loading...

ମାଟ୍ରିକ ପରୀକ୍ଷାବେଳେ କୋଭିଡ଼ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କର : ମନ୍ତ୍ରୀ ସମୀର ଦାଶ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଭଦ୍ରକ ଜିଲ୍ଲା ଗସ୍ତ, ମାଟ୍ରିକ ପରୀକ୍ଷାବେଳେ କୋଭିଡ଼ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କର : ମନ୍ତ୍ରୀ ସମୀର ଦାଶ

ମାଟ୍ରିକ ପରୀକ୍ଷାବେଳେ କୋଭିଡ଼ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କର : ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଭଦ୍ରକ ଜିଲ୍ଲା କରିଦର୍ଶନ କରିଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶିକ୍ଷା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ସମୟରେ ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାର ଅନୁପାଳନ କଡ଼ାକଡ଼ି କରାଯିବା ଜରୁରୀ । ମାଟ୍ରିକ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ । 

ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକାରିତା ନେଇ ମଧ୍ୟ ମନ୍ତ୍ରୀ ଶ୍ରୀ ଦାଶ ସମୀକ୍ଷା କରିଥିଲେ । ଏଣୁ ସହ ମନ୍ତ୍ରୀ ଶ୍ରୀ ଦାଶ ଭଦ୍ରକର ଭଣ୍ଡାରୀପୋଖରିଠାରେ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ଲୋକସଭା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ଶ୍ରୀ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ଶ୍ରୀ ବିଷ୍ଣୁଚରଣ ସେଠୀ, ଜିଲ୍ଲାପାଳ ଶ୍ରୀ ଜ୍ଞାନ ଦାଶ, ପୂର୍ବତନ ବିଧାୟକ ଧାମନଗର ଶ୍ରୀ ମୁକ୍ତିକାନ୍ତ । ମଣ୍ଡଳ, ଜିଲ୍ଲା ଶିକ୍ଷା ଅଧୁକାରୀ ଶ୍ରୀ କପିଳେନ୍ଦ୍ର ମିଶ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀବୃନ୍ଦ ବୈଠକରେ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget