ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ଵାରା ସହରାଞ୍ଚଳ ବାସହୀନ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଘୋଷଣା କରିବା 'ଯାଗା ମିଶନ' ଏବଂ ସମସ୍ତଙ୍କ ପାଇଁ ଘର ଯୋଜନାର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ୩୬,୦୬୨ ନୂଆ ପରିବାରଙ୍କ ପାଇଁ ପକ୍କାଘର ମଞ୍ଜୁର କରିଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଓଡ଼ିଶା ସହରାଞ୍ଚଳ ହାଉସିଂ ମିଶନର ରାଜ୍ୟ ସ୍ତରୀୟ ମଂଜୁରୀ କମିଟିରେ ଏହି ଅନୁମୋଦନ ଦିଆଯାଇଛି । ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି ମାଥିଭାଥାନନ୍ ଆବାସ ଯୋଜନାର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।
ବର୍ତ୍ତମାନ ସୁଦ୍ଧା ୧୧୪ଟି ସହରାଞ୍ଚଳର ୧,୫୫,୦୭୮ ପରିବରଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇଛି । ଏଥୁ ମଧ୍ୟରୁ ୬୪୦୦୫ ଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ଏବଂ ଅବଶିଷ୍ଟ ଘରର ନିର୍ମାଣ ତ୍ବରାନ୍ବିତ ଗତିରେ ଚାଲୁ ରହିଛି । ୭୬ଟି ସହରାଞ୍ଚଳ ପାଇଁ ଏହି ନୂଆ ପ୍ରକଳ୍ପ ମଞ୍ଜୁର କରିବାସହ ସର୍ଭେ ମାଧ୍ୟମରେ ଚିହ୍ନଟ ସମସ୍ତ ପରିବାରଙ୍କୁ ଶିଘ୍ର ଘର ଯୋଗାଇବା ନିମନ୍ତେ ଏକ ସମୟାନୁବନ୍ଧିତ ଲକ୍ଷଭେଦୀ କାର୍ଯ୍ୟ-ଖସଡା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ ଜଣାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ଯାଗା ମିଶନରେ ୧ ଲକ୍ଷ ୫ହଜାର ଲୋକଙ୍କୁ 'ଲ୍ୟାଣ୍ଡ ଏଣ୍ଟାଟାଇଟିମେଣ୍ଟ ସାଟିଫିକେଟ' ଏବଂ ୬୫ ହଜାର ପରିବାରଙ୍କୁ 'ଲ୍ୟାଣ୍ଡ ରାଇସ୍ ସାର୍ଟିଫିକେଟ୍ ଦିଆଯାଇଛି ।
ଯାଗା ମିଶରେ ଯାଗା ପାଉଥିବା ପରିବାର ମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ସମସ୍ତଙ୍କୁ ଆବାସ ଯୋଜନାରେ ଘର ଯୋଗାଇବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୨୦ ହଜାର ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି । ପ୍ରମୁଖ ଶାସନ ସଚିବ ଶ୍ରୀ ମାଥାନନ୍ ଜଣାଇଥିଲେ ଯେ ଏହି ଯୋଜନାରେ ସାଧାରଣତଃ ତିନିଟି ମୋ ଘର ଯୋଗାଇ ଦିଆଯାଏ । ପ୍ରଥମଟି ହେଲା ହିତାଧୁରୀ ନିଜେ ନିଜର ଘର ନିର୍ମାଣ କରନ୍ତି; ଦିତୀୟ ମୋରେ ସ୍ଵଳ୍ପମୂଲ୍ୟ ଗୃହ ନିର୍ମାଣକରି ଯୋଗାଇ ଦିଆଯାଏ; । ଏବଂ ତୃତୀୟ ମୋ ବସ୍ତି ସ୍ଥାନର କ୍ରମୋନ୍ନତି ବିକାଶ ନିମନ୍ତେ ସେହିସ୍ଥାନରେ ଘର ତିଆରି କରି ଯୋଗାଇ ଦିଆଯାଏ । ନୂଆ ଅନୁମୋଦିତ ୩୬୦୬୨ ଘର ମଧ୍ୟରୁ ୭୨ ଟି ସହରାଞ୍ଚଳର ୧୬,୪୬୩ ଟି ଘର ହିତାଧୁକାରୀମାନଙ୍କ ଦ୍ବାରା ନିର୍ମାଣ ହେବ; ୩ଟି ସହରର ୧୫, ୧୧୫ଟି ଘର ସ୍ଵମୂଲ୍ୟ ଗୃହ ୱାରେ ତିଆରି ହେବ ; ଏବଂ, ଗୋଟିଏ ସହରାଞ୍ଚଳର ୪,୪୮୪ ଟି ଗୃହ ବସ୍ତିବା ସ୍ଥାନରେ ନିର୍ମାଣ କରି ଯୋଗାଇ ଦିଆଯିବ ।
ଏହି ନୂଆ ଅନୁମୋଦିତ ଗୃହ ସହ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ । ୯୧ ହଜାର ୧୪୦ ପରିବାରଙ୍କୁ ସାମିଲ୍ କରାଯାଇଛି। । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଏହି ପ୍ରକଳ୍ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପାଣ୍ଠି ଯୋଗାଇଥାଆନ୍ତି । ହିତାଧୁକାରୀ ମଧ୍ୟ କିଛି ଅଂଶ ଧନ ଦେଇଥାନ୍ତି । ଘର ପିଛା କେନ୍ଦ୍ର ସରକାର ୧.୫୦ ଲକ୍ଷ ଏବଂ ରାଜ୍ୟ ସରକାର ଜମିର ମୂଲ୍ୟ ସହ ନଗଦ ୫୦,୦୦୦ ଟଙ୍କା ସହାୟତା ଦିଅନ୍ତି । ଏହାଛଡ଼ା ପ୍ରତି ହିତାଧୁକାରୀ ପରିବାରଙ୍କୁ ପାଇଖାନା ନିର୍ମାଣ ନିମନ୍ତେ ୮ ହଜାର ଟଙ୍କା ଯୋଗାଇ ଦିଆଯାଏ । କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କଲେ ହିତାଧୁକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ସଂପୂର୍ଣ୍ଣ କଲେ ୧୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଏ । ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ଏହି ଯୋଜନାରେ ପ୍ରାୟ ୧୪୯୬ କୋଟି ଟଙ୍କା ବିନିଯୋଗ ହୋଇଛି ।
ଜମି ଓ ଅନ୍ୟାନ୍ୟ ମୌଳିକ ସୁବିଧା ରାଜ୍ୟ ସରକାରଙ୍କ ତରଫରୁ ଅଲଗାଭାବେ ଯୋଗାଇ ଦିଆଯାଇଛି । ପ୍ରତି ଘର ସହ ପାଇଖାନା ସମନ୍ବିତ ଗାଧୁଆଘର ବ୍ୟବସ୍ଥା ରଖୁବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ସହରାଞ୍ଚଳମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ନଗର ଓ ଗୃହ ଉନ୍ନୟନ ଶାସନ ସଚିବ ଜି. ମାଥିଭାଥାନନ୍, ଓଡ଼ିଶା ସହରାଞ୍ଚଳ ଆବାସ ମିଶନ ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ସମେତ ବିଭାଗର ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Post a Comment