loading...

ପାଇକ ବିଦ୍ରୋହର ଅଗ୍ରଣୀ ଯୋଦ୍ଧା ଶହୀଦ ପଦ୍ମନାଭ ଛୋଟରାୟଙ୍କ ୩୨୮ତମ ଜନ୍ମଦିନ ପାଳିତ

ଓଡ଼ିଶାର ପାଇକ ଆନ୍ଦୋଳନରେ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କର ଅନ୍ୟତମ ସହଯୋଗୀ ସମୁଖ ଯୋଦ୍ଧା ଶହୀଦ ପଦ୍ମନାଭ ଛୋଟରାୟଙ୍କ

ପାଇକ ବିଦ୍ରୋହର ଅଗ୍ରଣୀ ଯୋଦ୍ଧା ଶହୀଦ ପଦ୍ମନାଭ ଛୋଟରାୟଙ୍କ ୩୨୮ତମ ଜନ୍ମଦିନ ପାଳିତ

ଭୁବନେଶ୍ୱର,ଓଡ଼ିଶାର ପାଇକ ଆନ୍ଦୋଳନରେ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କର ଅନ୍ୟତମ ସହଯୋଗୀ ସମୁଖ ଯୋଦ୍ଧା ଶହୀଦ ପଦ୍ମନାଭ ଛୋଟରାୟଙ୍କ ୩୨୮ତମ ଜନ୍ମଦିନ ପବିତ୍ର ଦୋଳ ପୂର୍ଣ୍ଣିମା ତିଥିରେ ତାଙ୍କ ଜନ୍ମ ମାଟି ଭୁବନେଶ୍ୱରର ବଡ଼ଗଡ଼ ଗ୍ରାମରେ ଶହୀଦ ପଦ୍ମନାଭ ଛୋଟରାୟ ସ୍ମତି କମିଟି, ବଡ଼ଗଡ଼ ଗ୍ରାମବାସୀ, ୪୪ ନମ୍ବର ୱାର୍ଡ ବାସିନ୍ଦାଙ୍କ ତରଫରୁ କୋଭିଡ଼ ନିୟମ ଅନୁପାଳନ ପୂର୍ବକ ସାମାଜିକ କର୍ମୀ, ବ୍ରଜବନ୍ଧୁ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

ଏହି ଅବସରରେ ଦେଶପ୍ରେମ ସଂଗୀତ ଗାନ ସହିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଦର୍ଶ ଶିକ୍ଷକ ବୀର କିଶୋର ପ୍ରଧାନ, ପୂର୍ବତନ କର୍ପୋରେଟର ଅବନି ପାଟ୍ଟଶାଣୀ, ଲକ୍ଷ୍ମୀଧର ଶ୍ରୀଚନ୍ଦନ, ଭୀମସେନ ସାମନ୍ତରାୟ, କାଳନ୍ଦୀ ଜେନା, ବିଜୟ କୁମାର ଜେନା, ଗଙ୍ଗାଧର ମାନସିଂହ, ସରୋଜ ମହାନ୍ତି, ଲକ୍ଷେଶ୍ବର ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀର ଉପଦେଷ୍ଟା ଲକ୍ଷ୍ମୀଧର ବେହେରା, ଯୁବନେତା ଅଜିତ୍ର ବେହେରା ପ୍ରମୁଖ ସ୍ବର୍ଗତ ବୀର ଶହୀଦଙ୍କ ବୀରତ୍ବର ଗାଥା ବର୍ଣ୍ଣନା କରିବା ସହ ପାଇକ ବିଦ୍ରୋହରେ ଯୋଗଦେଇ ସେ କିପରି ଅକଥନୀୟ ନିର୍ଯ୍ୟାତନା ଭୋଗ କରିବା ସହିତ ପରିଶେଷରେ ବିଶ୍ବାସଘାତକମାନଙ୍କ ଦ୍ଵାରା ବ୍ରିଟିଶ୍ ସୈନ୍ୟବାହିନୀ ହାତରେ ଧରାପଡ଼ି ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ ଓ ଦେଶ ମାତୃକାର ସେବା ପାଇଁ ହସି ହସି ନିଜକୁ ବଳିଦାନ କରିଥିଲେ ସେହି ପ୍ରସଙ୍ଗରେ ମାନସମନ୍ଥନ କରିଥିଲେ । 

ସ୍ୱର୍ଗତ ଛୋଟରାୟଙ୍କ ନୀତି ଆଦର୍ଶ ଯୁଗେ ଯୁଗେ ଯୁବ ପିଢୀଙ୍କୁ ଦେଶ ପ୍ରେମରେ ଉଭୁଦ କରିବ ବୋଲି ବକ୍ତାମାନେ ମତ ଦେଇଥିଲେ । ଏହି ଅବସରରେ ଯୁବନେତା ଅଜିତ୍ ବେହେରା, ସମାଜସେବୀ ଗଙ୍ଗାଧର ମାନସିଂହ, ବ୍ରଜବନ୍ଧୁ ପରିଡ଼ା ଓ ଲକ୍ଷ୍ମୀଧର ବେହେରାଙ୍କୁ ୨୦ ୨୧ ଶହୀଦ ପଦ୍ମନାଭ ଛୋଟରାୟ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ବର୍ଗତ ଛୋଟରାୟଙ୍କ ବଂଶଧର ବିଶିଷ୍ଟ ସାମାଜିକ ସଂଗଠକ ଯତୀନ୍ଦ୍ର ମୋହନ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ । 
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget