ଭୁବନେଶ୍ୱର,ବିଧାନସଭା ବୈଠକର ସମସ୍ତ ଆଲୋଚନା ବିବରଣୀ ଏବଂ ବିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେସନ୍ କରିବାକୁ ହୋଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟପ୍ରଗତି ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗକୁ ୩.୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ବିଭାଗ ତରଫରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଉଥିବା ସୂଚନା ମିଳିଛି । ବାକି ଅର୍ଥର ବ୍ୟୟ ଅଟକଳ ପ୍ରସ୍ତାବ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ପ୍ରେରଣ କରି ତୁରନ୍ତ ଅନୁମୋଦନ କରାଇବା ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।
ଆଲୋଚନାର ବିବରଣୀରୁ ପ୍ରକାଶ ଯେ ବିଧାନସଭାରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଆଲୋଚନାର ପ୍ରାୟ ୧୦ ହଜାର ନଥ ନଷ୍ଟ ହେବା ଅବସ୍ଥାକୁ ଆସିଗଲାଣି ଏବଂ ସେଗୁଡ଼ିକର ପୁନରୁଦ୍ଧାର କରାଯିବା ନିହାତି ଆବଶ୍ୟକ ରହିଛି । ସେହିପରି ରେକର୍ଡ ମାନୁଆଲ ଅନୁଯାୟୀ ବିଧାନସଭା ସଂପର୍କିତ ଗୁରୁତ୍ଵପୂର୍ଣ୍ଣ ଫାଇଲ୍ଗୁଡ଼ିକର ମଧ୍ୟ ଡିଜିଟାଇଜେସନ୍ କରାଯିବ । ଏହା ସହିତ ବିଧାନସଭା ଗ୍ରନ୍ଥାଗାରର ସମସ୍ତ ପୁସ୍ତକଗୁଡ଼ିକ ମଧ୍ୟ ଇ-ମୋରେ ସ୍ଥାନିତ କରାଯିବ । ଫାଇଲ୍ଗୁଡ଼ିକର ସ୍କାନିଂ ପାଇଁ ଓକାକ୍ ମାଧ୍ୟମରେ ଟେଣ୍ଡର ଆହ୍ବାନ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ବିଧାନସଭା ତଥ୍ୟର ଡିଜିଟାଇଜେସନ୍ ପାଇଁ ପୁନେ ଏବଂ ହାଇଦ୍ରାବାଦ୍ର ଦୁଇଟି ପ୍ରତିଷ୍ଠିତ ଏବଂ ଆଇଟି ସଂସ୍ଥା ସହ ଆଲୋଚନା କରାଯାଇ ଏ ସଂପର୍କିତ ବିସ୍ତୃତ ବିବରଣୀ ପ୍ରଦାନ ପାଇଁ ସଂପୃକ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଜାତୀୟ ସୂଚନା ପ୍ରଯୁକ୍ତ ବିଦ୍ୟା ବିଭାଗୀୟ ଅଧୁକାରୀ ସରିତା ସାହୁ, ବିଧାନସଭା ଗ୍ରଛାଗରର ଉପନିର୍ଦ୍ଦେଶକ ଆରତୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
Post a Comment