ଭୁବନେଶ୍ୱର, ବିଧାନସଭା ଚିକିତ୍ସାଳୟ ପରିସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର କୋଭିଡ୍ ପ୍ରତିଷେଧକ ଟୀକା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ଏବଂ ବାଚସ୍ପତି ଡଃ. ପାତ୍ର ଅପରାହ୍ନ ୧ଟା ରେ ଏହି ଟୀକା ନେଇଛନ୍ତି । ଟୀକା ନେବାପରେ ମୁଖ୍ୟମନ୍ତ୍ରୀ ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଟୀକା ନେବା ସହ କୋଭିଡ୍ ବିରୁଦ୍ଧରେ ସଂଗ୍ରାମକୁ ଜୋରଦାର କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ।
ବାଚସ୍ପତି ଡ଼. ପାତ୍ର ମଧ୍ୟ ଅନୁରୂପ ଆହ୍ବାନ ଦେଇଛନ୍ତି ଏବଂ ଟୀକା ନେବାରେ ଆଦୌ ଭୟଭୀତ ନ ହେବାକୁ କହିଛନ୍ତି । ବାଚସ୍ପତିଙ୍କ ସହ ଉପବାଚସ୍ପତି ରଜନୀକାନ୍ତ ସିଂ ଏବଂ ବରିଷ୍ଠ ବିଧାୟକ ଭୂପିନ୍ଦର ସିଂ ମଧ୍ୟ ବିଧାନସଭା ଡାକ୍ତରଖାନା ପରିସରରେ କରୋନା ପ୍ରତିଷେଧକ ଟୀକା ନେଇଥିଲେ । କ୍ୟାପିଟାଲ ହସ୍ପିଟାଲ ହସ୍ପିଟାଲର ଡ. ଧନଞ୍ଜୟ ଦାଶ ଏବଂ ବିଧାନସଭା ଡାକ୍ତରଖାନା ଡଃ ଲଳିତ ବେହେରାଙ୍କ ତବଧାନରେ ଷ୍ଟାଫ୍ ନର୍ସ ସ୍ମରଣିକା ରଣସିଂ ଟିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Post a Comment