ପି.ସି. କର୍ତ୍ତୁପକ୍ଷଙ୍କର ନୋଟିସ୍ ସ୍ଥାନୀୟ ଲୋକ ଓ ଶ୍ରମିକ କର୍ମଚାରୀମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଅନ୍ୟପକ୍ଷରେ ମହାମାରି କରୋନାର ପ୍ରକୋପରେ ସାରା ବିଶ୍ୱ ପ୍ରଭାବିତ ହୋଇଥିଲାବେଳେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପ୍ରଦୂଷଣ ବିଭାଗ ତରଫରୁ ପ୍ରଦୂଷଣ ସାର୍ଟିଫିକେଟର ଅବକୁ ସାରା ଦେଶରେ କାର୍ଯ୍ୟକ୍ଷମ ସମସ୍ତ ଶିଳ୍ପକାରଖାନାଗୁଡ଼ିକ ପାଇଁ ଦୁଇବର୍ଷର ରିହାତି ପ୍ରଦାନ କରିଛନ୍ତି । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ଶିଳ୍ପ ସଂସ୍ଥା ସୂଚାରୁ ରୂପେ ଚାଲୁଥିବାବେଳେ ଓ ଲାଭ ପ୍ରଦାନ କରୁଥିବାବେଳେ ତାକୁ ବନ୍ଦ କରିବାର ନିଷ୍ପତି କେତେ ଦୂର ସମୀଚିତ ? ଆମ ଦେଶର ପ୍ରଧାନମନ୍ତ୍ରୀ କିଛି ଦିନ ପୂର୍ବେ ଦେଶରେ ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଦେଶୀ ବିଦେଶୀ ଘରୋଇ ସଂସ୍ଥାମାନଙ୍କ ହାତରେ ଟେକି ଦେବା ପାଇଁ ପ୍ରକାଶ କରି କହିଛନ୍ତି ଯେ, “ବ୍ୟବସାୟ ଚଳାଇବା ସରକାରଙ୍କର କାମ ନୁହେଁ ଯେଉଁ ପ୍ରଧାନମନ୍ତ୍ରୀ ଜୀବନରେ ଗୋଟିଏ ଶିଳ୍ପ କରିପାରିନାହାନ୍ତି , ସିଏ ମହାରତ୍ନ, ନବରତ୍ନ ଓ ମିନି ନବରତ୍ନ ମାନ୍ୟତା ପ୍ରାପ୍ତ ଶିମାନଙ୍କ ସମେତ ସମସ୍ତ ରାଷ୍ଟ୍ରାୟତ ସଂସ୍ଥାମାନଙ୍କୁ ଦେଶୀ ବିଦେଶୀ ଘରୋଇସଂସ୍ଥା ତଥା କର୍ପୋରେଟ ମାନଙ୍କ ହାତରେ ଟେକି ଦେବା ପାଇଁ କହିବା । ଦେଶ ତଥା ଜନବିରୋଧୀ ପଦକ୍ଷେପ ବ୍ୟତୀତ ଆଉ କଣ ହୋଇପାରେ ? ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରକୁ ବନ୍ଦ କରିବା ଏହାର ଏକ ନମୁନା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୪ ବର୍ଷ ହେଲା ଚାଳଚେର ଥର୍ମାଲ ଠାରେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଦୁଇଟି ୬୬୦ ମେଗା ସ୍ଵାଟର ନୂତନ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇ ଏହାର ଭିତିଭୂମି ପ୍ରସ୍ତୁତ ପାଇଁ ଶହ ଶହ ପୁରୁଣା ଦ୍ବାଟର ଓ ପକ୍କା ଘରକୁ ଭାଙ୍ଗି ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦୂଷଣ ଅନୁମତି ତଥା ରାଜ୍ୟ ସରକାରଙ୍କ ଅନୁମତି ହାସଲ ହେବା ପରେ ଗତ ଫେବୃୟାରି ୨୦୨୦ ରେ କାରଖାନା ନିର୍ମାଣ ପାଇଁ ନିଷ୍ପତି କରାଯାଇଛି। ଉକ୍ତ ନିର୍ମାଣ କାର୍ଯ୍ୟକୁ ବି.ଏଚ୍.ଇ.ଏଲ. ସଂପୂର୍ଣ୍ଣ କରିବା ପାଇଁ ଟେଣ୍ଡର ମାଧ୍ୟମରେ ଆଦେଶ ଦିଆଯାଇଛି । କିନ୍ତୁ କାର୍ଯ୍ୟ ଆରମ୍ଭ ନ କରି ଫ୍ଲାଟକୁ ସଂପୂର୍ଣ୍ଣ ବନ୍ଦ କରିବା ପ୍ରକ୍ରିୟା କେବଳ ତାଳଚେରବାସୀ ନୁହଁନ୍ତି ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏକ ଶକ୍ତ ଧକ୍କା କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଉକ୍ତ ନୂତନ ପ୍ରକଳ୍ପ କାର୍ଯ୍ୟ ଠିକ୍ ସମୟରେ ଆରମ୍ଭ ହୋଇଥାନ୍ତା ତେବେ ବର୍ତ୍ତମାନ କାର୍ଯ୍ୟରତ ଠିକା ଶ୍ରମିକ ଚାକିରି ହରାଇବାଠାରୁ ଆରମ୍ଭ କରି ସେହି ଅଂଚଳର ୬ଟି ପଂଚାୟତ ଓ ପୌର ସଂସ୍ଥାର ଆର୍ଥିକ ଅବସ୍ଥା, ଶିକ୍ଷା ଓ ପାନୀୟ ଜଳ ବ୍ୟବସ୍ଥାରେ କିଛି ଅସୁବିଧା ହୋଇନଥାନ୍ତି ।


ତେଣୁ, କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ମାନଙ୍କର ମିଳିତ ସଂଚ, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶକ୍ତି ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓ ଶ୍ରମମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏନ୍.ଟି.ପି.ସି. ଦ୍ଵାରା ପ୍ରସ୍ତାବିତ ପୁରୁଣା ଫ୍ଲାଟକୁ ବନ୍ଦ କରିବା ଚକ୍ରାନ୍ତ ବନ୍ଦ କରିବା ସହ ନୂତନ ୧୩୨୦ ମେଗାୱାଟ ପ୍ୟାଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରୁଛନ୍ତି । ରାଜ୍ୟର ସମସ୍ତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଉପରୋକ୍ତ ଦାବୀ ଉପରେ ଆସନ୍ତା ୧୫.୦୩, ୨୦୨୧ (ସୋମବାର) ଦିନ ଓଡ଼ିଶା ବିଧାନ ସଭା ଘେରାଉ କରିବା ସହିତ ଏ ଆନ୍ଦୋଳନକୁ ଦୀବ୍ରତର କରିବା ପାଇଁ ସମସ୍ତ କାର୍ଯ୍ୟରତ ଶ୍ରମିକ, କର୍ମଚାରୀମାନଙ୍କ ସହ ସ୍ଥାନୀୟ ଓ ଓଡ଼ିଶାର ଗାଣତାନ୍ତ୍ରିକ ଜନଗଣଙ୍କୁ ସଂପୂକ୍ତ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget