ଭୁବନେଶ୍ୱର, ଆଜି ଡକ୍ଟର ସତ୍ୟଜିତ୍ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଯୋଗଦେଇଛନ୍ତି । ଡକ୍ଟର ମହାନ୍ତି ୧୯୮୮ ମସିହାରେ ଭାରତୀୟ ପୁଲିସ୍ ସେବାରେ ଯୋଗଦେଇଥିଲେ । ଡକ୍ଟର ମହାନ୍ତି ତାଙ୍କର ଦୀର୍ଘ ୩୩ ବର୍ଷର ବର୍ଷର ବୃତ୍ତିଗତ ଜୀବନକାଳ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜ( ଅଞ୍ଚଳ)ମାନଙ୍କରେ ଯଥାକ୍ରମେ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଉପ-ମହାନିରୀକ୍ଷକ ଏବଂ ଆରକ୍ଷୀ ମହାନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ଦକ୍ଷତାର ସହ ଦାୟିତ୍ବ ନିର୍ବାହ କରିଛନ୍ତି ।
ଏତଦ୍ ବ୍ୟତିତ ଡକ୍ଟର ମହାନ୍ତି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ, ରାଜ୍ୟ ପରିବହନ ବିଭାଗ, ରାଜ୍ୟ ପୁଲିସ୍ ଗୃହ ନିର୍ମାଣ ନିଗମ, ବିଜୁପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ, ରାଜ୍ୟ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟ ଏବଂ ଦୈତ ସହର କଟକ - ଭୁବନେଶ୍ୱରରେ ପୁଲିସ୍ କମିଶନର ଭାବେ ଅବସ୍ଥାପିତ ହୋଇ ବେଶ୍ ସଫଳତାର ସହ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି, ସେ ଡି.ଜି. ପାହ୍ୟାକୁ ପଦୋନ୍ନତି ହେବାପରେ କାରାଗାର ମହାନିର୍ଦ୍ଦେଶକ ଓ ନିର୍ଦ୍ଦେଶକ ସଂସ୍କାର ସେବା, ସ୍ବତନ୍ତ୍ର ମହା ନିର୍ଦ୍ଦେଶକ, ରାଜ୍ୟ ଗୋଇନ୍ଦା ବିଭାଗ ଏବଂ ପରିଶେପରେ ଓଡ଼ିଶା ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସଂସ୍ଥାର ମହାନିର୍ଦ୍ଦେଶକ ରୂପେ ନିଷ୍ଠା ଓ ଦକ୍ଷତାର ସହ ଦାୟିତ୍ବ ନିର୍ବାହ କରି ସଂପ୍ରତି ରାଜ୍ୟ ସରକାରଙ୍କ ଦ୍ବାରା ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଛନ୍ତି ।
ଡକ୍ଟର ମହାନ୍ତି ଓଡ଼ିଶା ଉତ୍କଳ ବିଶ୍ଵବିଦ୍ୟାଳୟରୁ ବିଜ୍ଞାନ ଓ ଆଇନ ବିଭାଗରେ ଯଥାକ୍ରମେ ସ୍ନାତ୍ତକୋତ୍ତର ଏବଂ ସ୍ନାତକ ଉପାଧୁ ଅର୍ଜନ କରିବା ସଙ୍ଗେ ସଙ୍ଗେ ପଣ୍ଡିଚେରୀ ବିଶ୍ବବିଦ୍ୟାଳୟରୁ ମାନବିକ ଅଧୁକାର ବିଷୟରେ ସ୍ନାତକୋତ୍ତର ବା ମାଷ୍ଟର ଡିଗ୍ରୀ ଏବଂ ପକ୍ଲିକ ପଲିସ୍ ଏଣ୍ଡ ମ୍ୟାନେଜମେଣ୍ଟ ବିଷୟରେ ଆଇ.ଆଇ.ଏମ୍, ବାଙ୍ଗାଲୋର ଏବଂ ମାକ୍ସୱେଲ ସ୍କୁଲ ଅଫ ପକ୍ଲିକ୍ ପଲିସ୍, ଯୁକ୍ତରାଷ୍ଟ୍ର ଆମେରିକାର ସାଇରାକସ୍ ୟୁନିଭରସିଟିରୁ ସ୍ନାତ୍ତକୋତ୍ତର ଉପାଧୁ ମଧ୍ୟ ଅର୍ଜନ କରିଛନ୍ତି । ଆମ ରାଜ୍ୟ ଓଡ଼ିଶାର ଜାତୀୟ ଆଇନ ବିଶ୍ବବିଦ୍ୟାଳୟରୁ ସେ ଆଇନ ବିଷୟରେ ଡକ୍ଟରେଟ୍ ଉପାଧୁ ଅର୍ଜନ କରିଛନ୍ତି ।
ସେ ବ୍ୟକ୍ତିଗତ ଏବଂ ମିଳିତ ଭାବେ ବୃଦ୍ଧିଗତ ବିଷୟବସ୍ତୁ ଉପରେ ଆଧାରିତ ପାଞ୍ଚ ଗୋଟି ବହୁ ଉପାଦେୟ ପୁସ୍ତକ ଲେଖୁବା ସଙ୍ଗେ ସଙ୍ଗେ ନିମନ୍ତ୍ରିତ ବକ୍ତା ଭାବେ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ପୁଲିସ୍ ଏବଂ ବିଚାର ବିଭାଗୀୟ ଏକାଡ଼େମୀ ଗୁଡ଼ିକୁ ମଧ୍ୟ ଭ୍ରମଣ କରି ବକ୍ତବ୍ୟ ପ୍ରଦାନ କରିଆସୁଛନ୍ତି । ସେ ବୃତ୍ତିଗତ ସ୍ତରରେ ଇଣ୍ଡିଆନ ପୋଲିସ୍ ଫାଉଣ୍ଡେସନ ଏଣ୍ଡ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ପବ୍ଲିକ୍ ଆଡମିନିଷ୍ଟ୍ରସନର ଜଣେ ସକ୍ରିୟ ସଦସ୍ୟ ହୋଇଥିବା ବେଳେ ନେଶନାଲ୍ ପୋଲିସ୍ ମିଶନର କମ୍ୟୁନିଟି ପୁଲିସିଂ ବ୍ୟବସ୍ଥା ସମ୍ପର୍କିତ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମଧ୍ୟ ସକ୍ରିୟ ସଦସ୍ୟ ଭାବେ ଅଂଶଗ୍ରହଣ କରିଆସୁଛନ୍ତି ।
ଡକ୍ଟର ମହାନ୍ତି ବିଭିନ୍ନ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ସେବା, କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ଦକ୍ଷତା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦତ୍ତ ‘‘ପୋଲିସ ଉଲ୍ଲେଖନୀୟ ସେବା ପଦକ', ପୋଲିସ୍ ବିଶିଷ୍ଟ ସେବା ପଦକ ପ୍ରାପ୍ତ ହୋଇଛନ୍ତି, ଏଣୁ ସହ ନିଜର ଉଚ୍ଚକୋଟୀର କାର୍ଯ୍ୟ ଦକ୍ଷତା ଓ ସେବା ପାଇଁ ‘ପୋଲିସ୍ ଆନ୍ତରିକ ସୁରକ୍ଷା ସେବା ପଦକ’ ମଧ୍ୟ ଲାଭ କରିଛନ୍ତି । ଡକ୍ଟର ମହାନ୍ତି ତାଙ୍କର ଦୀର୍ଘ ଚାକିରି କାଳରେ ଅଭିନବକରଣ ଏବଂ ଆନୁଷ୍ଠାନିକ ସଂସ୍କାରମୂଳକ କାର୍ଯ୍ୟ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
Post a Comment